ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ଦିବ୍ୟାଂଶୀ

ବାଲେଶ୍ୱର ଅଫିସ, ୧୮।୧୨: ବାଲେଶ୍ୱର ସହର ଫକୀରମୋହନ ନଗରରେ ବସବାସ କରୁଥିବା ଇଂ. ସନ୍ତୋଷ କୁମାର ଆଚାର୍ଯ୍ୟ ଓ ପ୍ରିୟମ୍ବଦା ମହାପାତ୍ରଙ୍କ କନ୍ୟା ଦିବ୍ୟାଂଶୀ ୨ବର୍ଷ ୫ମାସର ହୋଇଥିବା ବେଳେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛନ୍ତି। ସେ ଶରୀରର ୧୪ଟି ଅଙ୍ଗର ନାମ ସହିତ ଏ ଟୁ ଜେଡ୍‌ର ଅନୁରୂପ ଶବ୍ଦ, ଜାତୀୟ ସଙ୍ଗୀତ, ୨ଟି ହିନ୍ଦୀ, ଗୋଟିଏ ଇଂଲିଶ ରାଇମ୍‌ସ, ଦୁଇଟି ସଂସ୍କୃତ ମନ୍ତ୍ର (ବକ୍ରତୁଣ୍ଡ ଓ ତ୍ରୟୋମ୍ବକମ୍‌) ଓ ୧୦ଟି ପ୍ରାଣୀଙ୍କ ଶବ୍ଦ କରିପାରୁଛନ୍ତି। ତାଙ୍କର ଏସବୁର ଏକ ଭିଡିଓ ଗତ ନଭେମ୍ବର ୪ ତାରିଖରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ସାଇଟ୍‌ରେ ଅପଲୋଡ୍‌ କରାଯାଇଥିଲା। ନଭେମ୍ବର ୭ ତାରିଖରେ ଏହି ରେକର୍ଡ ହାସଲ କରିଥିବା ବେଳେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସର ଚିଫ୍‌ ଏଡିଟର ଡ. ବିଶ୍ୱରୂପ ରୟ ଚୌଧୁରୀ ଗତ ନଭେମ୍ବର ୧୮ ତାରିଖରେ ଦିବ୍ୟାଂଶୀଙ୍କ ନିକଟକୁ ମେଡାଲ ଓ ମାନପତ୍ର ପଠାଇଥିବା ଜଣାପଡ଼ିଛି।

ଦିବ୍ୟାଂଶୀ ମାତ୍ର ୮ମାସର ହୋଇଥିବା ବେଳେ ତାଙ୍କର ହାବଭାବରୁ ମା’ବାପା ୟୁ-ଟ୍ୟୁବ୍‌ରୁ ଭିଜୁଆଲାଇଜେଶନ୍‌ ମେଥଡ୍‌ ଡାଉନଲୋଡ୍‌ କରି ଝିଅକୁ ଦେଖାଉଥିଲେ। ଦିବ୍ୟାଂଶୀ ଏସବୁ ଜିନିଷକୁ ଦେଖି ମନେରଖିବା ସହ କହିବା ଆରମ୍ଭ କରିଥିଲେ। ୨ବର୍ଷ ୫ମାସର ହୋଇଥିବା ବେଳେ ଏସବୁର ଭଡିଓ ପ୍ରସ୍ତୁତ କରି ପ୍ରଥମଥର ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ସାଇଟ୍‌ରେ ଅପଲୋଡ୍‌ କରିଥିଲେ। ଆଗକୁ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପାଇଁ ଦିବ୍ୟାଂଶୀଙ୍କୁ ପ୍ରସ୍ତୁତ କରାଯାଉଛି। ଏବେ ଦିବ୍ୟାଂଶୀଙ୍କୁ ୨ବର୍ଷ ୬ମାସ। କିଛିଦିନ ମଧ୍ୟରେ ୩୦ଟି ଜିଲାର ନାମ, ୧୨ ମାସ, ୬ ଋ଼ତୁ, ସପ୍ତାହର ନାମ ସହ ଜାତୀୟସ୍ତରୀୟ ୧୨ଜଣ ମହାପୁରୁଷଙ୍କୁ ଚିହ୍ନଟ କରିବାରେ ସାମର୍ଥ୍ୟ ହାସଲ କରିଥିବା ତାଙ୍କ ବାପା ଇଂ. ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?