ବିଶ୍ୱ ସ୍ବାସ୍ଥ୍ୟ ଦିବସ: ସତର୍କତା ଜରୁରୀ

ପୃଥିବୀରେ ପ୍ରାୟତଃ ୧୯୦ରୁ ଊର୍ଦ୍ଧ୍ୱ ଦେଶର ସାମୂହିକ ଏକତାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଗଠିତ ହୋଇଛି। ୧୯୪୮ ଏପ୍ରିଲ ୭ ତାରିଖ ଦିନ ସୁଇଜରଲାଣ୍ଡର ଜେନେଭାଠାରେ ଡବ୍ଲୁଏଚ୍‌ଓ ଅବସ୍ଥାପିତ ହୋଇଥିଲା। ତେବେ ୧୯୫୦ ଠାରୁ ପ୍ରତି ବର୍ଷ ଏପ୍ରିଲ ୭ କୁ ‘ବିଶ୍ୱ ସ୍ବାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଉଛି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି), ଜିଲା ସ୍ବାସ୍ଥ୍ୟ କେନ୍ଦ୍ର(ଡିଏଚ୍‌ଏଚ୍‌)ଠାରୁ ଆରମ୍ଭକରି ରାଜ୍ୟ, ଦେଶ ତଥା ବିଶ୍ୱସ୍ତରରେ ଏହି ଦିବସକୁ ପାଳନ କରାଯାଉଅଛି। ପ୍ରତିବର୍ଷ ଏହି ଦିବସ ଉପଲକ୍ଷେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ସର୍ବସାଧାରଣଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା ପ୍ରେରଣ କରାଯାଇଥାଏ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଗତବର୍ଷ ୨୦୨୦ ନିମନ୍ତେ ବିଶ୍ୱସ୍ତରୀୟ କୋଭିଡ୍‌-୧୯କୁ ପ୍ରତିରୋଧ ନିମନ୍ତେ ବାର୍ତ୍ତା ରହିଥିଲା। ସେହିପରି ଚଳିତବର୍ଷ ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଘୋଷିତ ଥିମ୍‌ ହେଲା-ଏକ ସୁସ୍ଥ ବିଶ୍ୱ ପାଇଁ ଆମେ ଏକ ମିଳିତ ଅଭିଯାନରେ ସାମିଲ ହେବା)। ବିଶ୍ୱର ବିଭିନ୍ନ୍ନ ରାଷ୍ଟ୍ରରେ ଦେଖାଦେଇଥିବା କୋଭିଡ୍‌-୧୯ର ଭୟାବହତାକୁ ପ୍ରତିରୋଧ ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ।
ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱର କେତେକ ରାଷ୍ଟ୍ରରେ ତଥା ଭାରତ ବର୍ଷରେ କୋଭିଡ୍‌-୧୯ର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ପ୍ରତିହତ ହୋଇପାରି ନ ଥିବା ସ୍ଥଳେ ଏହାକୁ ପ୍ରତିରୋଧ ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ଭାରତର ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ବିଭିନ୍ନ ନିର୍ଦ୍ଦେଶନାମା ଜାରି କରାଯାଇଛି। ହାତକୁ ସାବୁନରେ ୨୦ସେକେଣ୍ଡ ପର୍ଯ୍ୟନ୍ତ ସଫାକରିବା, ମୁହଁରେ ମାସ୍କ ପିନ୍ଧିବା, ଗହଳି ସ୍ଥାନକୁ ନ ଯିବା,ଏକାଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ରୁଣ୍ଡ ନ ହେବା, ମେଳା, ବିବାହ, ବ୍ରତର ଆୟୋଜନରେ ଜନଗହଳି ନ କରିବା, ଉଷୁମ ଜଳ ପିଇବା, ଥଣ୍ଡା, ଫ୍ରିଜ ପାଣି ବ୍ୟବହାର ନ କରିବା, ଥଣ୍ଡାଠାରୁ ଦୂରେଇ ରହିବା ଆଦି ବିଭିନ୍ନ ସ୍ବାସ୍ଥ୍ୟ ସଚେତନତା ବାର୍ତ୍ତା ଦେବାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ‘କୋଭିଡ୍‌-୧୯’ର ପ୍ରକୋପକୁ ପ୍ରତିରୋଧ ନିମନ୍ତେ ବିଭିନ୍ନ ସମୟରେ ବିଭିନ୍ନ ସ୍ବାସ୍ଥ୍ୟଭିତ୍ତିକ ବାର୍ତ୍ତା ଦେଇଛନ୍ତି; ଯଦ୍ଦ୍ବାରା କୋଭିଡ୍‌-୧୯ର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲା। ଏବେ ପୁଣି କରୋନାର ନୂଆ ଷ୍ଟ୍ରେନ୍‌ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ତେଣୁ ଏ ନେଇ ଆମକୁ ସତର୍କ ରହିବାକୁ ପଡ଼ିବ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ପ୍ରତିବର୍ଷ ପ୍ରେରଣ କରାଯାଉଥିବା ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତାକୁ ସୁଚାରୁରୂପେ ପାଳନ କରିବା ଦ୍ୱାରା ମନୁଷ୍ୟ ସମାଜ ସ୍ବାସ୍ଥ୍ୟବାନ ହୋଇପାରିବ ଏଥିରେ ସନ୍ଦେହର ଅବକାଶ ନାହିଁ।

– ଡା. ବସନ୍ତ କୁମାର ଷଡ଼ଙ୍ଗୀ
ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ନବରଙ୍ଗପୁର,
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଦିନେ ତ୍ୱଚାର ଯତ୍ନ

ବର୍ଷାଦିନେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ, ଯାହାର ସମାଧାନ ନିହାତି ଜରୁରୀ। ଜାଣନ୍ତୁ ଏ ନେଇ କିଛି ଟିପ୍ସ… ଏହିଦିନେ ଅଧିକ ମେକ୍‌ ଅପ୍‌ ନିଅନ୍ତୁ...

ସୁଖଶାନ୍ତିରେ ରହିବା ପାଇଁ ବାସ୍ତୁ

ସୁଖଶାନ୍ତିରେ ରହିବାକୁ କିଏ ନ ଚାହେଁ। କିନ୍ତୁ ବେଳେବେଳେ ଏମିତି ହୁଏ କିଛି କାରଣ ନଥାଇ ବି ପରିବାରରେ ଅଶାନ୍ତି ବଢିଯାଏ। ସମ୍ପର୍କରେ ତିକ୍ତତା ଦେଖାଦିଏ।...

ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍‌ରୋଗ ଆଶଙ୍କା

ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା...

ହାତଦେଇ ଛିଙ୍କିବା ଜରୁରୀ: ବାୟୁମଣ୍ଡଳରେ ମିଶିଥାଏ ୩,୦୦୦ କ୍ଷୁଦ୍ର ଜଳକଣିକା

ଓ୍ବାଶିଂଟନ,୨୩।୩: କରୋନା ମହାମାରୀ ବେଲଗାମ୍‌ ହେବାରେ ଲାଗିଛି। ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି। କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ଲାଗି...

ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ଏହି ୪ କଥା; ସୁଖରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି...

ତୁଳସୀ ସମସ୍ତଙ୍କ ପାଇଁ ଶୁଭ ନୁହେଁ, ଘରେ ଥିଲେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ଓଃ କି ଶାନ୍ତି…

ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କୁହେ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବ୍ୟଞ୍ଜନ ପଖାଳ କେବଳ ଏକ ଖାଦ୍ୟ ନୁହେଁ,...

ସୁଫିଆନା ପନିର ଟିକା

ପୁରୀ ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‌ରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଙ୍କ ରୁଚିକୁ ଦେଖି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। କେତେକ ହୋଟେଲ...

Advertisement
Archives

Model This Week