ଦୁଇଗୁଣ ଲାଭର ପ୍ରଲୋଭନ ଦେଇ ୫୩ ଲକ୍ଷ ଧାର ନେଇଥିଲେ, ଫେରସ୍ତ ବେଳକୁ ଚେକ୍‌ ବାଉନ୍ସ: ଅଭିଯୁକ୍ତଙ୍କୁ ବର୍ଷେ ଜେଲଦଣ୍ଡ ସହ…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (JMFC) କୋର୍ଟରେ ଏକ ଚେକ୍ ବାଉନ୍ସ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇଛି। ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧ ବର୍ଷର କାରାଦଣ୍ଡ ଏବଂ ଅଭିଯୋଗକାରୀଙ୍କୁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରହ୍ମପୁର ଅଞ୍ଚଳରେ ରହୁଥିବା ଏବଂ ମୂଳତଃ ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନ୍‌ର ବାସିନ୍ଦା ବିଭୁଦତ୍ତ ରଥ ଜଣେ ଫିଲ୍ମ କମ୍ପାନୀରେ ଟଙ୍କା ବିନିଯୋଗ କରି ଦୁଇଗୁଣ ଲାଭ ଦେବାର ପ୍ରଲୋଭନ ଦେଖାଇ ସେହି ଅଞ୍ଚଳର ଚନ୍ଦନ ପାତ୍ରଙ୍କଠାରୁ ଜରୁରୀ ଆବଶ୍ୟକତା କହି ୫୩ ଲକ୍ଷ ଟଙ୍କା ଧାର ନେଇଥିଲେ। ପରେ ଚନ୍ଦନ ଟଙ୍କା ଫେରସ୍ତ ମାଗିବାରୁ ବିଭୁଦତ୍ତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୩ ଲକ୍ଷ ଟଙ୍କା ଫେରସ୍ତ କରିବା ସହ ବଳକା ୫୦ ଲକ୍ଷ ଟଙ୍କା ପାଇଁ ପ୍ରତ୍ୟେକେ ୧୦ ଲକ୍ଷ ଟଙ୍କା ଲେଖାଏ ୫ଟି ବ୍ୟାଙ୍କ୍ ଚେକ୍ ପ୍ରଦାନ କରିଥିଲେ।

ବିଭୁଦତ୍ତଙ୍କ ଦ୍ୱାରା ଦିଆଯାଇଥିବା ଗଞ୍ଜାମ ନୂଆପଡ଼ା ସ୍ଥିତ ଏକ ରାଷ୍ଟ୍ରାୟତ ବ୍ୟାଙ୍କର ୧୦ ଲକ୍ଷ ଟଙ୍କାର ପ୍ରଥମ ଚେକ୍‌ଟିକୁ ଚନ୍ଦନ ଦିଗପହଣ୍ଡିର ଏକ ବ୍ୟାଙ୍କରେ ଜମା କରିଥିଲେ। ମାତ୍ର ଅଭିଯୁକ୍ତଙ୍କ ଜମାଖାତାରେ ଆବଶ୍ୟକୀୟ ଟଙ୍କା ନ ଥିବାରୁ ୨୦୨୨ ଜୁଲାଇ ୩୦ ତାରିଖରେ ଚେକ୍‌ଟି ବାଉନ୍ସ ହୋଇଯାଇଥିଲା। ଏନେଇ ଅଭିଯୋଗକାରୀ ଚନ୍ଦନ ନିଜ ଓକିଲଙ୍କ ଜରିଆରେ ୨୦୨୨ ଅଗଷ୍ଟ ୨୨ ତାରିଖରେ ଏକ ଆଇନଗତ ନୋଟିସ୍ ପଠାଇଥିଲେ। ମାତ୍ର ସେଥିରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଚନ୍ଦନ ସେହିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ଦିଗପହଣ୍ଡି ଜେଏମଏଫସି କୋର୍ଟରେ ଏନ୍.ଆଇ. ଆକ୍ଟ (Negotiable Instruments Act) ର ଦଫା ୧୩୮ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରିଥିଲେ।

ମାମଲାର ବିଚାର ପ୍ରକ୍ରିୟା ସମୟରେ ୨୦୨୩ ଜୁନ୍ ୬ ତାରିଖରେ ଅଭିଯୋଗକାରୀ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରାଇଥିଲେ। କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣ, ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଏବଂ ନଥିପତ୍ରକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଶୀଳନ କରିବା ପରେ ଅଭିଯୁକ୍ତ ବିଭୁଦତ୍ତ ରଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାୟ ଅନୁଯାୟୀ ଅଭିଯୁକ୍ତଙ୍କୁ ୧ ବର୍ଷର ଜେଲ୍ ଦଣ୍ଡ ସହ ଅଭିଯୋଗକାରୀ ଚନ୍ଦନ ପାତ୍ରଙ୍କୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?