Posted inଜାତୀୟ

ଡିଏମ୍‌କେ-କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ : ମୋଦି 

ଧାରାପୁରମ, ୩୦।୩ : ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମ୍‌କେ ଓ କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ। ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିରୁପୁର ଜିଲାର ଧରାପୁରମଠାରେ ଆୟୋଜିତ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଡିଏମ୍‌କେ ଓ କଂଗ୍ରେସ ମେଣ୍ଟ ସରକାରକୁ ଆସିଲେ, ରାଜ୍ୟରେ କଦାପି ମହିଳା ସଶକ୍ତିକରଣ କରିବାକୁ ପ୍ରତିଶ୍ରୁତି ଦେବେ ନାହିଁ। ସେମାନେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କୁ ଅପମାନିତ କରିଛନ୍ତି। ଭଗବାନ ନ କରନ୍ତୁ, ଏମାନେ ସରକାରକୁ ଆସିଲେ ରାଜ୍ୟରେ ଆହୁରି ମହିଳାଙ୍କୁ ଅପମାନିତ କରିବେ। ମୋଦିଙ୍କ ସହ ମଞ୍ଚରେ ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ବାମୀ ଓ ଉପ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ ଏବଂ ମେଣ୍ଟର ଅନ୍ୟ ଦଳର ନେତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା ସାଇବର ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୨୦ା୪ (ଆଇଏଏନ୍‌ଏସ୍‌): ସୈନ୍ୟ ବାହିନୀରେ ସାଇବର ସୁରକ୍ଷା ଉଲ୍ଲଂଘନ ହୋଇଥିବାର ଗୋଇନ୍ଦା ରିପୋର୍ଟ ମିଳିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ସାଇବର ସୁରକ୍ଷା...

ମାସ୍କ ନ ପିନ୍ଧି କାନପୁର ଆଇଜି ଦେଲେ ଜରିମାନା

ଲକ୍ଷ୍ନୌ, ୭।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବା,...

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର, ୭।୬: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଭାରତୀୟ ସୁରକ୍ଷାବଳ ପକ୍ଷରୁ କରାଯାଇଥିବା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟ ୨ ଜଣ ପୂର୍ବତନ ସ୍ପେଶାଲ...

ଭାରତର ହଳଦୀ ଦ୍ୱାରା କ୍ୟାନ୍‌ସର ଚିକିତ୍ସା ଜ୍ଞାନକୌଶଳକୁ ମିଳିଲା ଆମେରିକା ପାଟେଣ୍ଟ୍‌

ଥିରୁଭାନନ୍ତପୁରମ୍‌,୧୫।୧: କ୍ୟାନ୍‌ସର ନାଁ ଶୁଣିଲେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥାଏ। ଆଧୁନିକ ଜ୍ଞାନକୌଶଳରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଛି। ତେବେ ମଧ୍ୟ...

ରାଫାଲ ଡିଲ୍‌ରେ ମଧ୍ୟସ୍ଥିଙ୍କୁ ୬୫ କୋଟି ଲାଞ୍ଚ, ସିବିଆଇ-ଇଡ଼ି ପାଖରେ ଥିଲା ସୂଚନା…

ନୂଆଦିଲ୍ଲୀ,୮।୧୧: ରାଫାଲ ଡିଲ୍‌ ନେଇ ଏବେ ନୂଆ ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଫ୍ରାନ୍ସର ଏକ ଅନ୍‌ଲାଇନ ପତ୍ରିକା ’ମିଡିଆପାର୍ଟ’ ରାଫାଲ ଡିଲ୍‌ ସମ୍ପର୍କରେ ଏକ ନୂତନ...

ଉଦ୍ଧବଙ୍କ ଲୋଭନୀୟ ଯୋଜନା: ଟଙ୍କାଏରେ ଚିକିତ୍ସା; ଚାଷୀଙ୍କ ଋଣ ଛାଡ଼

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ଲୋକଙ୍କ ପାଇଁ ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ଶାସନ ଆରମ୍ଭ ହେବା ପୂର୍ବରୁ ମେଣ୍ଟ ସରକାରଙ୍କ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମ...

କଶ୍ମୀର ଭାରତର; ପାକିସ୍ତାନ ସହିତ ଏବେ ପିଓକେ ନେଇ ହେବ କଥାବାର୍ତ୍ତା: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ, ୨୮।୮: କଶ୍ମୀର ଭାରତର। ଏହାକୁ ନେଇ ପାକିସ୍ତାନ କୌଣସି ମନ୍ତବ୍ୟ ଦେବା କିମ୍ବା ପଦକ୍ଷେପ ଗ୍ରହଣ କରିବା ଅନୁଚିତ। ସେହିପରି କଶ୍ମୀର ସମସ୍ୟା ଭାରତର...

କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ନେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫(ବ୍ୟୁରୋ)-ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧର୍ମେନ୍ଦ୍ରଙ୍କୁ ପଦ ଓ...

Advertisement
Archives

Model This Week