ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍ଡିପିଓ ସୁଜିତ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ, ଛତ୍ରପୁର ସାଇବରଥାନା ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ବେହେରା, ଓକିଲ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ରଥ, ସମ୍ପାଦକ ଏ.ରାଜୁଗୋପାଳ ରାଓ, ସାଇବରଥାନା ଏଏସ୍ଆଇ କିରଣ ପାତ୍ର ଯୋଗଦେଇ ଡିଜିଟାଲ ଆରେଷ୍ଟକଣ, ସାଇବର ଅପରାଧୀମାନେ ଦିନକୁଦିନ ସକ୍ରିୟ ହୋଇ ଉଠିବାରେ ଲାଗିଛନ୍ତି। ଏଥିରେ ବିଶେଷକରି ବରିଷ୍ଠ ନାଗରିକମାନେ କିଭଳି ଶିକାର ହୋଇ ସର୍ବସ୍ବାନ୍ତ ହେବାରେ ଲାଗିଛନ୍ତି। ଏଣୁ କିପରି ଏଥିରୁ ରକ୍ଷା ପାଇବେ ସେଥିନେଇ ବିଭିନ୍ନ ସଚେତନତା କରାଇଥିଲେ। ଏହାକୁ ଏସ୍ଆଇ ଦେବାଶିଷ ମିଶ୍ର ସଂଯୋଜନା କରିଥିବାବେଳେ ଏସ୍ଆଇ ସୁଶାନ୍ତ କୁମାର ମିଶ୍ର,ଏଏସ୍ଆଇ କିରଣ କୁମାର ବକ୍ସି ଓ ପୁରୁଷୋତ୍ତମପୁର ଥାନାର କର୍ମଚାରୀମାନେ ପରିଚାଳନା କରିଥିଲେ।

