ଗୋଟିଏ ହାତ ନ ଥାଇ ବି କରୋନା ଯୁଦ୍ଧରେ ଲଢିବାକୁ ଅଣ୍ଟା ଭିଡିଛନ୍ତି କୁନିଝିଅ

ଉଡୁପି,୨୬।୬: କର୍ନାଟକର ଉଡୁପିରେ ରହୁଥିବା ୧୦ ବର୍ଷୀୟା ଝିଅ ସିନ୍ଦୁରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଗୋଟିଏ ହାତ ନ ଥାଇ ବି ସେ କରୋନା ଯୁଦ୍ଧରେ ନିଜକୁ ସାମିଲ କରିପାରିଛନ୍ତି। ସିନ୍ଦୁରୀ ତାଙ୍କ ଗୋଟିଏ ହାତ ସହାୟତାରେ ଏବେ ମାସ୍କ ତିଆରି କରି ଛାତ୍ରୀଛାତ୍ରଙ୍କୁ ବାଣ୍ଟି ଥିବା ଜଣାପଡିଛି। କରୋନା ମାହାମାରୀ ଦେଶରେ ବେଳକୁ ବେଳ ଭୟଙ୍କର ରୂପ ନେଉଥିବା ବେଳେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ମୁହାଁ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ସାଧାରଣ ଜନତା ଏକ ପ୍ରକାର ଚିନ୍ତାରେ ପଡି ଯାଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେପର୍ଯ୍ୟନ୍ତ କରୋନାର ପ୍ରଭାବ କମ୍‌ ହୋଇ ନାହିଁ ସେ ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବା ଜରୁରୀ। ଏପରିସ୍ଥଳେ ସିନ୍ଦୁରୀଙ୍କ ମାସ୍କ ବଣ୍ଟନ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ। ସୂଚନାଯୋଗ୍ୟ, ଗୁରୁବାର ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ପରୀକ୍ଷା ପାଇଁ ଆସିଥିବା ଛାତ୍ରୀଛାତ୍ରଙ୍କୁ ସେ ଏହି ମାସ୍କ ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୭ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ରୋକିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ଏହି ହିଂସାରେ ୨୪ ଜଣଙ୍କ...

ରାତାରାତି ଲକ୍ଷପତି ହୋଇଗଲେ ୪ ଭିକାରି, ଜାଣନ୍ତୁ କିପରି

ପ୍ୟାରିସ,୧୦ା୧୦: ଫ୍ରାନ୍ସର ଲଟେରି ସଂଚାଳକ ଏଫ୍‌ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି କରିଦେଇଛି। ପ୍ରତ୍ୟେକ ଭିକାରିଙ୍କୁ ୫୦ ହଜାର...

ଭାରତୀୟ ରେଲୱେ ଟ୍ରାକ ଉପରେ ଆଇଏସ୍‌ଆଇର ନଜର, ଗୋଇନ୍ଦା ରିପୋର୍ଟ ଜାରି…

ନୂଆଦିଲ୍ଲୀ, ୨୩।୫ : ଭାରତରେ ରେଲୱେ ଟ୍ରାକ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଷଡ଼ଯନ୍ତ୍ର ରଚିଛି। ଏ ସମ୍ପର୍କରେ ଭାରତୀୟ...

‘ମୋଦି ସ୍ତ୍ରୀଙ୍କ କଥା ଛାଡି ପ୍ରଥମେ ମାୟାବତୀ ନିଜେ ବିବାହ କରନ୍ତୁ’

ନୂଆଦିଲ୍ଲୀ, ୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାହକୁ ନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଦେଇଥିବା ମନ୍ତବ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ...

‘ମଥୁରାକୁ ମୁଜାଫରନଗର ହେବାକୁ ଦିଅ ନାହିଁ’

ମଥୁରା,୨୮।୧୨: “କାହାକୁ ତୀର୍ଥଯାତ୍ରୀଙ୍କ ସହରର ଶାନ୍ତି ଭଙ୍ଗ କରିବାକୁ ଦିଅ ନାହିଁ। ଏମାନଙ୍କୁ ଭୋଟ ମିଳୁନାହିଁ। ଏଣୁ ଯେଉଁଠାରେ ଲୋକେ ଶାନ୍ତିରେ ପ୍ରାର୍ଥନା କରୁଛନ୍ତି, ସେଠାକାର...

ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩।୧୧: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ଭାରତ-ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିଛି। ସେଠାରେ ଚାଲିଥିବା ଅପରେଶନରେ ତିନି...

କମ୍ପାନୀରେ ନିଯୁକ୍ତି ପାଇଁ ରୋବୋ ନେଉଛି ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୪।୬: କମ୍ପାନୀରେ ନିଯୁକ୍ତି ପାଇଁ ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀଙ୍କ ଚୟନ ପାଇଁ ମନୁଷ୍ୟ ନୁହେଁ ରୋବୋ ନେଉଛି ଇଣ୍ଟରଭ୍ୟୁ। ଭିଡିଓ...

କ୍ଷୀର ମହଙ୍ଗା: ପ୍ରତି ୧୦ରୁ ୪ ପରିବାର ବିକଳ୍ପ ଆପଣେଇଛନ୍ତି

ନୂଆଦିଲ୍ଲୀ,୮ା୨: ଗତ କିଛିବର୍ଷ ହେବ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଦରଦାମ୍‌ କ୍ରମାଗତ ବଢ଼ିବାରେ ଲାଗିଛି। ଘରେ ଘରେ ବହୁଳ...

Advertisement
Archives

Model This Week