ଡିହନରସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ: ୩୨ ବର୍ଷ ପରେ ବି ବଦଳିଲାନି ଭାଗ୍ୟ

କାଏମା, ୫ା୧୧(ଶିବ ପ୍ରସାଦ ମହାନ୍ତି): ସରକାର ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ଡିଣ୍ଡିମ ପିଟୁଥିବାବେଳେ ଆଜି ବି ଅନେକ ସରକାରୀ ବିଦ୍ୟାଳୟରେ ବାସ୍ତବ ଚିତ୍ର ଭିନ୍ନ କାହାଣୀ ବଖାଣୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ପଟୁଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡିହନରସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ୧୯୯୪ ଜାନୁଆରୀ ୨୯ରେ ସ୍ଥାପିତ ଏହି ବିଦ୍ୟାଳୟକୁ ଇତିମଧ୍ୟରେ ୩୨ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସମସ୍ୟାର ସମାଧାନ ହୋଇପାରି ନାହିଁ। ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ହେଲେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ମୋଟ ୬ଶ୍ରେଣୀର ପିଲା ଏକମାତ୍ର ଶ୍ରେଣୀଗୃହରେ ବସି ପଢ଼ୁଛନ୍ତି। ଏଭଳି ସ୍ଥିତିରେ ଭିନ୍ନ ଭିନ୍ନ ଶ୍ରେଣୀର ପିଲାଙ୍କୁ କିପରି ଗୁଣାତ୍ମକ ଶିକ୍ଷା ଦିଆଯାଉଛି, ତାହା ସହଜରେ ଅନୁମେୟ।
ବିଦ୍ୟାଳୟରେ ନିୟମିତ ପ୍ରଧାନଶିକ୍ଷକ ନାହାନ୍ତି। ବିଷ୍ଣୁ ପ୍ରସାଦ ସେଠୀ ଭାରପ୍ରାପ୍ତ ପ୍ରଧାନଶିକ୍ଷକଭାବେ ଦାୟିତ୍ୱ ତୁଲାଉଛନ୍ତି। ସହକାରୀ ଶିକ୍ଷକ ସଦାନନ୍ଦ ହୋତା ଡେପୁଟେଶନରେ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଅଫିସ କାର୍ଯ୍ୟାଳୟ ନଥିବାରୁ ଶ୍ରେଣୀଗୃହରେ ତିନୋଟି ଆଲମିରା ରଖି ସେଥିରେ ସ୍କୁଲ କାଗଜପତ୍ର ରଖାଯାଉଥିବାବେଳେ ସେହିଠାରେ ହିଁ ପଢ଼ାଯାଉଛି। ଶ୍ରେଣୀଗୃହ ସମସ୍ୟାର ସମାଧାନ ପାଇଁ ପ୍ରାୟ ୩ ବର୍ଷ ପୂର୍ୱେ ଏକ ନୂତନ କୋଠରି ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ପ୍ଲିନ୍ଥ ପତନରୁ କିଛି ଉପରକୁ ଉଠିବା ପରେ ନିର୍ମାଣ କାର୍ଯ୍ୟ ଅଟକି ରହିଛି।
ସେହିପରି ବିଦ୍ୟାଳୟ ପାଚେରିରେ ରଙ୍ଗ ଦିଆଯିବା ସହ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ ମଧ୍ୟ ଠିକ୍‌ଭାବେ କାର୍ଯ୍ୟ କରୁନାହିଁ। ଫଳରେ ପିଲାଙ୍କୁ ଶୌଚ ପାଇଁ ବାହାରକୁ ଯିବାକୁ ପଡୁଛି। ପାନୀୟ ଜଳ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଠିକ୍‌ ଭାବେ କାମ କରୁନାହିଁ। ମଧ୍ୟାହ୍ନଭୋଜନ ପ୍ରସ୍ତୁତି ପାଇଁ ଏକ ଘର ରହିଛି। ହେଲେ ପିଲାମାନଙ୍କ ବସି ଖାଇବା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଫଳରେ ବିଦ୍ୟାଳୟ ବାରଣ୍ଡା ଓ ଖୋଲା ସ୍ଥାନରେ ବସି ପିଲାମାନେ ଖାଉଛନ୍ତି। ଏଥିପାଇଁ ବର୍ଷାଦିନେ ପିଲାମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପିଲାଙ୍କ ଖେଳକୁଦ ପାଇଁ ଖେଳପଡ଼ିଆ ନାହିଁ। ଫଳରେ କୁନି ପିଲାମାନେ ଖେଳିବା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି। ଲଗାଣ ବର୍ଷା ଓ ବନ୍ୟା ବେଳେ ବିଦ୍ୟାଳୟ ପରିସର ଏବଂ ସମ୍ମୁଖ ରାସ୍ତାରେ ପାଣି ମାଡ଼ି ଆସିବାରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଚଳିତବର୍ଷ ବନ୍ୟା ସମୟରେ ପ୍ରାୟ ୨୦ଦିନ ଧରି ବିଦ୍ୟାଳୟ ଭିତରେ ପାଣି ଜମି ରହିବାରୁ ପିଲାଙ୍କ ପାଠପଢ଼ା ସମ୍ଭବ ହୋଇପାରି ନ ଥିଲା। ନିକଟସ୍ଥ ପାଲା ମଣ୍ଡପରେ ପିଲାମାନଙ୍କୁ ଶିକ୍ଷାଦାନ କରାଯାଇଥିଲା। ବିଦ୍ୟାଳୟର ଏଭଳି ଦୁରବସ୍ଥା ଦେଖି ଅନେକ ଅଭିଭାବକ ନିଜ ପିଲାଙ୍କୁ ଏଠାରେ ପଢ଼ାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସ୍କୁଲର ଶ୍ରେଣୀଗୃହ ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ସେଠୀ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମିନା ପରିଡ଼ା ଶ୍ରେଣୀଗୃହ ଅଭାବ ସହ ଶୌଚାଳୟ ଓ ପାନୀୟ ଜଳ ସମସ୍ୟା ଥିବା କହିଛନ୍ତି। ସମସ୍ୟା ସମାଧାନ ହେଉ ନ ଥିବାରୁ ଗାଁର ଅନେକ ପରିବାର ନିଜ ପିଲାଙ୍କୁ ଘରୋଇ ବିଦ୍ୟାଳୟକୁ ପଠାଉଥିବା ସେ କହିଛନ୍ତି। ଜିଲା ପ୍ରଶାସନ, ଶିକ୍ଷା ବିଭାଗ ଓ ସ୍ଥାନୀୟ ବିଧାୟକ ତୁରନ୍ତ ଏହି ସ୍କୁଲର ସମସ୍ୟା ସମାଧାନ ଦିଗରେ ଦୃଷ୍ଟିଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ପଟୁଣିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ବୈଶାଳୀ ରାଉତଙ୍କୁ ପଚାରିବାରୁ ପଞ୍ଚାୟତ ସମିତି ପାଣ୍ଠିରୁ ୫ଲକ୍ଷ ଟଙ୍କା ଅନୁଦାନରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଉଥିଲା। ପ୍ରାୟ ୪ଲକ୍ଷ ଟଙ୍କାର କାମ ହୋଇଛି। ନୂତନ ଅନୁଦାନ ଆସିଲେ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରାଙ୍କୁ ପଚାରିବାରୁ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଶେଷ କରିବା ପାଇଁ ସେ ଜିଲାପାଳଙ୍କୁ ଚିଠି କରି ଅବଗତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରତାରଣା କଲେ ସନାତନ: ବାନ୍ଧିଲା ପୋଲିସ

ଦେବଗଡ଼, ୫।୧୧(ଶଶାଙ୍କ ଶେଖର ଝାଙ୍କର):ଫେସବୁକ୍‌ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭିତ କରିବା…

କୋଟିଆରେ ଆନ୍ଧ୍ର ନିର୍ବାଚନ: ନିଜ ସୀମାରେ ବୁଥ୍‌ କଲା ଆନ୍ଧ୍ର

ପଟ୍ଟାଙ୍ଗି, ୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମ ନେରେଡ଼ିବାଲସାରେ ବୁଧବାର ଓଡ଼ିଶାର ୩ପ୍ରମୁଖ ରାଜନୈତିକ ଦଳର କର୍ମୀ ଏକାଠି…

‘ଗଣତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ’

ପାଟଣା,୪।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର ଭାଜପା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ଅବସରରେ…

ବ୍ୟାଙ୍କରୁ ଟଙ୍କା ଉଠାଇ ଆସିବାବେଳେ ଲୁଟ୍‌: ବ୍ୟବସାୟୀଙ୍କଠାରୁ ଅଭିନବ ଉପାୟରେ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ-ଧାନଘର ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ଜଣେ ବ୍ୟବସାୟୀ କୁଞ୍ଜନ ପାଢ଼ୀଙ୍କ ଠାରୁ ୬୦ ହଜାର ଟଙ୍କା ଥିବା…

କୋର୍ଟରେ ହାଜର ହେଉନଥିଲେ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପାଟପୁର ପୋଲିସ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କୁନା ବେହେରା ଏବଂ ଯୁଧିଷ୍ଠିର ବେହେରାଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି…

’ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କଲେ ଜିଲାପାଳ, ହିତାଧିକାରୀଙ୍କ ବିକାଶ ଉପରେ ସ୍ପେଶାଲ ଫୋକସ୍‌

ଗୋଲାମୁଣ୍ଡା,୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତର ତୁର୍ଲାପଡା(ବାଗମୁଣ୍ଡା ) ଗ୍ରାମରେ ବୁଧବାର ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲାପାଳ ପାଓ୍ବାର…

ବନ୍ୟା ପରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରୟାସ, ସାନଖେମୁଣ୍ଡିରେ ୨୪ରୁ ୨୧ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଗ୍ରାମାଞ୍ଚଳ ମାନଙ୍କରେ ବାତ୍ୟା ପରବର୍ତ୍ତୀ ବନ୍ୟା ପ୍ରଭାବିତ ଗାଁ ମାନଙ୍କରେ ବହୁ ସଂଖ୍ୟକ ପାନୀୟଜଳ ପ୍ରକଳ୍ପ…

ବନ୍ୟାରେ ଗଞ୍ଜାମର ୪୯୮ ସ୍କୁଲ୍‌ କ୍ଷତିଗ୍ରସ୍ତ, ଏହି ତାରିଖ ଯାଏ ବଢ଼ିଲା ଛୁଟି

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ୪୯୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ଜିଲାର ମୋଟ ୩୦୯୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?