ପରମବୀରଙ୍କ ଦିଗ

ଶାସକ ଦଳ ନେତା ଓ ପୋଲିସ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ଥାଏ। ଦେଖାଯାଏ ସରକାର ବଦଳିଲେ ଗାଦିନସୀନ ଦଳକୁ ପୂର୍ବରୁ ଯେଉଁ ପୋଲିସ ଅଧିକାରୀ ବା କର୍ମଚାରୀ ସହଯୋଗ କରିଥାଆନ୍ତି ସେମାନଙ୍କୁ ଲୋଭନୀୟ ପଦବୀ ଦିଆଯାଇଥାଏ। ପୋଲିସ ଯେହେତୁ ଗୃହ ବିଭାଗ ଅଧୀନରେ ଆସେ, ଅନେକ ବରିଷ୍ଠ ଅଧିକାରୀ ଗୃହମନ୍ତ୍ରୀଙ୍କୁ ସର୍ବମାନ୍ୟ କରିଥାଆନ୍ତି। ସଦ୍ୟ ଘଟଣା ଦେଖିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ୫ ଏପ୍ରିଲରେ ଇସ୍ତଫା ଦେଇଥିବା ଅନିଲ ଦେଶମୁଖ ଓ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିଯିବାଠାରୁ ନାଟକ ଭିନ୍ନ ମୋଡ଼ ନେଇ ଚାଲିଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ହୋଟେଲ ଓ ରେଷ୍ଟୁରାଣ୍ଟରୁ ମାସକୁ ୧୦୦ କୋଟି ଟଙ୍କା ବଟି ଆଦାୟ ଲାଗି ଦେଶମୁଖ ପୋଲିସ ଅଧିକାରୀ ସଚିନ ଭାଜେ ଓ ଅନ୍ୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ ବୋଲି ପରମବୀର ଅଭିଯୋଗ ଆଣିଥିଲେ। ସେହି ଅଭିଯୋଗ ଆଧାରରେ ବମ୍ବେ ହାଇକୋର୍ଟ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ୬ ଏପ୍ରିଲରେ ମହାରାଷ୍ଟ୍ର ସରକାର ବମ୍ବେ ହାଇକୋର୍ଟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଆଶ୍ଚର୍ଯ୍ୟର ବିଷୟ, ୨୯ ଫେବୃୟାରୀ ୨୦୨୦ରୁ ୧୮ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ କମିଶନର ଦାୟିତ୍ୱ ତୁଲାଉଥିବା ପରମବୀର କ୍ଷମତାରେ ଥିବାବେଳେ କେବେହେଲେ ଏଭଳି ବିରାଟକାୟ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିଥିବାର ପ୍ରମାଣ ଦେଖିବାକୁ ମିଳୁନାହିଁ। ଡକାୟତ ଗୋଷ୍ଠୀରେ ଭାଗବଣ୍ଟା ନ ଛିଣ୍ଡିଲେ ଯେମିତି ଅପଡ଼ ହୋଇ ପରସ୍ପରକୁ ପୋଲିସରେ ଧରାଇ ଦିଅନ୍ତି, ପରମବୀରଙ୍କ କ୍ଷେତ୍ରରେ ସେହିଭଳି ଘଟଣା ଘଟିଥିବା ଭଳି ମନେହେଉଛି। ପୂର୍ବତନ ପୋଲିସ କମିଶନରଙ୍କ ବୟାନ ପରେ ପୂର୍ବତନ ଗୃହମନ୍ତ୍ରୀଙ୍କ ବିରୋଧରେ ଅନେକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ସାମାଜିକ ଚାପ ଓ ବିଶେଷକରି ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟକୁ ବୁଝିପାରୁଥିବା ବମ୍ବେ ହାଇକୋର୍ଟ ବିଚାରପତିମାନେ ନିଜ ସ୍ବାର୍ଥରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥାଇପାରନ୍ତି। ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଗଲେ ମଧ୍ୟ ସଫଳତା ହାସଲ କରିବାର ପ୍ରତିଶତ ଅତ୍ୟନ୍ତ ନଗଣ୍ୟ। କାରଣ ସୁପ୍ରିମକୋର୍ଟ ଏବେ କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ମହାରାଷ୍ଟ୍ରର ଶିବସେନା ସରକାର ବିରୋଧରେ ରାୟ ଦେବାର ଅଧିକ ସମ୍ଭାବନା ରହିଛି। ପରମବୀର ଯେତିକି ଦିନ କମିଶନର ରହିପାରିଲେ, ସେହି ସମୟରେ ମୁମ୍ବାଇ ପୋଲିସର ଦୁର୍ନୀତିକୁ ରୋକିବାର କୌଣସି ଆଖିଦୃଶିଆ ପ୍ରସ୍ତାବ କାର୍ଯ୍ୟକାରୀ କରିଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳୁନାହିଁ। ଏହାବ୍ୟତୀତ ଯଦି ବଟି ଆଦାୟ ଲାଗି ବିପୁଳ ଅର୍ଥ ସଂଗ୍ରହ ଦାୟିତ୍ୱ ପୋଲିସ ବିଭାଗକୁ ଦିଆଯାଇଥିଲା, ତେବେ ପରମବୀର ନୀରବ ରହିବା ପଛରେ ତାଙ୍କର ଏହି କାର୍ଯ୍ୟରେ ସମ୍ପୃକ୍ତି ନିଶ୍ଚିତ ଭାବେ ଥିବ। ସମସ୍ତେ ଜାଣନ୍ତି, ମନ୍ତ୍ରୀଙ୍କୁ ଯଦି ୧୦୦ କୋଟି ଟଙ୍କା ଯାଇଥିବ ତେବେ ସରକାରୀ କର୍ମଚାରୀ ତା’ର ଦୁଇ ତିନିଗୁଣ ନିଜ ପାଖରେ ରଖିଥିବେ।
ଆଜିର ସ୍ଥିତି ଦେଖିଲେ ନ୍ୟାୟାଳୟ ମଧ୍ୟ ଏକତରଫା ନ୍ୟାୟ ଦେବା ପାଇଁ ପସନ୍ଦ କରୁଛନ୍ତି। ନଚେତ୍‌ ବମ୍ବେ ହାଇକୋର୍ଟ ପ୍ରଥମେ ପରମବୀରଙ୍କ ସାଧୁତା ପରୀକ୍ଷା କରିବାର ପ୍ରୟାସ କରିଥାଆନ୍ତେ। ତାହା କରାଯାଇଥିଲେ ଅଦାଲତର ମାନ ବୃଦ୍ଧି ପାଇଥାନ୍ତା। ଅନ୍ୟପଟେ କୁହାଯାଉଛି, ବମ୍ବେ ହାଇକୋର୍ଟରେ କାର୍ଯ୍ୟରତ ବିଚାରପତିମାନେ ପଦୋନ୍ନତିକୁ ଅନିଶା କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥାଇ ପାରନ୍ତି। ଏହା ସୁନିଶ୍ଚିତ ଯେ ରାଜନେତାମାନେ ଦୁର୍ନୀତିଗ୍ରସ୍ତ। ଅପରପକ୍ଷରେ ଏହା ମଧ୍ୟ ପ୍ରମାଣିତ ହେଉଛି ସଚିନ ଭାଜେଙ୍କ ଭଳି ଭାରତର ଅଧିକାଂଶ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ। ଏମାନଙ୍କ ସହଯୋଗ ବିନା କୌଣସି ରାଜନେତା ଦୁର୍ନୀତିଗ୍ରସ୍ତ ହୋଇପାରିବେ ନାହିଁ। ତୃଣମୂଳ ସ୍ତରରୁ ସବୁ କାର୍ଯ୍ୟ ସେମାନଙ୍କ ଦ୍ୱାରା କରାଯାଏ। ରାଜନେତା କେବଳ ମୁଣ୍ଡି ଭାବେ ବସିରହନ୍ତି। ଆଜି ଲାଲୁଙ୍କ ଭଳି ଦୁର୍ନୀତିଗ୍ରସ୍ତ ରାଜନେତା କାରାଗାରରେ ଶଢ଼ୁଥିବା ବେଳେ ତାଙ୍କଠାରୁ ଅଧିକ ଗୋଖାଦ୍ୟ ଦୁର୍ନୀତିରୁ ଲାଭ ଉଠାଇଥିବା ଅଫିସର ପଦୋନ୍ନତି ପାଇ ଜେଲ ବାହାରେ ରହିଛନ୍ତି। ଭାରତୀୟ ଆଇନ ବ୍ୟବସ୍ଥାର ଏଭଳି ମୌଳିକ ଅନ୍ୟାୟ ସୁଧୁରିବା କଷ୍ଟକର, କାରଣ ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌’ ନୀତିରେ ଆମେ ସମସ୍ତେ ଲୋକପ୍ରତିନିଧିଙ୍କୁ କେବଳ ମାତ୍ର ଚୋର ଭାବୁଥିବା ବେଳେ ଦୀର୍ଘସ୍ଥାୟୀ ସାଂଘାତିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ମୁଣ୍ଡରେ ବସାଇଥାଉ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?