Posted inଜାତୀୟ

ମିଳିଲାନି ସାହାଯ୍ୟ, ମା’ଙ୍କ ମୃତଦେହକୁ ବ୍ୟାଗ୍‌ରେ ବାନ୍ଧି ନେଲେ ପୁଅ

ମୁମ୍ବାଇ,୫।୭: ମୁମ୍ବାଇର ଏକ ଡାକ୍ତରଖାନାରେ କର୍ମଚାରୀଙ୍କ ଉଦାସୀନତା ହେତୁ ଜଣେ ଯୁବକ ନିଜ ମା’ଙ୍କ ମୃତଦେହକୁ ଏକ ବ୍ୟାଗରେ ପୂରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। କରୋନା ଯୋଗୁ ମା’ଙ୍କ ମୃତ୍ୟୁ ହେବାରୁ କୌଣସି କର୍ମଚାରୀ ମୃତଦେହ ନେବାକୁ ରାଜି ନ ଥିଲେ ବାଧ୍ୟ ହୋଇ ଯୁବକ ଜଣଙ୍କୁ ବ୍ୟାଗ୍‌ରେ ନେବାକୁ ପଡିଥିଲା। ଉକ୍ତ ଯୁବକଙ୍କ ପିତା ମଧ୍ୟ କରୋନାରେ ପୀଡିତ ଅଛନ୍ତି। କୁନାଲ ନାମକ ଏହି ଯୁବକ କହିଛନ୍ତି ଯେ ମା’ଙ୍କ ମୃତ୍ୟୁ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରୁ କଲ ଆସିଥିଲା। ସେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରଖାନା କର୍ମଚାରୀ ତାଙ୍କୁ କହିଥିଲେ ଯେ,ତାଙ୍କୁ ତାଙ୍କ ମା’ଙ୍କ ମୃତଦେହକୁ ତଳ ମହଲାକୁ ନେବାକୁ ପଡ଼ିବ। କୁନାଲ ଏଥିପାଇଁ ଡାକ୍ତରଖାନା ପ୍ରଶାସନର ସହାୟତା ଲୋଡିଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ନ ଥିଲେ। ଡାକ୍ତରଖାନା କର୍ମଚାରୀମାନେ ବିଛଣାରୁ ଷ୍ଟ୍ରେଚରକୁ ମଧ୍ୟ ମୃତଦେହ ନେବାକୁ ପ୍ରସ୍ତୁତ ନ ଥିଲେ। ଶେଷରେ କୁନାଲ ତାଙ୍କର ଜଣେ ସମ୍ପର୍କୀୟଙ୍କ ସାହାଯ୍ୟରେ ତାଙ୍କ ମା’ଙ୍କ ମୃତଦେହକୁ ଏକ ବ୍ୟାଗରେ ପୂରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ମନ୍ଦିର ନିର୍ମାଣ କଲେ ସ୍ବାମୀ

ଜୟପୁର,୧୪।୧୦: ଦୁଇ ମାସ ପୂର୍ବରୁ ରାଜସ୍ଥାନ ସିକର ଜିଲାର ଫତେହପୁରରେ ଏକ ସଡ଼କ ଦୁର୍ଘଟଣାରେ ହରିୟାଣାର ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ(୫୪) ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।...

ସ୍ବାଧୀନତାର ୭୨ ବର୍ଷ ପରେ ଜମ୍ମୁ-କଶ୍ମୀର ରାଜୌରିକୁ ବିଦ୍ୟୁତ୍‌ ଯୋଗାଣ

ଶ୍ରୀନଗର,୫।୧୦: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଥିବା ରାଜୌରି ଅଞ୍ଚଳରେ ସ୍ବାଧୀନତାର ୭୨ ବର୍ଷ ପରେ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ସୌଭାଗ୍ୟ ବିଦ୍ୟୁତ୍‌ ଯୋଜନା...

ରାମମନ୍ଦିର ଆନ୍ଦୋଳନର ୪ ମହାରଥୀ ଏବେ ରାଜନୀତିରୁ ଦୂରରେ

ନୂଆଦିଲ୍ଲୀ, ୪।୮: ରାମମନ୍ଦିରର ଭୂମି ପୂଜନ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି। ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଭୂମି ପୂଜନ କାର୍ଯ୍ୟର ଶୁଭାରମ୍ଭ...

ବିଶ୍ୱ ଜନସଂଖ୍ୟା ଦିବସ: ୮ ବର୍ଷ ପରେ ଭାରତରେ ଦେଖାଯିବ ଜଳ ସଙ୍କଟ

ନୂଆଦିଲ୍ଲୀ,୧୧।୭: ସାରା ବିଶ୍ୱ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରୁଛି। ପ୍ରଥମେ ଏହା ୧୯୮୯ରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଗର୍ଭନିଂ କାଉନସିଲ୍‌...

ଭାଗ୍ୟ ବଦଳାଇ ଦେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ,୨୧।୧୨: ସୋସିଆଲ ମିଡିଆ ମଧ୍ୟ ଭାଗ୍ୟ ବଦଳି ଦେଇପାରେ। ଏଭଳି କିଛି ଘଟଣା ଘଟିଛି ‘ବାବା କା ଢ଼ାବା’ର ମାଲିକ କାନ୍ତା ପ୍ରସାଦଙ୍କ ସହ। କିଛି...

ହୋମ୍‌ ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା

ଦମତାରି,୩୧।୩: କରୋନା ଭାଇରସ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ଛତିଶଗଡ଼ ଦମତାରି ତାଗାପାଣି ଅଞ୍ଚଳର ଜରେ ୩୫ ବର୍ଷୀୟ ଯୁବକ ହୋମ୍‌...

ଦେଶରେ ୧ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯ ।୧୨: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଶନିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ୨୫,୧୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ...

ଭାରତ ମହାସାଗର ଉପରେ ସତର୍କଦୃଷ୍ଟି

ନୂଆଦିଲ୍ଲୀ,୩୦ା୬: ଭାରତ ମହାସାଗରୀୟ ଅଞ୍ଚଳଗୁଡ଼ିକରେ ସତର୍କଦୃଷ୍ଟି ରଖିଛି ଭାରତୀୟ ନୌସେନା। ପୂର୍ବ ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଚାଇନା ସେନା ସହ ରକ୍ତାକ୍ତ ସଂଘର୍ଷ ଓ ୨୦...

Advertisement


Archives

Model This Week

Why Dharitri