ମିଳୁନି ସ୍ବାସ୍ଥ୍ୟ ଯୋଜନାର ଲାଭ

ବଅଁରପାଳ,୨ା୭(ଡି.ଏନ.ଏ.)  ଗରିବ ତଥା ବିପିଏଲ ହିତାଧିକାରୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ହେଲେ ଏହି ଦୁଇଟିରୁ କେଉଁ ଗୋଟିଏ ବି ଯୋଜନା ଅନୁଗୋଳ ଜିଲା ବଅଁରପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମିଳିପାରୁ ନ ଥିବା ଅଭିଯୋଗ ହେଉଛି।
ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା କାର୍ଡଧାରୀମାନେ ଯେ କୌଣସି ସ୍ବାସ୍ଥ୍ୟକେନ୍ଦ୍ରରେ ୩୦ ହଜାର ଟଙ୍କା ଯାଏ ଔଷଧପତ୍ର ସୁବିଧା ପାଇପାରିବେ। ଏପରିକି ବୀମାଧାରୀ ଚିକିତ୍ସିତ ହେଉଥିବା ଡାକ୍ତରଖାନାରେ ଆବଶ୍ୟକ ଔଷଧ କି ଇଞ୍ଜେକ୍ସନ ମହଜୁଦ ନ ଥିଲେ କର୍ତ୍ତୃପକ୍ଷ ବାହାରୁ ଏସବୁ ଆଣି ଯୋଗାଇ ଦେବାର ବ୍ୟବସ୍ଥା ଯୋଜନାରେ ରହିଛି। ହେଲେ ବଅଁରପାଳ ବ୍ଲକରେ ଏହି ଯୋଜନା ଦୀର୍ଘ ୨ବର୍ଷ ହେଲା ବନ୍ଦ ପଡ଼ିଥିବା ସୂଚନା ମିଳିଛି। ସେହିପରି ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ହିତାଧିକାରୀମାନେ ଯେ କୌଣସି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ। କଟକ, ଭୁବନେଶ୍ୱରର ବଡ଼ ବଡ଼ ଡାକ୍ତରଖାନାରେ ମଧ୍ୟ ବିନା ମୂଲ୍ୟରେ ସେମାନଙ୍କୁ ଚିକିତ୍ସା କରାଯାଇପାରିବ। ତେବେ ୨୦୧୯ ଡିସେମ୍ବରଠାରୁ ବ୍ଲକରେ ଏହି ଯୋଜନାରେ ସେବା ମିଳିପାରୁ ନାହିଁ। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ହିତାଧିକାରୀମାନେ ଏହି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବଅଁରପାଳ ବ୍ଲକରେ ପ୍ରାୟ ୩୦ ହଜାର ବିପିଏଲ ହିତାଧିକାରୀ ଥିବାବେଳେ ୨୦ ହଜାର କାର୍ଡଧାରୀ ମାଗଣା ସ୍ବାସ୍ଥ୍ୟସେବା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କିନ୍ତୁ ଏହି ହିତାଧିକାରୀମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଡ ନେଇ ଆସୁଥିଲେ ମଧ୍ୟ ସେଥିରୁ ସୁବିଧା ମିଳିପାରୁ ନାହିଁ। କାର୍ଯ୍ୟାଳୟ କମ୍ପ୍ୟୁଟରରେ କାର୍ଡ ଏଣ୍ଟ୍ରି କରିବା ପରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥାଏ। ମାତ୍ର ବଅଁରପାଳ ବ୍ଲକରେ ଏହି ଯୋଜନା ଠପ୍‌ ହୋଇଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଶଙ୍କର୍ଷଣ ଗାଆଣ କହିଛନ୍ତି, ଏଠାରେ ଏହି ୨ଟି ଯୋଜନାକୁ ସରକାରଙ୍କ ପକ୍ଷରୁ ବନ୍ଦ କରିଦିଆଯାଇଛି। ତେଣୁ ଡାକ୍ତରଖାନାକୁ ଆସୁଥିବା କାର୍ଡଧାରୀମାନେ ହଇରାଣ ହେଉଛନ୍ତି। ସରକାର ପୁନଶ୍ଚ ଏହାକୁ କାର୍ଯ୍ୟକାରୀ କଲେ ହିତାଧିକାରୀମାନେ ଉପକୃତ ହୋଇପାରିବେ ବୋଲି ଗାଆଣ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?