Posted inଫୁରସତ

ବସ୍‌ରେ ଆରମ୍ଭ ହୋଇଥିଲା ଏହି ପ୍ରସିଦ୍ଧ ଭାଜପା ନେତାଙ୍କ ଲଭ୍‌ଷ୍ଟୋରୀ

ଭାରତୀୟ ଜନତା ପାର୍ଟିର ପ୍ରସିଦ୍ଧ ନେତା ଶାହନୱାଜ ହୁସେନ ଦିଲ୍ଲୀର ହିନ୍ଦୁ ଯୁବତୀ ରେଣୁଙ୍କୁ ବିବାହ କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ୯ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ୧୯୮୬ରେ, ସ୍ନାତକୋତ୍ତର ପଢୁଥିବାବେଳେ ଶାହନୱାଜ ଏଡିଟିସି ବସରେ ଯାତ୍ରା କରୁଥିଲେ। ଦୈନନ୍ଦିନ ଯାତ୍ରାରେ ଥରେ ସେ ରେଣୁଙ୍କୁୁ ବସ୍‌ରେ ଦେଖିଥିଲେ। ଶାହନୱାଜ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ଆଡକୁ ଚାହିଁ ରହିଥିଲେ। କିଛି ସମୟ ପରେ ରେଣୁ ନିଜ ଗନ୍ତବ୍ୟସ୍ଥଳରେ ଓହ୍ଲାଇ ପଡିଥିଲେ। ଏହା ଦେଖି ଶାହନଓ୍ବାଜ୍‌ଙ୍କ ମନ ଦୁଃଖ ହୋଇଥିଲା। କିଛି ଦିନ ପରେ ରେଣୁଙ୍କୁ ପୁଣି ଥରେ ବସ୍‌ରେ ଦେଖିଥିଲେ। ଏମିତି ବାରମ୍ବାର ବସ୍‌ରେ ତାଙ୍କ ସହ ଭେଟ ହେଉଥାଏ। ଥରେ ଶାହନଓ୍ବାଜଙ୍କୁ ଏକ ସିଟ୍‌ ମିଳିଥିଲା। ରେଣୁଙ୍କୁ କିନ୍ତୁ ସିଟ୍‌ ନ ମିଳିବାରୁ ସେ ଛିଡା ହୋଇଥିଲେ। ଏହି ମଉକାରେ ଶାହନଓ୍ବାଜ୍‌ ତାଙ୍କୁ ସିଟ୍‌ ଅଫର୍‌ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଶାହନଓ୍ବାଜ୍‌ ତାଙ୍କ ପ୍ରେମରେ ପଡିଥିଲେ। ଦିନେ ନିଜ ମନକଥା ରେଣୁଙ୍କୁ କହିଦେଲେ। ଏହାଶୁଣି ରେଣୁ ପ୍ରବଳ ରାଗି ଯାଇଥିଲେ। କାରଣ ଶାହନଓ୍ବାଜ୍‌ ମୁସଲମାନ ଧର୍ମର ଥିବାବେଳେ ଯୁବତୀ ଜଣଙ୍କ ହିନ୍ଦୁ ଧର୍ମର ଥିଲେ। ତେଣୁ ପରିବାର ଲୋକେ ରାଜି ହେବା କଷ୍ଟକର। ଶାହନଓ୍‌ବାଜ୍‌ କିନ୍ତୁ ଧର୍ମ ପାଇଁ ନିଜ ପ୍ରେମକୁ ଛାଡିବାକୁ ଚାହୁନ ଥିଲେ। ରେଣୁ ଏବଂ ନିଜ ପରିବାରକୁ ବୁଝାଇବା ପାଇଁ ତାଙ୍କ ୯ ବର୍ଷ ଲାଗିଥିଲା। ପରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri