ଅଡ଼ୁଆରେ ନିର୍ଦ୍ଦେଶକ କରନ୍‌ ଜୋହର: ଦୀପିକାଙ୍କ ଆଗାମୀ ଫିଲ୍ମରୁ ହଟିବ ନାମ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ହିନ୍ଦୀ ସିନେମାର ଭେଟେରାନ ନିର୍ମାତା, ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିରୋଧରେ ସୋସିଆଲ ମିଡିଆରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହା କରନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ସମସ୍ୟା ସୃଷ୍ଟି କରିବା ଆରମ୍ଭ କରିଛି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହିତ ନିର୍ମିତ ତାଙ୍କ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀରୁ ତାଙ୍କ ନାମ ହଟାଯିବା ଗୁଜବ ଭୁଲ ପ୍ରମାଣିତ ହୋଇଛି। ଶକୁନ ବତ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଫିଲ୍ମରୁ ନିର୍ମାତା ଭାବରେ ତାଙ୍କ ନାମ ହଟାଇବାକୁ ଏବେ ଆଲୋଚନା ଆରମ୍ଭ ହୋଇଛି।

ଦୀପିକା ପାଦୁକୋନ, ସିଦ୍ଧନ୍ତ ଚାଟୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନିତ ଶକୁନ ବତ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଶୁଟିଂ କରୋନା ଯୋଗୁ ବନ୍ଦ ହୋଇଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କାରଣରୁ ସ୍ଥଗିତ ରହିଛି। ଏହି ଚଳଚ୍ଚିତ୍ରର ଶୁଟିଂ ଚଳିତ ଗ୍ରୀଷ୍ମ ଋତୁରୁ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଥିଲା। ବର୍ତ୍ତମାନ ଅନ୍‌ଲକ-୨ ଆରମ୍ଭ ହୋଇଛି। ଆଶା କରାଯାଉଛି ଯେ, ଖୁବ ଶୀଘ୍ର ଅନ୍ତର୍ଜାତୀୟ ବିମାନ ଉଡାଣ ମଞ୍ଜୁରି ମିଳିଯିବ। ଦୀପିକା ତାଙ୍କ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ଓ ଫିଲ୍ମ ପାଇଁ ସେ ଯୋଗ ଶିଖିବା ଆରମ୍ଭ କରିଛନ୍ତି।

ଶକୁନ ବତ୍ରାଙ୍କ ନିର୍ଦ୍ଦେଶନାରେ ଶୁଟିଂ ଆରମ୍ଭ ହେବା ପୂର୍ବରୁ ଦୀପିକା ପାଦୁକୋନଙ୍କ ଯୋଗ ଶିଖିବା ଏହି ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତିର ଏକ ଅଂଶ। ଏହା ମଧ୍ୟ କୁହାଯାଇଥିଲା ଯେ ଏହି ପ୍ରଶିକ୍ଷଣରେ ତାଙ୍କ ଭୂମିକା ସହିତ କିଛି ସମ୍ପର୍କ ରହିପାରେ। ଏହା ସହ ନିର୍ମାତାମାନେ ଚଳଚ୍ଚିତ୍ର ସହ ଜଡିତ ସମସ୍ତ ତଥ୍ୟର ରହସ୍ୟ ବଜାୟ ରଖିଛନ୍ତି।

ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ କିଛି ଦିନ ପୂର୍ବରୁ କରନ୍‌ ଜୋହରଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ପୋଷ୍ଟରରୁ ତାଙ୍କ ନାମ ହଟାଇବା ବିଷୟରେ କହିବା ଆରମ୍ଭ କଲେ। କୁହାଯାଉଥିଲା ଯେ କରନଙ୍କ ନାମ ଫିଲ୍ମର ପୋଷ୍ଟରରୁ ଏଥିପାଇଁ ହଟାଯିବ ଯେପରି ସୁଶାନ୍ତଙ୍କ ପ୍ରଶଂସକମାନେ ଫିଲ୍ମକୁ ତିରସ୍କାର କରିବେ ନାହିଁ । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏହାକୁ ନେଇ ଏକ ଟୁଇଟ ମାଧ୍ୟମରେ ବ୍ୟାଖ୍ୟା କରିଛ ଯେ କମ୍ପାନୀ ପକ୍ଷରୁ ଏହି ଟୁଇଟ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri