ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଅଣ୍ଡର ୧୫ ଫୁଟବଲ ଚମ୍ପିୟାନସିପ ଶୁଭ ଉଦ୍‌ଘାଟନ

ଦେବଗଡ଼,୮।୪(ଶଶାଙ୍କ ଶେଖର ଝାଙ୍କର): ଜିଲା କ୍ରୀଡା ସଂଘ ଓ ଜିଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ସୋମବାର ଅପରାହ୍ନ ୪ଟାରେ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଅଣ୍ଡର ୧୫ ଫୁଟବଲ ଚମ୍ପିୟାନସିପ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୭ ଏପ୍ରିଲ ଠାରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଶୁଭ ଉଦ୍‌ଘାଟନରେ ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ନୋମିନୀ ଅରୁଣ ସାହୁ, ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ, ଉପ ଜିଲାପାଳ ପରକ୍ଷିତ ସାହୁ, ଜିଲା କ୍ରୀଡା ଅଧିକାରୀ ତାପସ କୁମାର ମହାନ୍ତ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ଉପ ସଭାପତି ଜିଲା କ୍ରୀଡା ସଂଘ ଭୁବନେଶ୍ୱର ପ୍ରଧାନ, ସହକାରୀ ଜିଲାପାଳ ଈଶ୍ୱର ଗୁରୁ, ହେମନ୍ତ ସିଂ ପ୍ରମୁଖ ଯୋଗଦେଇ ଅଣ୍ଡର ୧୫ ଫୁଟବଲ ଚମ୍ପିୟାନସିପର ଉଦ୍‌ଘାଟନ କରିଥିଲେ । ପ୍ରଥମ ମ୍ୟାଚ ମନରମା କ୍ଳବ ଦେବଗଡ଼ ବନାମ ମହାଲକ୍ଷ୍ମୀ କ୍ଲବ କୁରଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲ। ମ୍ୟାଚକୁ ରେଫରି ଭାବେ ମୁକୁନ୍ଦ ବେହେରା, ସୌରଭ କୁମାର ନାୟକ, ଆଲୋକ ବେହେରା, ଭୂପେନ ନାୟକ ପରିଚାଳନା କରିଥିଲେ । ଏହି ମ୍ୟାଚରେ ମନରମା କ୍ଲବ ୫-୦ ଗୋଲରେ ମହାଲକ୍ଷ୍ମୀ କ୍ଲବକୁ ପରାସ୍ତ କରି ବିଜୟ ହୋଇଛି । ଆସନ୍ତା କାଲି ନେତାଜୀ କ୍ଲବ ସୁଗୁଡା ବନାମ ରାଧାକୃଷ୍ଣ କ୍ଲବ ଝରାକଣ୍ଢଳ ମଧ୍ୟରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ଜିଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ ନାୟକ ସଂଯୋଜନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri