ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର,୭ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଛେଳିଆନାଳ ଗ୍ରାମରୁ ସିରିକୁଆଁ ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କଠାରେ ଦାବି କରିଛନ୍ତି। ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ଏହି ରାସ୍ତା ଉପରେ ସିଲିକୁଆଁ,କମଣ୍ଡ(କ),କମଣ୍ଡ(ଖ),ଛେଳିଆନାଳ ଗ୍ରାମବାସୀ ନିର୍ଭର କରିଥାନ୍ତି। ସେହିପରି ଏହି ରାସ୍ତା ଉପରେ ଛାତ୍ରୀଛାତ୍ର ଉଖୁଣ୍ଡା ମହାବିଦ୍ୟାଳୟ, ବାରିଆ ଉଚ୍ଚ ବିଦ୍ୟାଳୟ, ଏବିସିଡି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି। ଏପରିକି ଡାକ୍ତରଖାନାକୁ ରୋଗୀ ତଥା ଗର୍ଭବତୀ, ପ୍ରସୂତି ମହିଳା ନେବା ଆଣିବା ପାଇଁ ଆମ୍ବୁଲାନ୍ସ ଯିବା ଆସିବାରେ ବହୁ ଅସୁବିଧା ଦେଖାଦେଇଥାଏ। ସେହିପରି ସ୍ଥାନୀୟ ଲୋକମାନେ ବ୍ଲକ, ହାଟ, ବଜାର ଯିବା ଆସିବାରେ ମଧ୍ୟ ସମସ୍ୟା ଭୋଗୁଛନ୍ତି। ଏ ନେଇ ଉପଯୁକ୍ତ ପଦକ୍ଷେପ ନେଇ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଭୂଇଁପୁର ସରପଞ୍ଚ ସିରୋମଣୀ ନାୟକ, ସରୋଜ କୁମାର ମହାନ୍ତ, ପ୍ରଭାତୀ ମାଝି,ହଳଧର ମହାନ୍ତଙ୍କ ସମେତ ବହୁ ଲୋକ ଦସ୍ତଖତ କରି ଜିଲାପାଳଙ୍କୁ ଦାବିପତ୍ର ଦେବା ସହ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ,ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ଏହାର କପି ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ଗାଁକୁ ବ୍ୟାପିଲାଣି କ୍ୟାମ୍ପସ ରାଜନୀତି; ମହାବିଦ୍ୟାଳୟ ଛାଡି ଗାଁରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ବଞ୍ଚୋ,୧୧।୧୦(ପ୍ରଦୋଷ ବିଶ୍ୱାଳ ): କ୍ୟାମ୍ପସରୁ ଗାଁ ମୁହାଁ ହେଲାଣି ଛାତ୍ର ସଂସଦ ନିର୍ବାଚନର ତାତି । ମହାବିଦ୍ୟାଳୟ ପରିସରରେ ସୀମିତ ରହିନାହିଁ ଛାତ୍ର ରାଜନୀତି । ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?