Posted inଖେଳ

ଜୋକୋଭିଚ୍‌ଙ୍କୁ ସର୍ବିୟା ପ୍ରଧାନମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ, ୨।୭-  କରୋନା ସଂକ୍ରମଣ ସମୟରେ ଆଡ୍ରିଆ ଓପନ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରି ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ବେଲଗ୍ରେଡ୍‌ରେ ଅନୁଷ୍ଠିତ ଚରଣରେ ଖେଳିବା ଦ୍ୱାରା ନିଜେ ଜୋକୋଭିଚ୍‌ଙ୍କ ସମେତ ଗ୍ରିଗୋର ଡିମିଟ୍ରୋଭ, ବୋର୍ନା କୋରିକ ଏବଂ ଭିକ୍ଟର ଟ୍ରୋଇକି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଟୁର୍ନାମେଣ୍ଟ ଅବସରରେ ଉପସ୍ଥିତ ଥିବା ଜୋକୋଭିଚ୍‌ଙ୍କ ସ୍ତ୍ରୀ ଏବଂ ଏନବିଏ ତାରକା ନିକୋଲା ଜୋକିକ୍‌ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଜୋକୋଭିଚ୍‌ଙ୍କୁ ସମର୍ଥନ ଜଣାଇଛନ୍ତି ସର୍ବିୟା ପ୍ରଧାନମନ୍ତ୍ରୀ ଆନା ବ୍ରାନାବିଚ୍‌। ଟୁର୍ନାମେଣ୍ଟ ଆୟୋଜନ ପାଇଁ ଜୋକୋଭିଚ୍‌ଙ୍କୁ ନୁହେଁ ବରଂ ମୋତେ ଦାୟୀ କରାଯାଉ ବୋଲି ବ୍ରାନାବିଚ୍‌ କହିଛନ୍ତି। ଜୋକୋଭିଚ୍‌ଙ୍କୁ ଏକୁଟିଆ ଛାଡ଼ି ଦିଆଯାଉ ବୋଲି ସେ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ହିତ ପାଇଁ ଜୋକୋଭିଚ୍‌ କିଛି ଭଲ କରିବାକୁ ଚାହିଁଥିଲେ। ସେ କୌଣସି ରାଜନୀତି ନୁହେଁ, ବରଂ ଯୁବ ଏବଂ ପ୍ରତିଷ୍ଠିତ ହୋଇପାରି ନ ଥିବା ଟେନିସ ଖେଳାଳିଙ୍କ ସାହାଯ୍ୟ କରିବାକୁ ଚାହିଁଥିଲେ। ଲୋକଙ୍କ ଉପରକାର ଉଦ୍ଦେଶ୍ୟରେ ସେ ଅର୍ଥ ଉପାର୍ଜନ କରିବାକୁ ଚେଷ୍ଟା କରିଥିଲେ। ତେଣୁ ଲୋକମାନେ ତାଙ୍କ ପ୍ରତି ନୁହେଁ ବରଂ ପ୍ରଧାନମନ୍ତ୍ରୀଭାବେ ମୋ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଉଚିତ ବୋଲି ବ୍ରାନାବିଚ୍‌ ଅନୁଭବ କରୁଛନ୍ତି। ଜୋକୋଭିଚ୍‌ଙ୍କୁ ଦାୟୀ କରା ନ ଯାଇ ତାଙ୍କୁ ଦାୟୀ କରାଗଲେ ସେ ଖୁସିହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କୋଭିଡ-୧୯ ଟେଷ୍ଟରେ ପଜିଟିଭ୍‌ ଆସିବାପରେ ଜୋକୋଭିଚ୍‌ କ୍ଷମାପ୍ରାର୍ଥନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଳକୁ ଚାମ୍ପିୟନ କରାଇଥିଲେ ମଧ୍ୟ ରୋହିତ ଶର୍ମାଙ୍କ ରହିଗଲା ଗୋଟିଏ ଦୁଃଖ

ଆଇପିଏଲ୍‌ ୨୦୨୦ ଜିତି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ମିଶାଇ ମୋଟ ୫ ଥର ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ...

ବାଲାଂଦେଶ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ନୂଆଦିଲ୍ଲୀ,୨୩।୧୧: ଟିମ୍‌ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ନିକଟରେ ଉଭୟ ଦଳ ମଧ୍ୟରେ ଟି୨୦ ସିରିଜ ଶେଷ ହୋଇଥିବା ବେଳେ ଦିନିକିଆ ସିରିଜ ଖେଳିବା...

ଜାନୁୟାରୀ ୪ ର୍ପୂବରୁ ଭାରତ ଓ ଅଷ୍ଟ୍ରେଲିଆ ଦଳ ସିଡ୍‌ନୀ ଯିବେନି: ହୋକ୍‌ଲି

ମେଲବୋର୍ନ,୩୧।୧୨ (ପି.ଟି.): ଜାନୁୟାରୀ ୪ ତାରିଖ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳ ସିଡ୍‌ନୀ ଗସ୍ତ କରିବେ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)...

ଭାରତ ଆଗରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ

ଟ୍ରେଣ୍ଟ ବ୍ରିଜ,୭।୮: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଭାରତୀୟ ଦଳ ଆଗରେ ଧାର୍ଯ୍ୟ ହୋଇଛି ୨୦୯ ରନ୍‌ର ବିଜୟ ଲକ୍ଷ୍ୟ। ପ୍ରଥମ ଇନିଂସରେ...

ଜନ୍ମଦିନରେ ଏହି କ୍ରିକେଟର୍‌ଙ୍କୁ ମିଳିଲା ବଡ଼ ଉପହାର

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଇଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବ ଦିନିକିଆ...

‘ମୁଁ ଗମ୍ଭୀରଙ୍କ କ୍ୟାରିୟରର ଶେଷ କରିଛି’

କରାଚୀ,୭।୧୦: ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କ୍ରିକେଟ ଛାଡ଼ି ରାଜନେତା ହେବା ପରେ ସର୍ବଦା ଖବରରେ ରହି ଆସୁଛନ୍ତି। କ୍ରିକେଟ କ୍ୟାରିୟରରେ ସେ ଆହୁରି...

ସିଡ଼ିଏ ଡିଏଭି ଚାମ୍ପିୟନ

କଟକ ଅଫିସ,୧୭ା୧୨- କିସ୍‌କୁ ୬ ଉଇକେଟରେ ପରାସ୍ତ କରି ସିଡିଏ ଡିଏଭି ସ୍କୁଲ ୧୪ତମ ପିଭିଆର ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଜିତିଛି।...

ସାନିଆ ମିର୍ଜାଙ୍କ ସ୍ବାମୀଙ୍କୁ ‘ସାଇଲେଣ୍ଟ କିଲର୍‌’ କହିଲେ ଏହି ପାକିସ୍ତାନୀ ଅଲରାଉଣ୍ଡର; ଅଖତରଙ୍କୁ କହିଲେ ‘ଆକ୍ଟର’

ନୂଆଦିଲ୍ଲୀ,୧୦।୭: ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ତଥା କ୍ରିକେଟର ସୋଏବ ମଲିକଙ୍କୁ ‘ସାଇଲେଣ୍ଟ କିଲର୍‌’ କହିଛନ୍ତି ପାକିସ୍ତାନର ଅଲରାଉଣ୍ଡର ଅଜହର ମହମୁଦ। କେବଳ ଏତିକି...

Advertisement
Archives

Model This Week