କରୋନା: କିପରି ରହିବେ ସଜାଗ

ଏବେ ପୁଣି କରୋନା ତାହାର କାୟା ବିସ୍ତାର କଲାଣି। ଯଦିଓ ଆମ ଦେଶରେ ଏଥିରୁ ରକ୍ଷା ପାଇବା ପାଇଁ ଟିକାଦାନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ତଥାପି ଏବେ କରୋନାର ଦ୍ୱିତୀୟ ଲହର ପୁଣି ଥରେ ସତର୍କ ହେବାକୁ ବାଧ୍ୟ କରିଛି। ତେଣୁ ବାହାରକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ। ଅନ୍ୟମାନଙ୍କଠାରୁ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ଅପରିଷ୍କାର ହାତରେ ପାଟି, ଆଖି କିମ୍ବା ନାକକୁ ଛୁଅନ୍ତୁ ନାହିଁ। ହାତକୁ ସବୁବେଳେ ପରିଷ୍କାର ରଖନ୍ତୁ। ଖାଇବା ପୂର୍ବରୁ ଭଲ ଭାବରେ ହାତ ଧୁଅନ୍ତୁ। ଯଦି ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୁଅନ୍ତୁ। କରୋନାର ନୂଆ ଷ୍ଟ୍ରେନ୍‌ ବିଷୟରେ ଭଲ ଭାବରେ ଅବଗତ ହୁଅନ୍ତୁ। ଏ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଗାଇଡ୍‌ ଲାଇନ ଅନୁସରଣ କରନ୍ତୁ। କରୋନାଜନିତ କୌଣସି ଲକ୍ଷଣ ଦେଖାଦେଲେ ବିଳମ୍ବ ନ କରି କରୋନା ଟେଷ୍ଟ କରାଇବା ସହ ଚିକିତ୍ସିତ ହୁଅନ୍ତୁ।

 

ଅସନ୍ତୁଳିତ ଜୀବନଶୈଳୀ ନିୟନ୍ତ୍ରଣ

ଆଜିକାଲିର ବ୍ୟସ୍ତ ଜୀବନ ମଧ୍ୟରେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ନିହାତି ଜରୁରୀ। ଅସନ୍ତୁଳିତ ଜୀବନଶୈଳୀ ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। ତେଣୁ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟର ରୁଟିନ୍‌ ଚେକ୍‌ ଅପ୍‌ କରାନ୍ତୁ। ବିଶେଷ ଭାବରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ପରୀକ୍ଷା କରାନ୍ତୁ। ପୁଣି ବ୍ଲଡପ୍ରେସର କେତେ ରହୁଛି ତାହା ମଧ୍ୟ ମାପି ନିଅନ୍ତୁ। ସବୁବେଳେ ସନ୍ତୁଳିତ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଆନ୍ତୁ। ଆବଶ୍ୟକତାଠାରୁ ଅଧିକ ଚିନି କିମ୍ବା ମିଠାଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ସୁଷମ ଏବଂ ଭିଟାମିନଯୁକ୍ତ ଖାଦ୍ୟ ଖାଇବା ସହ ନିୟମିତ ବ୍ୟାୟାମ କରନ୍ତୁ। ଦିନତମାମ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସକାଳ ଜଳଖିଆ ଖାଇବାକୁ ଭୁଲନ୍ତୁ ନାହିଁ। ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri