ଏହି କ୍ରିକେଟରଙ୍କୁ ବିବାହ ନ କରି ତାଙ୍କ ପିଲାର ମା’ ହୋଇଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ନୀନା ଗୁପ୍ତା ଆଜି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ପରିଚିତ ନାମ। ସିରିୟଲ ‘ଖାନ୍‌ଦାନ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଛୋଟପରଦା ଏବଂ ବଲିଉଡ୍‌ରେ କାମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନୀନା। ମାତ୍ର ତାଙ୍କ ବ୍ୟକ୍ତିଗତ ଜୀବନ ଏତେ ସହଜ ନ ଥିଲା। ଯୌବନରେ ସେ ଜଣେ କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ। ତେବେ ଜାଣନ୍ତୁ ଏହା ପରେ କ’ଣ ଘଟିଥିଲା ନୀନାଙ୍କ ଜୀବନରେ…


ନୀନା ଓ୍ବେଷ୍ଟ୍‌ଇଣ୍ଡିଜ୍‌ କ୍ରିକେଟର ଭିଭିଆନ୍‌ ରିଚାର୍ଡସଙ୍କ ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଏହି ସମ୍ପର୍କକୁ ନେଇ ସେତେବେଳେ ଦୁଇଜଣ ବେଶ୍‌ ଚର୍ଚ୍ଚାରେ ଥିଲେ। କାରଣ ପ୍ରେମସମ୍ପର୍କର କିଛିଦିନ ପରେ ନୀନା ଗର୍ଭବତୀ ହୋଇଥିଲେ। କିନ୍ତୁ ନୀନା ରିଚାର୍ଡସଙ୍କୁ ବିବାହ କଲେ ନାହିଁ। ହେଲେ ତାଙ୍କ ପିଲାକୁ ଜନ୍ମ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଫଳରେ ତାଙ୍କ ଗର୍ଭରୁ ଝିଅ ନସାବା ଜନ୍ମ ନେଇଥିଲେ। ୮୦ ଦଶକରେ ଓ୍ବେଷ୍ଟ୍‌ ଇଣ୍ଡିଜ୍‌ ଟିମ୍‌ ଭାରତକୁ କ୍ରିକେଟ ଖେଳିବା ପାଇଁ ଆସିଥିଲା। ସେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯଦିଓ ଦୁହିଁଙ୍କ ମଧ୍ୟରେ ପ୍ରେମ କେମିତି ହେଲା କାହାକୁ ସ୍ପଷ୍ଟ ଜଣା ନାହିଁ ତଥାପି ମୁମ୍ବାଇର ଏକ ପାର୍ଟିରେ ତାଙ୍କର ସାକ୍ଷାତ ହୋଇଥିଲା। ସେଠାରେ ପରିଚୟ ସୃଷ୍ଟି ହୋଇଥିଲା।

ଦୁଇଜଣଙ୍କ ସମ୍ପର୍କ ଟିକେ ଭିନ୍ନ ଥିଲା। ଯେତେବେଳେ ରିଚାର୍ଡସଙ୍କର ନୀନାଙ୍କ ସହ ଭେଟ ହେଲା, ସେହି ସମୟରେ ରିଚାର୍ଡସ ବିବାହିତ ଥିଲେ। ତାଙ୍କର ଦୁଇ ପିଲା ମଧ୍ୟ ଥିଲେ। ଶୁଣିବାକୁ ମିଳେ ଏହି ସମୟରେ ଭିଭିଆନ୍‌ ତାଙ୍କ ସ୍ତ୍ରୀଙ୍କଠାରୁ କୁଆଡ଼େ ଅଲଗା ରହୁଥିଲେ। ଏହା ଜାଣି ମଧ୍ୟ ନୀନା ଭିଭିଆନ୍‌ଙ୍କ ପ୍ରେମରେ ପଡ଼ିଥିଲେ। ଦୁହିଁଙ୍କ ସମ୍ପର୍କ ଦୀର୍ଘଦିନ ଧରି ବେଶ୍‌ ଭଲ ଚାଲିଥିଲା। ଏହି ସମୟରେ ଶୁଣିବାକୁ ମିଳିଥିଲା ନୀନା ମା’ ହେବାକୁ ଯାଉଛନ୍ତି। ନୀନା ଏବଂ ଭିଭିଆନ୍‌ କେବେ ବିବାହ କରିପାରିବେ ନାହିଁ। ଆରମ୍ଭରୁ ହିଁ ନୀନାଙ୍କ ପରିବାର ଏବଂ ସାଙ୍ଗସାଥୀ ଏକଥା ଜାଣିଥିଲେ। କିନ୍ତୁ ନୀନା ନିଷ୍ପତ୍ତି ନେଇଥିଲେ ବିବାହ ନ କରି ମଧ୍ୟ ତାଙ୍କ ପିଲାକୁ ଜନ୍ମ ଦେବେ। ନୀନା ଯେତେବେଳେ ଗର୍ଭବତୀ ଥିଲେ ସେହି ସମୟରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ସେତେବେଳେ ତାଙ୍କ ପିତା ଦିଲୀରୁ ମୁମ୍ବାଇ ଆସି ତାଙ୍କ ସହ ରହୁଥିଲେ। ଶେଷରେ ୧୯୮୯ରେ ଝିଅ ମସାବାକୁ ଜନ୍ମ ଦେଇଥିଲେ। ମସାବା ଆଜିର ଦିନରେ ଜଣେ ଜଣାଶୁଣା ଫ୍ୟାଶନ ଡିଜାଇନର।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri