Posted inଜାତୀୟ

ଅମିତଙ୍କୁ ଦିଗବିଜୟଙ୍କ ଜବାବ, ଜନତାଙ୍କ ହକ ପାଇଁ କଂଗ୍ରେସ ସହ ଅଛନ୍ତି ଭଗବାନ ରାମ

ନୂଆଦିଲ୍ଲୀ,୬ ।୮: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ଦେଶବ୍ୟାପି ପ୍ରଦର୍ଶନ କରୁଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ନେଇ ବିଭିନ୍ନ ପ୍ରକାର ଅଭିଯୋଗ ଆଣିଛି । ପ୍ରଥମେ ଭାଜପା ନେତା ଏହାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନକୁ ଦବାଇବାକୁ କଂଗ୍ରେସ ଏଭଳି କରୁଛି ବୋଲି କହୁଥିବା, ବେଳେ ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସର କଳା ପୋଷାକକୁ ନେଇ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିର ସହ ଯୋଡି ଦେଇଛନ୍ତି । ଏବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଏହାର ଜବାବ ରଖିଛନ୍ତି । ସେ କହିଛନ୍ତି ଆମର ଲଢେଇ ସରକାରଙ୍କ ଜନବିରୋଧି ନୀତି ବିରୋଧରେ । ଏହାସହ କଗ୍ରେସ ନେତା ଆରଏସଏସର ନାଁ ନେଇ ଶାହାଙ୍କୁ ଟାର୍ଗେଟ କରିବାକୁ ବି ପ୍ରୟାସ କରିଛନ୍ତି ।
ଦିଗବିଜୟ ଟୁଇଟ କରି କହିଛନ୍ତି, ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ସତ୍ୟାଗ୍ରହକୁ ଦେଖି ଭାଜପା ନେତା ବିଚଳିତ ହୋଇଛନ୍ତି । ଏମାନେ କଳା ରଙ୍ଗକୁ ଦୋଷ ଦେଉଛନ୍ତି । ହେଲେ କଳା ରଙ୍ଗ ନ୍ୟାୟର ଦେବତା ନ୍ୟାୟାଧିଶ ଶନି ଦେବତାଙ୍କ ରଙ୍ଗ ଆଉ ଆମର ପୂରା ଲଢେଇ ସରକାରଙ୍କ ଦ୍ୱାରା ଅନ୍ୟାୟ ଭାବେ ଲଦି ଦିଆଯାଉଥିବା ଜନ ବିରୋଧି ନୀତି ବିରୋଧରେ ।
ଆଉ ଏକ ଟୁଇଟରେ ଦିଗବିଜୟ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଅମିତ ଶାହା ଜି ଆପଣଙ୍କ ରାଜନୌତିକ ଜୀବନ ବୋଧହୁଏ ଆରଏସଏସରୁ ଆରମ୍ଭ ହୋଇନାହିଁ । ନହେଲେ ଆପଣ କଳା ରଙ୍ଗକୁ ଏତେ ଘୃଣା କରି ନ ଥାଆନ୍ତେ । ଆରଏସଏସର ସ୍ୱୟଂ ସେବକ କେଉଁ ରଙ୍ଗର ଟୋପି ପିନ୍ଧନ୍ତି ବୋଲି ଦିଗ୍‌ବଜୟ ପ୍ରଶ୍ନ କରିଛନ୍ତି । କଳା ରଙ୍ଗ ବିଷୟରେ ଆପଣ କିଛି ବୁଝିଲେ । ମୋଦି ସରକାରଙ୍କ ନୀତି ରାମରାଜ୍ୟର କଳ୍ପନାଠାରୁ ସମ୍ପୂର୍ଣ୍ଣ ବିପରିତ । ସରକାରୀ ଅଦୂରଦର୍ଶିତା ଯୋଗୁ ଜନତାଙ୍କ ହାଲ ଏବେ ବେହାଲ । ସେଥିପାଇଁ ଭଗବାନ ରାମ ବି ଜନତାଙ୍କ ହକ ପାଇଁ ଲଢୁଥିବା କଂଗ୍ରେସ ସହ ରହିଛନ୍ତି । ପ୍ରଭୁ ଶ୍ରୀରାମ କୃପାସିନ୍ଧୁ ଅଟନ୍ତି ତାଙ୍କରି କୃପାରୁ କଂଗ୍ରେସ ଜନତାଙ୍କୁ ଆଶ୍ୱସ୍ତି ଦେବ ନିଶ୍ଚୟ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ନୀତିନ ନବୀନଙ୍କ ନୂଆ ଦଳରେ କିଏ ସାମିଲ ହେଲେ? ବିନୋଦ ତାୱଡେଙ୍କ ସମେତ ତିନି ଜଣଙ୍କ ନାମ ଚୂଡ଼ାନ୍ତ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛି। ନୀତିନ ନବୀନ ଦଳର ସଭାପତି ଭାବରେ ଦାୟିତ୍ୱ ନେବା ମାତ୍ରେ ଏ ସମ୍ପର୍କରେ…

ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର…

UGC-NET: ‘ଭୁଲ NTA କରୁଛି, ଦଣ୍ଡ ଛାତ୍ରୀଛାତ୍ର ଭୋଗୁଛନ୍ତି’, ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୧୭।୮: UGC-NETର ଇଂରାଜୀ, କମର୍ସ ଓ ସୋସିଓଲୋଜି ୩ଟି ପରୀକ୍ଷା ବାତିଲ ହେବା ପରେ କେନ୍ଦ୍ର ସରକାର ଓ NTAକୁ ଟାର୍ଗେଟ୍ କରିଛନ୍ତି ଲୋକ ସଭାର ବିରୋଧୀ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଧର୍ମଶାଳାରେ ବିଧାୟକ….

ଧର୍ମଶାଳା,୧୭ା୮(ଶିବ ପ୍ରସାଦ ମହାନ୍ତି): ରାଜ୍ୟର କେତେକ ଜିଲାରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏହାକୁ…

ବ୍ରିଜ୍‌ତଳୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବରଗଡ଼,୧୭ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ବ୍ରିଜତଳୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri