ଅଣୁ ଉଦ୍ୟୋଗରେ ଡିଜିଟାଲ ହିସାବ ଖାତା

ଶକ୍ତି ରଞ୍ଜନ ଦାଶ

 

ବ୍ୟବସାୟିକ ହିସାବ ଖାତା ହେଉଛି ଏକ ଦସ୍ତାବିଜ୍‌, ଯାହା ସମସ୍ତ ବ୍ୟବସାୟ ପରିଚାଳନାଗତ ସୂଚନା ଗଚ୍ଛିତ କରେ। ଫେଡେରାଲ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଏବଂ ଆମେରିକୀୟ କ୍ଷୁଦ୍ର ବ୍ୟବସାୟ ପ୍ରଶାସନ ଅନୁଯାୟୀ ବ୍ୟବସାୟର ପ୍ରକାର ଯଥା ଏକମାତ୍ର ମାଲିକାନା, ସହଭାଗିତା, ଘରୋଇ କମ୍ପାନୀ କିମ୍ବା ବୈଧାନିକ କମ୍ପାନୀ ନିର୍ବିଶେଷରେ ଏକ ବ୍ୟବସାୟର ହିସାବ ପ୍ରଣାଳୀ ସେହି ବ୍ୟବସାୟର ସଫଳତା ପାଇଁ ଦାୟୀ। ନିଷ୍ପତ୍ତି ନେବା ପାଇଁ ବ୍ୟବସାୟ ହିସାବ ଖାତା ଅପରିହାର୍ଯ୍ୟ ଏବଂ ଏହା ବ୍ୟବସାୟର ଆଇନଗତ ଆବଶ୍ୟକତା ପୂରଣ କରିବାରେ, ସ୍ବଚ୍ଛତା ଏବଂ ହିତାଧିକାରୀଙ୍କ ସ୍ବାର୍ଥରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟବସାୟର କାର୍ଯ୍ୟଦକ୍ଷତା ଓ ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ହିସାବ ପ୍ରଣାଳୀ, ବିଶେଷତଃ ଆକାଉଣ୍ଟିଂ ହିସାବ ଖାତାଗୁଡ଼ିକ ବ୍ୟବସ୍ଥିତ ହେବା ଉଚିତ। ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ ଅନୁଯାୟୀ ପ୍ରାସଙ୍ଗିକତା, ନିର୍ଭରଯୋଗ୍ୟତା, ତୁଳନାତ୍ମକତା ଏବଂ ବୋଧଗମ୍ୟତା ଏକ ସଠିକ ହିସାବ ଖାତାର ମୁଖ୍ୟ ବୈଶିଷ୍ଟ୍ୟ। ମଧ୍ୟଯୁଗୀୟ ୟୁରୋପରୁ ଉତ୍ପତ୍ତି ଲାଭ କରିଥିବା ଡବଲ୍‌-ଏଣ୍ଟ୍ରି ହିସାବ ପ୍ରଣାଳୀ ସମୟକ୍ରମେ, ବିଶ୍ୱର ଅଗ୍ରଣୀ ଦେଶ ଯଥା ଆମେରିକାରେ ଥିଲା। ପ୍ରତ୍ନତାତ୍ତ୍ୱିକ ଏବଂ ଐତିହାସିକ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରାଚୀନ ଗ୍ରୀସ୍‌, ରୋମ ଏବଂ ବାବିଲୋନରେ ବି ହିସାବ ପ୍ରଣାଳୀର କିଛି ଅଂଶ ରହିଥିଲା, କିନ୍ତୁ ତାହା ଏକ ଉନ୍ନତର ‘ସିଙ୍ଗଲ ଏଣ୍ଟ୍ରି ହିସାବ ପ୍ରଣାଳୀ’ (single-entry bookkeeping) ଥିଲା। ସେହିପରି ଇଟାଲୀରେ ୧୩୪୦ ପୂର୍ବରୁ, ବିଶେଷତଃ ଜେନୋଆ ଏବଂ ଭେନିସ୍‌ରେ ଡବଲ୍‌-ଏଣ୍ଟ୍ରି ବୁକ୍‌କିପିଂକୁ ବିକଶିତ କରାଯାଇଥିଲା। ପରେ ୧୪୯୪ରେ ଲୁକା ପାସିଓଲି ଏହି ବିଷୟରେ ଏକ ଗବେଷଣାସିଦ୍ଧ କାର୍ଯ୍ୟ ପ୍ରକାଶ କରିଥିଲେ, ଯାହାକୁ ବୁକ୍‌କିପିଂର ଏକ ଆଧୁନିକ ପଦ୍ଧତି ଭାବରେ ବିବେଚନା କରାଯାଏ। ସମୟକ୍ରମେ ପରିବର୍ତ୍ତିତ ବ୍ୟବସାୟ ପରିବେଶକୁ ଧ୍ୟାନରେ ରଖି ହିସାବ ରଖିବା ପ୍ରଣାଳୀ ଓ ହିସାବ ରଖାଯାଉଥିବା ବିଷୟଗୁଡ଼ିକ ମଧ୍ୟରେ ଅନେକ ପରିବର୍ତ୍ତନ ଅଣାଯାଇଛି। ଏଥିସହିତ ଆନାଲଗ ହିସାବ-ସଂରକ୍ଷଣ ପ୍ରଣାଳୀ ଡିଜିଟାଲ ହିସାବ-ସଂରକ୍ଷଣ ପ୍ରଣାଳୀରେ ରୂପାନ୍ତରିତ ହୋଇଛି। ଡିଜିଟାଲାଇଜେସନକୁ ବ୍ୟବସାୟର ଏକ ରଣନୀତିକ ପସନ୍ଦ ଭାବରେ ବିବେଚନା କରାଯାଏ। ଏହି ହିସାବ ପଦ୍ଧତିର ଗ୍ରହଣୀୟତା ସମୟକ୍ରମେ ସମସ୍ତ ପ୍ରକାର ବ୍ୟବସାୟରେ ଦେଖାଯାଇଛି, ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ଉଦ୍ୟୋଗଗୁଡ଼ିକ ମଧ୍ୟ ଏ କ୍ଷେତ୍ରରେ ବ୍ୟତିକ୍ରମ ନୁହନ୍ତି। ଉକ୍ତ ଉଦ୍ୟୋଗଗୁଡ଼ିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଜନତାଙ୍କୁ ଆତ୍ମନିର୍ଭର କରିବା ସହିତ ସମ୍ବଳକୁ ସଦୁପଯୋଗ କରି ଭାରତର ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଯୋଗଦାନ କରିଥା’ନ୍ତି। ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ୨୦୧୯-୨୦ ବାର୍ଷିକ ବିବରଣୀ ଅନୁଯାୟୀ ଭାରତରେ ୬୩୦.୫୨ଲକ୍ଷ ଅଣୁ, ୩.୩୧ଲକ୍ଷ କ୍ଷୁଦ୍ର ଏବଂ ୦.୦୫ ଲକ୍ଷ ମଧ୍ୟମ ଉଦ୍ୟୋଗ ଭାବରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ। ଏହା ୧୧.୧୦ କୋଟି ନିଯୁକ୍ତି ସୃଷ୍ଟି କରିବା ସହ ଭାରତର ମୋଟ ଜାତୀୟ ଉତ୍ପାଦନ (ଜିଡିପି)ରେ ୩୭.୫୪% ଯୋଗଦାନ ଦେଇଛନ୍ତି।
ବର୍ତ୍ତମାନ ଯେତେବେଳେ ଏକ ବ୍ୟବସାୟିକ ଚିନ୍ତାଧାରା ଗୋଟିଏ ଷ୍ଟାର୍ଟଅପ୍‌ରେ ଏବଂ ପରବର୍ତ୍ତୀ ସମୟରେ ଏକ ପ୍ରତିଷ୍ଠିତ ବ୍ୟବସାୟ ରୂପେ ପରିଗଣିତ ହୁଏ, ବ୍ୟବସାୟ ହିସାବ ଖାତାର ପରିମାଣ ଦ୍ରୁତ ଗତିରେ ବିସ୍ତାର କରିଥାଏ। ସେହି ପରିମାଣର ହିସାବ ଖାତା, ଏହାର ସଂରକ୍ଷଣ ସ୍ଥାନ, ନିରାପତ୍ତା, ରକ୍ଷଣାବେକ୍ଷଣ ଇତ୍ୟାଦି ଦୃଷ୍ଟିରୁ ଉଦ୍ୟୋଗୀମାନଙ୍କ ଦୃଷ୍ଟି ଆକର୍ଷଣ କରେ। କିନ୍ତୁ ଉଦ୍ୟୋଗୀମାନଙ୍କ ପାଖରେ ଏହି ଖାତାଗୁଡ଼ିକ ରକ୍ଷଣାବେକ୍ଷଣ କରିବାବେଳେ ଏହାର ମୂଲ୍ୟ ଏବଂ ଲାଭ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବା ଏକ କଠିନ କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ଡିଜିଟାଲାଇଜେଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ସହଜ ତଥା ନିରାପତ୍ତାକୁ ସୁନିଶ୍ଚିତ କରି ସୂଚନାକୁ ସୁରକ୍ଷିତ ରଖିବା, ଟଙ୍କା ଏବଂ ସମୟ ସଞ୍ଚୟ କରିବା, ଗ୍ରାହକ ସେବାକୁ ଉନ୍ନତ କରିବା, ସଂରକ୍ଷଣ ସ୍ଥାନକୁ କମ୍‌ କରିବା, ନିୟାମକ ପାଳନକୁ ପୂରଣ କରିବା, କାଗଜ ଆବର୍ଜନା କମ୍‌ କରିବା ଭଳି ସମସ୍ତ ପରିଶ୍ରମକୁ ହ୍ରାସ କରିଥାଏ। ଡିଜିଟାଲାଇଜେଶନ ଏକ ବିକଳ୍ପ ନୁହେଁ ବରଂ ଏକ ମୌଳିକ ଆବଶ୍ୟକତା। ଯଦିଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଆଜି ମାନବ ଶ୍ରମଭିତ୍ତିକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି, କିନ୍ତୁ ଭବିଷ୍ୟତରେ ଏହାକୁ ବଜାୟ ରଖିବା ପାଇଁ ପ୍ରଯୁକ୍ତିବିଦ୍ୟା ସହିତ ଯିବାକୁ ପଡ଼ିବ।
ସାମ୍ପ୍ରତିକ ବ୍ୟବସାୟିକ ଗବେଷଣା ଓ ବୈଜ୍ଞାନିକ ଅଧ୍ୟୟନ ପ୍ରମାଣ କରିଛି ଯେ ଡିଜିଟାଲ ରୂପାନ୍ତର ଏବଂ ରଣନୀତି ହେଉଛି ସର୍ବୋଚ୍ଚ ଗବେଷଣା। ତେଣୁ ବ୍ୟବସାୟୀମାନେ ଡିଜିଟାଲାଇଜେଶନକୁ ଗ୍ରହଣ କରିନେବା ଉଚିତ। ଏହାର ଆବଶ୍ୟକତାକୁ ଆଖିରେ ରଖି ଅନେକ ପ୍ରଯୁକ୍ତିବିଦ୍ୟାଜନିତ ବ୍ୟବସାୟୀମାନେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଡିଜିଟାଲ ହିସାବ ସଂରକ୍ଷଣ ସଫ୍ଟୱେର ଓ ଆପ୍‌ ଯଥା ‘FreshBooks’, ‘Intuit quick books online’, ‘Sage50 cloud’, ‘Wave,’ ‘Xero,’ ‘Khata book’ ଇତ୍ୟାଦି ବିକଶିତ କରିଛନ୍ତି। କିନ୍ତୁ, ଡିଜିଟାଲାଇଜେଶନର ଅନେକ ସୁବିଧା ସତ୍ତ୍ୱେ ଭାରତରେ ଅଣୁ, କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ତାହାକୁ ଗ୍ରହଣ କରିବାକୁ ଇଚ୍ଛୁକ ନୁହନ୍ତି। ଡିଜିଟାଲାଇଜେଶନ ଗ୍ରହଣ କରିବାରେ ବାଧା ସୃଷ୍ଟି କରୁଥିବା ପ୍ରମୁଖ ଆହ୍ବାନଗୁଡ଼ିକ ହେଉଛି: ପ୍ରାରମ୍ଭିକ ବିନିଯୋଗର ବୋଝ, ସୀମିତ ଜ୍ଞାନ ଏବଂ କୌଶଳ, ସଚେତନତାର ଅଭାବ, ପାରମ୍ପରିକ ପ୍ରଣାଳୀ ସହିତ ଅଭ୍ୟାସ ଏବଂ ନୂତନ ଶିକ୍ଷଣ ପ୍ରତିରୋଧ ମନୋଭାବ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ଗବେଷଣାପତ୍ର ଅନୁଯାୟୀ ଓଡ଼ିଶାରେ ମାତ୍ର ୩୦ ପ୍ରତିଶତ ଅଣୁ, କ୍ଷୁଦ୍ର ଉଦ୍ୟୋଗୀମାନେ ଡିଜିଟାଲ ହିସାବଖାତା ବ୍ୟବହାର କରୁଥିଲାବେଳେ ୭୦ ପ୍ରତିଶତ ଉଦ୍ୟୋଗୀ ଏହାର ବ୍ୟବହାର ଜାଣିନାହାନ୍ତି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ଦ୍ୱାରା ପରିଚାଳିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦିଓ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ କରିଆସୁଛନ୍ତି ତଥାପି, ବର୍ତ୍ତମାନର ଏହି ଚତୁର୍ଥ ଶିଳ୍ପାୟନ ବିପ୍ଳବ ସମୟରେ ଏହି ଡିଜିଟାଲାଇଜେଶନକୁ ଆହୁରି ତ୍ୱରାନ୍ତିତ କରାଯିବାର ଆବଶ୍ୟକତା ରହିଛି। ଯେପରିକି ଡିଜିଟାଲାଇଜେଶନ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ, ଘରୋଇ ଆପ୍‌ ବଦଳରେ ସରକାରଙ୍କ ନିଜସ୍ବ ଡିଜିଟାଲ ହିସାବ ଖାତା ଆପ୍‌ କରାଗଲେ ଏହା ଉଦ୍ୟୋଗୀଙ୍କୁ ଡିଜିଟାଲାଇଜେଶନ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବ। ଏହାଦ୍ୱାରା ସମସ୍ତ ଉଦ୍ୟୋଗୀଙ୍କୁ ଏକ ଶୃଙ୍ଖଳ ମଧ୍ୟରେ ରଖାଯାଇପାରିବ, ଯାହାକି ପରବର୍ତ୍ତୀ ସମୟରେ ଅନେକ ସୁବିଧା ଯୋଗାଇ ଦେବାରେ ସହାୟକ ହେବ।
ସହକାରୀ ପ୍ରଫେସର, ବାଣିଜ୍ୟ ବିଭାଗ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ମୋ: ୮୨୪୯୪୪୨୩୯୩


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?