ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ

ଫୁଲବାଣୀ ଅଫିସ, ୬ା୮: ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ ମେଶିନ ଦୁଇ ଦିନ ହେବ ଅଚଳ ହୋଇପଡିଛି । ଫଳରେ ରୋଗୀ ନାହିଁ ନ ଥିବା ହଇରାଣ ହେଉଛନ୍ତି  । ଅଧିକ ଖର୍ଚ୍ଚାନ୍ତ ହୋଇ ରୋଗୀ ବାହାରେ ଏକ୍ସ-ରେ କରିବାକୁ ବାଧ୍ୟ ହେଉଛନ୍ତି । ଅନେକ ଗରୀବ ଶ୍ରେଣୀର ଲୋକେ ଅର୍ଥ ଅଭାବରୁ ଏକ୍ସ-ରେ କରି ନ ପାରି ବାଧ୍ୟହୋଇ ଘରକୁ ଫେରୁଛନ୍ତି ।
ସୂଚନା ଅନୁସାରେ, ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲାବାସୀଙ୍କ ସମେତ ପଡ଼ୋଶୀ ବୌଦ୍ଧ ଜିଲାର ରୋଗୀ ନିର୍ଭର କରିଥାନ୍ତି । ହେଲେ ଏବେ ଏକ୍ସ-ରେ ମେଶିନ ଅଚଳ ହୋଇପଡିଥିବାରୁ ରୋଗୀମାନେ ବହୁ ହଇରାଣ ହେଉଛନ୍ତି। ଦୈନିକ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ରୋଗୀ ଆସି ସେମାନଙ୍କ ଏକ୍ସ-ରେ କରାଇଥାନ୍ତି। ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମର କିଶୋରୀ ନାୟକ(୭୦)ଙ୍କ ଅଣ୍ଟାରେ ଆଘାତ ଲାଗିଛି । ସେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବ ଯୋଗୁଁ ସେ ଏକ୍ସ-ରେ କରି ନ ପାରି ଦୁଇ ଦିନ ହେବ ମେଡିକାଲରେ ପଡି ରହିଛନ୍ତି। ସେହିପରି ଟିକାବାଲି ବ୍ଲକ ପାବୁରିଆ ଗ୍ରାମର ସ୍ନେହାଁସିନୀ ନାୟକ(୧୩)ଙ୍କ ଗୋଡ଼ ଭାଙ୍ଗିଯାଇଛି । ସେ ମଧ୍ୟ ଦୁଇ ଦିନ ହେଲା ମେଡିକାଲ ଆସି ଏକ୍ସ-ରେ କରି ନ ପାରି ଘରକୁ ଫେରିଯାଇଛନ୍ତି। ଏପରି ଅନେକ ରୋଗୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଏକ୍ସ-ରେ ମେଶିନ ଅପରେଟର ଅରବିନ୍ଦ ଦିଗାଳ କୁହନ୍ତି, ମେଶିନ ସଫ୍ଟୱେରରେ ସମସ୍ୟା ଦେଖାଦେଇଛି । ଯିଏ ସର୍ଭିସ ଯୋଗାଉଛନ୍ତି ତାଙ୍କୁ ଆମେ ଯୋଗାଯୋଗ କରିଛୁ । ଭୁବନେଶ୍ୱରରୁ ସେ ଆସି ମରାମତି କରିବେ। ଶନିବାର ସୁଦ୍ଧା ସବୁ ଠିକ୍‌ ହୋଇଯିବ ଓ ରୋଗୀ ଯେପରି ସେବା ପାଉଥିଲେ ସେହିପରି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?