Posted inଖେଳ

ଆଫ୍ରିଦୀଙ୍କ ବିବାଦୀୟ ବୟାନ: ହାରିବା ପରେ ପାକିସ୍ତାନ ନିକଟରେ କ୍ଷମା ମାଗୁଥିଲା ଭାରତ

କରାଚୀ, ୫।୭- ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦୀ ନିଜର ବିବାଦୀୟ ବୟାନ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଭାରତ ବିପକ୍ଷରେ ବୟାନ ଦେବାକୁ ମଧ୍ୟ ସେ ସବୁବେଳେ ଭଲ ପାଇଥାନ୍ତି। ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ଆରୋଗ୍ୟ ଲାଭ କରିଥିବା ଆଫ୍ରିଦୀ ଭାରତୀୟ ଖେଳାଳିଙ୍କୁ ନେଇ ଏଭଳି ଏକ ବୟାନ ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ଖବର ପାଲଟିଛି। ଏକ ସାକ୍ଷାତ୍‌କାର ଅବସରରେ ଆଫ୍ରିଦୀ କହିଛନ୍ତି, ‘ଭାରତ ବିପକ୍ଷରେ ଖେଳିବାକୁ ସର୍ବଦା ଭଲ ପାଇଥାଏ। ଆମେ ବହୁଥର ଶୋଚନୀୟ ଭାବେ ଭାରତୀୟ ଦଳକୁ ପରାସ୍ତ କରିଛୁ। ଆମେ ତାଙ୍କ ବୋଲରଙ୍କୁ ଏମିତି ପ୍ରହାର କରିଥାଉ ଯେ ମ୍ୟାଚ୍‌ ପରେ ସେମାନେ ଆମକୁ କ୍ଷମା ମାଗିଥାନ୍ତି।’ ତେବେ ଆପ୍ରିଦୀ ଏହି ବୟାନରେ ଯେଉଁ ଦାବି କରିଛନ୍ତି ସେଥିରେ କେତେ ସତ୍ୟତା ରହିଛି ତାହା ଜଣାପଡ଼ିନାହିଁ। ଏଥିପୂର୍ବରୁ ୪୦ ବର୍ଷୀୟ ଏହି ପାକିସ୍ତାନ ପୂର୍ବତନ ଖେଳାଳି ଆହୁରି ମଧ୍ୟ କହିଥିଲେ, ମୋତେ ଭାରତ ଓ ଅଷ୍ଟ୍ରେଲିଆରେ ଖେଳିବାକୁ ପସନ୍ଦ ଲାଗିଥାଏ। କିନ୍ତୁ ଭାରତ ଭଲ ଦଳ। ଘରୋଇ ମାଟିରେ ଭାରତ ବିପକ୍ଷରେ ଖେଳି ରନ୍‌ ସଂଗ୍ରହ କରିବା କଷ୍ଟସାଧ୍ୟ ବ୍ୟାପାର। ୧୯୯୯ ରେ ଚେନ୍ନାଇରେ ଭାରତ ବିପକ୍ଷରେ ଖେଳିଥିବା ୧୪୧ ରନର ଇନିଂସ ମୋ ପାଇଁ ସବୁଠାରୁ ସ୍ମରଣୀୟ। ସେ ସମୟରେ ପାକିସ୍ତାନ ଟିମ୍‌ ମ୍ୟାନେଜର ମୋତେ ଦଳରେ ନେବାକୁ ଚାହିଁ ନ ଥିଲେ। କିସ୍ତୁ ଓ୍ବାସିମ ଭାଇ ଓ ମୁଖ୍ୟ ଚୟନକର୍ତ୍ତାଙ୍କ ଯୋଗୁ ମୁଁ ଭାରତ ଗସ୍ତରେ ଯାଇପାରିଥିଲି।’ ଏଠାରେ ଉଲ୍ଲେଖଯୋଗ୍ୟ ନିକଟରେ ଆଫ୍ରିଦୀ ଏବଂ ତାଙ୍କ ସ୍ତ୍ରୀ ଓ ଝିଅ କରୋନା ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏବେ ଆରୋଗ୍ୟ ଲାଭ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri