Posted inଫୁରସତ

ବସ୍‌ରେ ଆରମ୍ଭ ହୋଇଥିଲା ଏହି ପ୍ରସିଦ୍ଧ ଭାଜପା ନେତାଙ୍କ ଲଭ୍‌ଷ୍ଟୋରୀ

ଭାରତୀୟ ଜନତା ପାର୍ଟିର ପ୍ରସିଦ୍ଧ ନେତା ଶାହନୱାଜ ହୁସେନ ଦିଲ୍ଲୀର ହିନ୍ଦୁ ଯୁବତୀ ରେଣୁଙ୍କୁ ବିବାହ କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ୯ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ୧୯୮୬ରେ, ସ୍ନାତକୋତ୍ତର ପଢୁଥିବାବେଳେ ଶାହନୱାଜ ଏଡିଟିସି ବସରେ ଯାତ୍ରା କରୁଥିଲେ। ଦୈନନ୍ଦିନ ଯାତ୍ରାରେ ଥରେ ସେ ରେଣୁଙ୍କୁୁ ବସ୍‌ରେ ଦେଖିଥିଲେ। ଶାହନୱାଜ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ଆଡକୁ ଚାହିଁ ରହିଥିଲେ। କିଛି ସମୟ ପରେ ରେଣୁ ନିଜ ଗନ୍ତବ୍ୟସ୍ଥଳରେ ଓହ୍ଲାଇ ପଡିଥିଲେ। ଏହା ଦେଖି ଶାହନଓ୍ବାଜ୍‌ଙ୍କ ମନ ଦୁଃଖ ହୋଇଥିଲା। କିଛି ଦିନ ପରେ ରେଣୁଙ୍କୁ ପୁଣି ଥରେ ବସ୍‌ରେ ଦେଖିଥିଲେ। ଏମିତି ବାରମ୍ବାର ବସ୍‌ରେ ତାଙ୍କ ସହ ଭେଟ ହେଉଥାଏ। ଥରେ ଶାହନଓ୍ବାଜଙ୍କୁ ଏକ ସିଟ୍‌ ମିଳିଥିଲା। ରେଣୁଙ୍କୁ କିନ୍ତୁ ସିଟ୍‌ ନ ମିଳିବାରୁ ସେ ଛିଡା ହୋଇଥିଲେ। ଏହି ମଉକାରେ ଶାହନଓ୍ବାଜ୍‌ ତାଙ୍କୁ ସିଟ୍‌ ଅଫର୍‌ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଶାହନଓ୍ବାଜ୍‌ ତାଙ୍କ ପ୍ରେମରେ ପଡିଥିଲେ। ଦିନେ ନିଜ ମନକଥା ରେଣୁଙ୍କୁ କହିଦେଲେ। ଏହାଶୁଣି ରେଣୁ ପ୍ରବଳ ରାଗି ଯାଇଥିଲେ। କାରଣ ଶାହନଓ୍ବାଜ୍‌ ମୁସଲମାନ ଧର୍ମର ଥିବାବେଳେ ଯୁବତୀ ଜଣଙ୍କ ହିନ୍ଦୁ ଧର୍ମର ଥିଲେ। ତେଣୁ ପରିବାର ଲୋକେ ରାଜି ହେବା କଷ୍ଟକର। ଶାହନଓ୍‌ବାଜ୍‌ କିନ୍ତୁ ଧର୍ମ ପାଇଁ ନିଜ ପ୍ରେମକୁ ଛାଡିବାକୁ ଚାହୁନ ଥିଲେ। ରେଣୁ ଏବଂ ନିଜ ପରିବାରକୁ ବୁଝାଇବା ପାଇଁ ତାଙ୍କ ୯ ବର୍ଷ ଲାଗିଥିଲା। ପରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲେଇକୁ ପାଣିରୁ ଉଦ୍ଧାର କଲା କୁକୁର, ଭିଡିଓ ଦେଖିଲେ…

କୁକୁର ଏବଂ ବିଲେଇଙ୍କ ମଧ୍ୟରେ ଲଢ଼େଇ କେମିତି ହୋଇଥାଏ ତାହା ବେଶ୍‌ ସମସ୍ତଙ୍କୁ ଜଣା। ଯେତେବେଳେ ଉଭୟ ପାଖାପାଖି ରହିଥାଆନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା...

ଯୁବତୀଙ୍କ ଅଧିକ ପସନ୍ଦ ଚଷମା ପିନ୍ଧୁଥିବା ଯୁବକ…

ପ୍ରେମ ଏକ ସ୍ବର୍ଗୀୟ ଅନୁଭୁତି। ତେବେ ଏକ ଗବେଷଣାରୁ ଜଣାପଡ଼ିଛି ଯୁବତୀମାନେ ପ୍ରେମ ପାଇଁ ଯୁବକଙ୍କ ପାଖରେ କେତେକ ନିଦ୍ଦିଷ୍ଟ ଗୁଣ ଉପରେ ଗୁରୁତ୍ୱାରୋପ କରିଥାନ୍ତି।...

ପାଣି ବଦଳରେ ଟ୍ୟାପ୍‌ରୁ ବାହାରୁଛି ଗରମ ଚା’, ଭିଡିଓ ଦେଖିଲେ ହିଁ କରିବେ ବିଶ୍ୱାସ

ଉତ୍ତର ପ୍ରଦେଶରେ ବର୍ତ୍ତମାନ ପ୍ରବଳ ଥଣ୍ଡା ପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେଉଥିବାବେଳେ ସବୁ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି। ଏପରିକି ମୁମ୍ବାଇରେ ତାପମାତ୍ରା ଯଥେଷ୍ଟ...

ସଜବାଜ…

ସଜେଇ ହେବା ନାରୀର ସ୍ବଭାବ । ସେମିତି ସ୍ବଭାବତଃ ସେ ଆଭୁଷଣ ପ୍ରିୟ। ପଦାଙ୍ଗୁଳିଠାରୁ ଆରମ୍ଭକରି କେଶର ଶେଷଶିଖା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଭୂଷଣ ପରିଧାନ...

ପିଆନୋ ହାଉସ୍‌

ଚାଇନାର ଏହା ଏକ ସୁନ୍ଦର ବିଲ୍ଡିଂ, ଯେଉଁମାନେ ଉଭୟ ସଙ୍ଗିତ ଓ ସ୍ଥାପତ୍ୟକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହି ଘର ଏକ ପ୍ରିୟ ଆର୍କିଟେକ୍ଚରାଲ...

ଶିକ୍ଷା ହିଁ ବିକାଶର ଚାବିକାଠି

ସମାଜର ବିକାଶରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତେଣୁ ଶିକ୍ଷାକୁ ବିକାଶର ଚାବିକାଠି ମଧ୍ୟ କୁହାଯାଇଥାଏ। ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ...

ଦୁଇ ଚକରେ ଅଟୋ ଚଳାଇ କଲେ ରେକର୍ଡ

ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ନାମ ସାମିଲ କରିବା ଅନେକଙ୍କର ସ୍ବପ୍ନ ଥାଏ। ସେଥିପାଇଁ ଅନେକ ରୋମାଞ୍ଚକର ଓ ଅବିଶ୍ୱସନୀୟ କାମ କରିବାକୁ ଲୋକେ ପଛାଇ ନ...

୨୨ଶହ ମସିହା ବେଳକୁ ମୃତ୍ୟୁକୁ ଜୟ କରିବ ମଣିଷ …

ମଣିଷ ବି ମୃତ୍ୟୁ ଉପରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇପାରିବ। ଆଉ ୨୨ ଶହ ମସିହା ବେଳକୁ ମଣିଷ ହୋଇଯିବ ଭଗବାନ। ଯେପରି ସୃଷ୍ଟିକର୍ତ୍ତା...

Advertisement
Archives

Model This Week