ନୂଆବର୍ଷ ମଜା ଫିକା: ଦୀଘାମୁହାଁ ପର୍ଯ୍ୟଟକ

ଭୋଗରାଇ, ୨।୧(ଡି.ଏନ.ଏ.)  କୋଭିଡ୍‌ କଟକଣା ଯୋଗୁ ନୂଆବର୍ଷ ପାଳନ ଫିକା ପଡିଛି। ବାଲେଶ୍ୱର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖାଁ ଖାଁ ପରିବେଶ ପରିଲକ୍ଷିତ ହୋଇଥିଲା। ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁରିଜିମ୍‌, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର ଓ ଚାନ୍ଦିପୁର ବେଳାଭୂମିକୁ ବହୁ ପର୍ଯ୍ୟଟକ ଆସିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଅଟକାଇବା ସହ ଭିଡ଼ ନ ଜମାଇବା, ଭୋଜିଭାତର ଆସର ଉପରେ ରୋକ୍‌ ଲଗାଇଛି। ଅପରପକ୍ଷରେ ଓଡ଼ିଶା ସୀମାନ୍ତକୁ ଲାଗିଥିବା ଦୀଘା ବେଳାଭୂମିରେ ପର୍ଯ୍ୟଟକମାନେ ଭିଡ ଜମାଇଛନ୍ତି। ଓଡ଼ିଶା ବେଳାଭୂମିରେ ପୋଲିସ କୋଭିଡ୍‌ କଟକଣା କଡ଼ାକଡ଼ି ଯୋଗୁ ବହୁ ପର୍ଯ୍ୟଟକ ଦୀଘା ବେଳାଭୂମିରେ ଭୋଜିଭାତର ଆସର ଜମାଇ ସମୁଦ୍ରରେ ଗାଧୋଇବାର ମଜା ନେବା ସହ ସାଏନ୍ସ ପାର୍କ, ଅମରାବତୀ ପାର୍କ, ସ୍ନେକ ପାର୍କ, ଟୟଟ୍ରେନ୍‌ରେ ଚଢ଼ିବା, ବିଶ୍ୱବାଂଲା ସି ବିଚ୍‌ରେ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ତେବେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ସମସ୍ତଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂଆବର୍ଷ ଲାଗି ବିଭିନ୍ନ ହୋଟେଲ, ଲଜ୍‌, ରେଷ୍ଟୁରାଣ୍ଟଗୁଡ଼ିକ ପର୍ଯ୍ୟଟକଙ୍କ ନିମନ୍ତେ ରଙ୍ଗୀନ ବିଦ୍ୟୁତ୍‌ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିର ମୁଖ୍ୟ ଫାଟକରେ ସକାଳ ୭ଟାରୁ ତାଲା ପକାଯାଇ ଭକ୍ତମାନଙ୍କୁ ଛଡ଼ାଯାଇ ନ ଥିଲା। ଭୂଷଣ୍ଡେଶ୍ୱର ମହାଦେବଙ୍କଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ହେଉଥିବାରୁ ଆଶାୟୀ ପ୍ରାର୍ଥୀମାନେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏମ୍‌ସି ଅଞ୍ଚଳରେ ପୂର୍ବ କଟକଣା ବଳବତ୍ତର

ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ କରିବା ପର୍ଯ୍ୟନ୍ତ ଭୁବନେଶ୍ୱରରେ ପୂର୍ବ କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ...

ପରୀକ୍ଷାମୂଳକ ଭାବେ ଗଡ଼ିଲା ବିଦ୍ୟୁତ୍‌ ଟ୍ରେନ୍‌

ନୟାଗଡ଼ ଅଫିସ,୩୧।୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ପରୀକ୍ଷାମୂଳକ ଭାବେ ବିଦ୍ୟୁତ୍‌ ଟ୍ରେନ ଚଳାଚଳ କରିଛି। ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଖୋର୍ଦ୍ଧା ରୋଡ଼(ଜଟଣୀ)ରୁ ବାହାରିଥିବା ଏହି ଟ୍ରେନ ନୟାଗଡ଼ରେ...

ଜଗତ୍‌ସିଂହପୁର ଜିଲାରେ ଶଙ୍ଖନାଦ

ଜଗତ୍‌ସିଂହପୁର ଅଫିସ, ୨୪।୫ : ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଜଗତ୍‌ସିଂହପୁର ଲୋକସଭା ଆସନ ସମେତ ଜିଲାର ୪...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ବର,୧।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୫୭ କୁ ବୃଦ୍ଧି...

ବରଗଡ଼ରେ ଗୁଳିମାଡ଼, ଯୁବକ ଗୁରୁତର

ବରଗଡ଼ ଅଫିସ,୯।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗରୁବାର ରାତିରେ ଗୁଳି ଏବଂ ଭୁଜାଲି ମାଡ଼ ହୋଇଛି। ଏଥିରେ ବରଗଡ଼ ହାଟପଦାର ଜଗନ୍ନାଥ...

ଝାରସୁଗୁଡାରେ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୫।୧୧(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ କରିବାକୁ ରାଜ୍ୟ ସରକାର ସ୍ମାର୍ଟ ହେଲଥ୍‌ କାର୍ଡର ଶୁଭାରମ୍ଭ କରିଛନ୍ତି। ଅନେକ ଜିଲାରେ ସ୍ମାର୍ଟ ହେଲଥ୍‌ କାର୍ଡ ବିତରଣ ମଧ୍ୟ...

ମହେଶ୍ୱରଙ୍କୁ ଛାଡ଼ି ସବୁ ମନ୍ତ୍ରୀ ଜିତିଲେ:ପୁଅମାନେ ବାଜି ମାରିଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ବିଜେଡି ସରକାରର ୪ର୍ଥ ପାଳି ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଯେଉଁମାନେ ଦାୟିତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ମନ୍ତ୍ରୀ ଏଥର...

Advertisement
Archives

Model This Week