ବଲିଉଡ୍‌ରେ ଶୋକ: ପରପାରିରେ ନିର୍ଦ୍ଦେଶକ ରଜତ

ମୁମ୍ବାଇ,୧୯।୭: ବଲିଉଡ୍‌ ଦୁନିଆକୁ ଲାଗିଛି ଆଉ ଏକ ଧକ୍କା। ନାମୀଦାମୀ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କୁ ହରାଇଛି ସିନେ ଦୁନିଆ। ଶନିବାର ରାତିରେ ଜୟପୁରଠାରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। ତେବେ ଗତ ଏପ୍ରିଲ ମାସରୁ ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ଚାଲୁଥିବା ସମୟରେ ହିଁ ତାଙ୍କର ପରଲୋକ ହୋଇଛି। ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ଏହି ଖବର ଶୁଣି ଭାଙ୍ଗି ପଡିବା ସହ ସୋସିଆଲ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ରଜତ ମୁମ୍ବାଇରେ ରହୁଥିବା ବେଳେ ଲକ୍‌ଡାଉନ ଯୋଗୁ ସେ ତାଙ୍କ ହୋମ୍‌ଟାଇନ ଜୟପୁର ଚାଲି ଯାଇଥିଲେ। ତାଙ୍କର କିଡ୍‌ନୀ ସମସ୍ୟା ସହ ଫୁସ୍‌ଫୁସ୍‌ରେ ଇନ୍‌ଫେକ୍ସନ ମଧ୍ୟ ଥିଲା। ନିର୍ଦ୍ଦେଶକ ରଜତ ମୁଖାର୍ଜୀ ପ୍ୟାର ତୁନେ କ୍ୟା କିୟା, ରୋଡ, ଲଭ୍‌ ଇନ୍‌ ନେପାଳ ଓ ଉମ୍ମିଦ ଭଳି ଫିଲ୍ମ ଭେଟି ଦେଇଥିଲେ ଦର୍ଶକଙ୍କୁ। ତାଙ୍କ ବିୟୋଗରେ ଅଭିନେତା ମନୋଜ ବାଜପେୟୀ ଟୁଇଟ୍‌ କରି ଲେଖିଛନ୍ତି, ଏହି ଖବରକୁ ମୁଁ ବିଶ୍ୱାସ କରିପାରୁନାହିଁ। ଆମେ ଆଉ କେବେ ମିଶିବାନି କି କାମକୁ ନେଇ ଚର୍ଚ୍ଚା କରିବାନି ବୋଲି ମୋତେ ବିଶ୍ୱାସ ହେଉନି। ଯେଉଁଠି ଅଛ ବନ୍ଧୁ ସୁଖରେ ଥାଅ। ହଂସଲ ମେହେତା ଲେଖିଛନ୍ତି ବନ୍ଧୁ ତୁମେ ସବୁଦିନ ପାଇଁ ମନେ ରହିବ। ରଜତଙ୍କ ଦେହାନ୍ତ ପରେ ୨୦୨୦ ବଲିଉଡ୍‌ ଦୁନିଆ ପାଇଁ କେବଳ ଦୁଃଖ ନେଇ ଆସିଛି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣ ପାଇଁ...

‘ପଠାନ୍‌’ ପାଇଁ ୧୦୦ କୋଟି ଚାର୍ଜ କରିଛନ୍ତି ଶାହାରୁଖ

ବମ୍ବେ: ନୂଆ ବର୍ଷରେ ରିଲିଜ ହେବ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍‌’। ଦୀର୍ଘ ୪ ବର୍ଷ ଧରି ବଡ ପରଦାରୁ ଦୂରରେ ଥିବାରୁ ପ୍ରଶଂସକମାନେ...

୫୧ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ...

ସଲମାନଙ୍କ ସାହାଯ୍ୟ ମାଗିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଏବେ ଦେଶରେ କରୋନା ମହାମାରୀ ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ଯୁଦ୍ଧରେ ଲଢୁଛନ୍ତି ଦେଶବାସୀ। ଏହି ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ...

ଡେଟ କରୁଛନ୍ତି ତମନ୍ନା!

ମୁମ୍ବାଇ: ବଲିଉଡରେ ବିଜୟ ବର୍ମା ଓ ତମନ୍ନା ଭାଟିଆଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଚାଲିଛି। ଉଭୟଙ୍କୁ ଅନେକ ସମୟରେ ପାର୍ଟିରେ ଦେଖିବାକୁ ମିଳୁଛି। ଏହି ଆଫେୟାର...

ମୌର୍ଯ୍ୟ ହୋଟେଲରେ ଟ୍ରମ୍ପ୍‌ଙ୍କ ରହଣୀ: ଗୋଟିଏ ରାତିର ରୁମ୍‌ ଭଡ଼ା ୮ ଲକ୍ଷ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କ ଭାରତ ଗସ୍ତକୁ ସ୍ମୃତି ବହୁଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର...

ମାଟି କ୍ୟାରମ୍‌ ବୋର୍ଡରେ ଖେଳୁଥିବା ପିଲାଙ୍କ ଭିଡ଼ିଓକୁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୨।୧୦: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଏକ ଫଟୋ ଅପ୍‌ଲୋଡ୍‌ କରିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ୫ ଜଣ...

Advertisement
Archives

Model This Week