Posted inଖେଳ

ଆଇପିଏଲ୍‌ ଖେଳୁ ନ ଥିବାରୁ ଅବସୋସ ନାହିଁ: ଷ୍ଟାର୍କ

ମେଲବୋର୍ନ,୪।୮(ପି.ଟି.): ଚଳିତ ବର୍ଷ ୟୁନାଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଖେଳିବେ ନାହିଁ। ତେବେ ଏଥିପାଇଁ ମୋର କୌଣସି ଅବସୋସ ନାହିଁ ବୋଲି ସେ କହିଛନ୍ତି। ଅଗାମୀ ସମର ସେସନ ପାଇଁ ଟ୍ରେନିଂ ଜାରି ରଖିବି ଓ ପ୍ରସ୍ତୁତି ଚଳାଇବି ବୋଲି ସେ କହିଛନ୍ତି।
ପୂର୍ବରୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଉପରେ ଫୋକସ୍‌ କରିବା ପାଇଁ ଷ୍ଟାର୍କ ଆଇପିଏଲ୍‌ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପରେ ଏହି ବିଶ୍ୱକପ୍‌କୁ କୋଭିଡ୍‌-୧୯ ମହାମାରୀ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ଆଇପିଏଲ୍‌ ପାଇଁ ପଥ ପରିଷ୍କାର ହୋଇଥିଲା। ତେବେ ଏ ନେଇ ଦୂରଦୃଷ୍ଟି ନ ଥିବା କଥାକୁ ଷ୍ଟାର୍କ ସ୍ବୀକାର କରିଛନ୍ତି। ତେବେ ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି ୩୦ ବର୍ଷୀୟ ଷ୍ଟାର୍କ ସ୍ପଷ୍ଟ କରିଛନ୍ତି। ଗତ ଦୁଇବର୍ଷ ହେବ ଷ୍ଟାର୍କ ରୟାଲ ଚ୍ୟାଲେଞ୍ଜର୍‌ସ ବାଙ୍ଗାଲୋର ପାଇଁ ଆଇପିଏଲ୍‌ ଖେଳି ଆସୁଥିଲେ। ଆଇପିଏଲ ଖେଳାଯିବା ବେଳେ ଟ୍ରେନିଂରେ ବ୍ୟସ୍ତ ରହିବି ଓ ନିଷ୍ପତ୍ତି ବଦଳାଇବି ନାହିଁ ବୋଲି ସେ କହିଛନ୍ତି।
୨୦୧୮ ଆଇପିଏଲ୍‌ ନିଲାମରେ ଷ୍ଟାର୍କଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ କ୍ରୟ କରିଥିଲା। କିନ୍ତୁ ଇଞ୍ଜୁରୀ କାରଣରୁ ସେ ବାଦ୍‌ ପଡିଥିଲେ। ଏହାପରେ ସେ ନଭେମ୍ବରରେ ରିଲିଜ୍‌ ହୋଇଥିଲେ। ଏବେ ନ୍ୟୁ ସାଉଥ ଓ୍ବେଲ୍ସର ସାଥୀ ଖେଳାଳମାନଙ୍କ ସହ ଟ୍ରେନିଂ ଜାରି ରଖିଛନ୍ତି। ଅଷ୍ଟ୍ରେଲିଆର ଇଂଲଣ୍ଡ ଗସ୍ତ ନେଇ ସେ ଅପେକ୍ଷା କରିଛନ୍ତି। ଏହି ଗସ୍ତରେ ଅଷ୍ଟ୍ରେଲିଆ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ସିରିଜ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେବ। ତେବେ ଏହି ଗସ୍ତକୁ ଏପର୍ଯ୍ୟନ୍ତ ଅନୁମୋଦନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ନୂଆ ଅଧ୍ୟାୟର ଅୟମାରମ୍ଭ

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ, ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌,...

ଘୁଞ୍ଚିଲା ଭାରତ-ଶ୍ରୀଲଙ୍କା ସିରିଜ୍‌

ନୂଆଦିଲ୍ଲୀ,୧୦।୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍‌ ୫ ଦିନ ବିଳମ୍ବରେ ଅର୍ଥାତ୍‌ ୧୮ ତାରିଖରୁ ଆରମ୍ଭ ହେବ।...

୨୯ରେ ବିସିସିଆଇ ଏସ୍‌ଜିଏମ୍‌

ନୂଆଦିଲ୍ଲୀ,୨୦।୫(ପି.ଟି.): ମେ’ ୨୯ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସ୍ବତନ୍ତ୍ର ସାଧାରଣ ବୈଠକ (ଏଜିଏମ୍‌) ବସିବ। ଦେଶରେ ଅକ୍ଟୋବର ଓ ନଭେମ୍ବରରେ ଆୟୋଜନ...

କୋଭିଡ୍‌-୧୯ ଲଢ଼େଇ: ଧାଓ୍ବନ, ପୁରନ, ଉନାଡକଟଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୧।୫(ପି.ଟି.)-କୋଭିଡ୍‌-୧୯ ମହାମାରୀ ଲଢ଼େଇରେ ଏବେ ଜଣକ ପରେ ଜଣେ କ୍ରିକେଟର ସାମିଲ ହେବାକୁ ଆଗକୁ ବାହରିଛନ୍ତି। ପଞ୍ଜାବ କିଙ୍ଗ୍ସ ତଥା ଓ୍ବେଷ୍ଟ ଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲା...

୧୪୨ ବର୍ଷ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୫।୧୧: ଇଡେନ ଗାର୍ଡେନ୍ସରେ ଟିମ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ...

ଆବୁ ଜାୟେଦଙ୍କୁ ଭର୍ତ୍ସନା

ରାଓ୍ବଲପିଣ୍ଡି, ୧୧ା୨ (ପି.ଟି.)- ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀଙ୍କ ଉଇକେଟ ପତନ ପରେ ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀ ପାଇଁ ବାଂଲାଦେଶ...

ସ୍ବଦେଶ ଫେରିବେ ମାଲିଙ୍ଗା

ବ୍ରିଷ୍ଟଲ, ୧୧।୬- ଶ୍ରୀଲଙ୍କା କ୍ରିକେଟ ଦଳର ଭେଟେରାନ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ଚଳିତ ଆଇସିସି ବିଶ୍ୱକପ୍‌ ମଝିରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ମଙ୍ଗଳବାର ଏଠାରେ...

ସନ୍ନ୍ୟାସ ନ ନେଲେ ଧୋନୀଙ୍କୁ ଜାତୀୟ ଦଳକୁ ଚୟନ କରାଯିବ ନାହିଁ

ଲଣ୍ଡନ,୧୫।୭- ଭାରତୀୟ ଦଳର ଚୟନକର୍ତ୍ତା, ସାଥୀ ଖେଳାଳି ଓ ପ୍ରଶଂସକମାନେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ନ୍ୟାସ ନେବେ କି ନାହିଁ ବୋଲି ଅନୁମାନ...

Ten Cric Info
Advertisement


Archives

Model This Week

Why Dharitri