Posted inଖେଳ

ଜୋକୋଭିଚ୍‌ଙ୍କୁ ସର୍ବିୟା ପ୍ରଧାନମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ, ୨।୭-  କରୋନା ସଂକ୍ରମଣ ସମୟରେ ଆଡ୍ରିଆ ଓପନ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରି ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ବେଲଗ୍ରେଡ୍‌ରେ ଅନୁଷ୍ଠିତ ଚରଣରେ ଖେଳିବା ଦ୍ୱାରା ନିଜେ ଜୋକୋଭିଚ୍‌ଙ୍କ ସମେତ ଗ୍ରିଗୋର ଡିମିଟ୍ରୋଭ, ବୋର୍ନା କୋରିକ ଏବଂ ଭିକ୍ଟର ଟ୍ରୋଇକି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଟୁର୍ନାମେଣ୍ଟ ଅବସରରେ ଉପସ୍ଥିତ ଥିବା ଜୋକୋଭିଚ୍‌ଙ୍କ ସ୍ତ୍ରୀ ଏବଂ ଏନବିଏ ତାରକା ନିକୋଲା ଜୋକିକ୍‌ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଜୋକୋଭିଚ୍‌ଙ୍କୁ ସମର୍ଥନ ଜଣାଇଛନ୍ତି ସର୍ବିୟା ପ୍ରଧାନମନ୍ତ୍ରୀ ଆନା ବ୍ରାନାବିଚ୍‌। ଟୁର୍ନାମେଣ୍ଟ ଆୟୋଜନ ପାଇଁ ଜୋକୋଭିଚ୍‌ଙ୍କୁ ନୁହେଁ ବରଂ ମୋତେ ଦାୟୀ କରାଯାଉ ବୋଲି ବ୍ରାନାବିଚ୍‌ କହିଛନ୍ତି। ଜୋକୋଭିଚ୍‌ଙ୍କୁ ଏକୁଟିଆ ଛାଡ଼ି ଦିଆଯାଉ ବୋଲି ସେ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ହିତ ପାଇଁ ଜୋକୋଭିଚ୍‌ କିଛି ଭଲ କରିବାକୁ ଚାହିଁଥିଲେ। ସେ କୌଣସି ରାଜନୀତି ନୁହେଁ, ବରଂ ଯୁବ ଏବଂ ପ୍ରତିଷ୍ଠିତ ହୋଇପାରି ନ ଥିବା ଟେନିସ ଖେଳାଳିଙ୍କ ସାହାଯ୍ୟ କରିବାକୁ ଚାହିଁଥିଲେ। ଲୋକଙ୍କ ଉପରକାର ଉଦ୍ଦେଶ୍ୟରେ ସେ ଅର୍ଥ ଉପାର୍ଜନ କରିବାକୁ ଚେଷ୍ଟା କରିଥିଲେ। ତେଣୁ ଲୋକମାନେ ତାଙ୍କ ପ୍ରତି ନୁହେଁ ବରଂ ପ୍ରଧାନମନ୍ତ୍ରୀଭାବେ ମୋ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଉଚିତ ବୋଲି ବ୍ରାନାବିଚ୍‌ ଅନୁଭବ କରୁଛନ୍ତି। ଜୋକୋଭିଚ୍‌ଙ୍କୁ ଦାୟୀ କରା ନ ଯାଇ ତାଙ୍କୁ ଦାୟୀ କରାଗଲେ ସେ ଖୁସିହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କୋଭିଡ-୧୯ ଟେଷ୍ଟରେ ପଜିଟିଭ୍‌ ଆସିବାପରେ ଜୋକୋଭିଚ୍‌ କ୍ଷମାପ୍ରାର୍ଥନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟକୁ ଉଠିଲା ଗୁଜରାଟ

ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

‘ମୁଁ କଣ କରିବି’, ରୋହିତଙ୍କ ସହ ସେଲଫି ନେବା ବେଳେ ସ୍ବିଚଅଫ ହେଲା ଫୋନ, ତା’ପରେ…

ନୂଆଦିଲ୍ଲୀ,୯।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ସମୟର ସବୁଠାରୁ ଲୋକପ୍ରିୟ କ୍ରିକେଟର । ରୋହିତ ଯେଉଁଠାକୁ ଯାଆନ୍ତି, ତାଙ୍କ ସହିତ ସେଲଫି…

ଅଡ଼ୁଆରେ ଏହି ୨ କ୍ରିକେଟର୍‌: ଡୋପ୍‌ ଟେଷ୍ଟ ପାଇଁ ହେଲେନି ହାଜର

ନୂଆଦିଲ୍ଲୀ,୯।୫: ଡୋପ ଟେଷ୍ଟ ପାଇଁ ଉପସ୍ଥିତ ନ ହେବା ପାଇଁ NADA ଭାରତୀୟ କ୍ରିକେଟ ଦଳର ଦୁଇ ଉଦୀୟମାନ ଖେଳାଳିଙ୍କୁ ନୋଟିସ ଜାରି କରିଛି। ଏହି ଖେଳାଳିମାନେ…

ରାତାରାତି ଫଲୋଅର୍ସ ଗାଏବ୍‌, ଚିନ୍ତାରେ କୋହଲିଙ୍କ ସମେତ ଏହି ଷ୍ଟାର୍‌, ଜାଣନ୍ତୁ କାହିଁକି

ସୋସିଆଲ ମିଡିଆ ଜଗତରୁ ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରାତାରାତି ଅନେକ ପ୍ରମୁଖ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସ ସଂଖ୍ୟାରେ ଏକ ବଡ଼ ହ୍ରାସ…

ବରଗଡ଼ ଜିଲା ପ୍ରିମିୟର ଲିଗ୍: ସମଲେଶ୍ୱରୀ ଇଲେଭେନ ବିଜୟୀ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରିକେଟ୍ ଆସୋସିଏଶନ୍, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ୮ମ ବରଗଡ଼ ଜିଲଖ ପ୍ରିମିୟର ଲିଗର ପଞ୍ଚମ ଦିବସ ଶୁକ୍ରବାର ଅନୁଷ୍ଠିତ ପ୍ରଥମ…

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

କାରୁଆନାଙ୍କୁ ହରାଇଲେ ଗୁକେଶ

ଓ୍ବାର୍‌ସ,୮ା୫: ବିଶ୍ୱ ଚାମ୍ପିୟନ ଡି. ଗୁକେଶ ଏଠାରେ ଚାଲିଥିବା ସୁପର ରାପିଡ ଓ ବ୍ଲିଜ୍‌ ଟୁର୍ନାମେଣ୍ଟର ରାପିଡ୍‌ ପ୍ରତିଯୋଗିତାର ୯ମ ତଥା ଫାଇନାଲ ରାଉଣ୍ଡରେ ଆମେରିକୀୟ ଗ୍ରାଣ୍ଡମାଷ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri