Posted inଖେଳ

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି ଏବଂ ଭିନ୍ନ ଧରଣର ବୋଲିଂ ବିପକ୍ଷରେ ଲଗାତାର ରନ କରିବାର କ୍ଷମତା ଅଭିଷେକଙ୍କୁ ଜଣେ ଭୟଙ୍କର ଓପନର ଭାବେ ପରିଚିତ କରାଇଛି ବୋଲି ସେ କହିଛନ୍ତି।

ରବିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ମାତ୍ର ୩୦ଟି ବଲରେ ୬୯ ରନର ଧମାକାଦାର ଇନିଂସ ଖେଳିଥିଲେ। ତାଙ୍କ ଏହି ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଭାରତ ୨୨୩ ରନର ବିଶାଳ ସ୍କୋର କରିଥିଲା। ଏହି ଇନିଂସ ସମୟରେ ସେ ଟି-୨୦ ଅନ୍ତର୍ଜାତୀୟରେ ୨୦୦୦ ରନ ମଧ୍ୟ ପୂରଣ କରିଥିଲେ।

ଦିନେଶ କାର୍ତ୍ତିକଙ୍କ ମତରେ, ଅଭିଷେକଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ପାୱାରପ୍ଲେରେ ଆକ୍ରମଣାତ୍ମକ ବ୍ୟାଟିଂ କରି ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିବା। ଆରମ୍ଭରୁ ବାଉଣ୍ଡାରୀ ମାରିବା ସହ ମ୍ୟାଚର ଗତିପଥ ବଦଳାଇବାରେ ସେ ସଫଳ ହେଉଛନ୍ତି। ଏହି ଦକ୍ଷତା ତାଙ୍କୁ ବିଶ୍ୱ କ୍ରିକେଟରେ ଅନ୍ୟତମ ବିପଜ୍ଜନକ ଓପନର ଭାବେ ଗଢ଼ି ତୋଳିଛି।

କାର୍ତ୍ତିକ କହିଛନ୍ତି ଯେ, ଅଭିଷେକଙ୍କୁ ଦିଗ୍ଗଜ କ୍ରିକେଟର ଯୁବରାଜ ସିଂହଙ୍କ ମାର୍ଗଦର୍ଶନ ମିଳୁଛି। ଯୁବରାଜ ନିଜ କ୍ୟାରିୟରରେ ବଲରେ ଜୋରଦାର ହିଟ କରିବା ଏବଂ ନିଜ ଦକ୍ଷତାର ସଠିକ ଉପଯୋଗ କରିବାର ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କଠାରୁ ଅଭିଷେକ ଶିଖୁଥିବା କଥା ତାଙ୍କ ବ୍ୟାଟିଂରେ ସ୍ପଷ୍ଟ ଦେଖିବାକୁ ମିଳୁଛି।

କାର୍ତ୍ତିକଙ୍କ ଅନୁସାରେ, ଅଭିଷେକ କେବଳ ଛୋଟ ଦଳ ବିପକ୍ଷରେ ନୁହେଁ, ବରଂ ବଡ଼ ଦଳ ଏବଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚଗୁଡ଼ିକରେ ମଧ୍ୟ ରନ କରିବାରେ ସଫଳ ହେଉଛନ୍ତି। ଟି-୨୦ କ୍ରିକେଟ୍ରେ ଆକ୍ରମଣାତ୍ମକ ଶୈଳୀ ବଜାୟ ରଖିବା ସହ ପ୍ରତି ଦୁଇ-ତିନିଟି ମ୍ୟାଚ୍ରେ ବଡ଼ ସ୍କୋର କରିବା ଏକ କଠିନ କାମ। ଅଭିଷେକ ଏହା କରି ଦେଖାଉଛନ୍ତି ବୋଲି ସେ ମତ ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଅଭିଷେକଙ୍କ ଭଳି ବ୍ୟାଟର୍ଙ୍କୁ ଶୀଘ୍ର ଆଉଟ କରିବା ପ୍ରତିପକ୍ଷ ଦଳ ପାଇଁ ଅତ୍ୟନ୍ତ ଜରୁରୀ। ଯଦି ସେ କ୍ରିଜରେ ଅଧିକ ସମୟ ରହିଯାଆନ୍ତି, ତେବେ ବଡ଼ ସ୍କୋର କରି ମ୍ୟାଚକୁ ପ୍ରତିପକ୍ଷଠାରୁ ଦୂରେଇ ନେଇପାରନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?