ବୌଦ୍ଧ କାହାଣୀରେ ବିବିଧତା

ରାମାୟଣର ଅନେକ ସଂସ୍କରଣ ଅଛି। ସେଥିମଧ୍ୟରେ ସଂସ୍କତ ରାମାୟଣକୁ ମୂଳ ରାମାୟଣ ବୋଲି ଗ୍ରହଣ କରାଯାଏ। ଏହିସବୁ ସଂସ୍କରଣ ବିଭିନ୍ନ କାହାଣୀକୁ ନେଇ ଏକ ରାମାୟଣ ପରମ୍ପରା ସୃଷ୍ଟିକରିଛି ଓ କାହାଣୀ ସମ୍ପର୍କିତ ଆମ ବିଚାରକୁ ପରିପୁଷ୍ଟ କରିଛି। ସେହିପରି ବୁଦ୍ଧଙ୍କ ଜୀବନୀ ଉପରେ ଅନେକ ସଂସ୍କରଣ ଅଛି। ତେବେ ପାଲି ସଂସ୍କରଣକୁ ମୂଳ ତଥା ପ୍ରକୃତ ବୋଲି ଗ୍ରହଣ କରାଯାଏ। ଊନବଂଶ ଶତାବ୍ଦୀରେ ବାସ୍ତବ ବିଚାରଧାରାର ବିକାଶ ଘଟିବାରୁ ପ୍ରକୃତ ବୁଦ୍ଧଙ୍କ ଧାରଣା ପ୍ରାଥମିକତା ଲାଭକଲା। ତେବେ ଗବେଷକଙ୍କ ଅନୁଯାୟୀ ବୁଦ୍ଧଙ୍କ ସମ୍ପର୍କରେ ଆମ ପାଖରେ ଥିବା ପ୍ରାୟ ପ୍ରତ୍ୟେକ ତଥ୍ୟ ସମ୍ଭବତଃ ତାଙ୍କ ଅନୁଗାମୀଙ୍କ ଦ୍ୱାରା ସାମ୍ନାକୁ ଅଣାଯାଇଥିଲା। ବୁଦ୍ଧଙ୍କ ଜୀବନୀ ଲେଖାହେବା ପୂର୍ବରୁ ତାହା କେବଳ ମୌଖିକ ଭାବେ ପ୍ରଚାର କରାଯାଇଥିଲା। ଏହି କାରଣରୁ କାଳ୍ପନିକ କାହାଣୀରୁ ସତ୍ୟକୁ ପୃଥକ୍‌ କରିବା ଅତି କଷ୍ଟକର। ଯେଉଁମାନେ କାହାଣୀକୁ ପ୍ରଚାରପ୍ରସାର କରୁଥିଲେ ସେମାନେ ବାସ୍ତବତା ଉପରେ ଧ୍ୟାନଦେଇ ନ ଥିଲେ, ଯାହା ଆମେ ଏବେ କରୁଛୁ।
ବୁଦ୍ଧଙ୍କ ଜୀବନ କିପରି କ୍ରମବିକଶିତ ହୋଇଥିଲା ତାହା ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ଅବଶ୍ୟ,ବୁଦ୍ଧଙ୍କ ମା’ ଏକ ହାତୀକୁ ସ୍ବପ୍ନରେ ଦେଖିବା, ତାଙ୍କୁ ଏକ ଶାଳଗଛ ମୂଳରେ ଜନ୍ମଦେବା ଏବଂ କିଛିଦିନ ପରେ ମୃତ୍ୟୁ ହେବାକୁ ନେଇ ଏକ ଜନ୍ମ କାହାଣୀ ଅଛି। ପରେ ବୁଦ୍ଧଙ୍କ ମାଉସୀ ତାଙ୍କୁ ଲାଳନପାଳନକରି ବଡ଼ କରିଥିଲେ। ସେ ଜଣେ ସୁନ୍ଦରୀ ରାଜକୁମାରୀଙ୍କୁ ବିବାହ କରିଥିଲେ ମଧ୍ୟ ଜୀବନର ଆନନ୍ଦ ଉପଲବ୍ଧି ପାଇଁ ଏକାକୀ ରହୁଥିଲେ। ଦିନେ ସେ ଘରୁ ବାହାରକୁ ଯାଇ ରୋଗ, ମୃତ୍ୟୁ ଏବଂ ବାର୍ଦ୍ଧକ୍ୟକୁ ଦେଖିଲେ ଏବଂ ସଂସାର ଛାଡ଼ିବା ଲାଗି ନିଷ୍ପତ୍ତି ନେଲେ। ଅଶ୍ୱତ୍ଥ ବୃକ୍ଷ ମୂଳରେ ଜ୍ଞାନ (ବୁଦ୍ଧତ୍ୱ) ପ୍ରାପ୍ତହେବା ପରେ ସେ କଠୋର ସଂଯମତାର ବ୍ୟର୍ଥତାକୁ ଅନୁଭବକଲେ ଏବଂ ସନ୍ତୁଳନ ଜୀବନକୁ ଉତ୍ସାହିତ କଲେ। ବୁଦ୍ଧ ତାଙ୍କ ବାଣୀ ରାଜା ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଚାରକରି ଶେଷରେ ଦୁଇଟି ଶାଳଗଛ ମୋକ୍ଷ ବା ନିର୍ବାଣପ୍ରାପ୍ତ ହୋଇଥିଲେ। ଏହିପରି ଶାଳଗଛର ସମ୍ପର୍କ ଜନ୍ମ ଓ ମୃତ୍ୟୁ ସହ ଥିବାବେଳେ ଅଶ୍ୱତ୍ଥ ଗଛର ସମ୍ପର୍କ ଜ୍ଞାନ ସହ ରହିଛି। କାହାଣୀ ପ୍ରସାରଣକାରୀମାନେ ବୃକ୍ଷ ସଂସ୍କୃତିରେ ଥିବା ମୂଲ୍ୟବୋଧକୁ ପ୍ରକାଶ କରିଛନ୍ତି।
ବୁଦ୍ଧଙ୍କ ଅସ୍ଥିକୁ ନେଇ ରାଜାମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଛି ଏବଂ ଶେଷରେ ତାହାକୁ ସ୍ତୂପ ମଧ୍ୟରେ ରଖାଯାଇଛି। ସମ୍ରାଟ ଅଶୋକ ତାଙ୍କ ବିଶାଳ ସାମ୍ରାଜ୍ୟରେ ୮୪,୦୦୦ ସ୍ଥାନରେ ଅସ୍ଥିଗୁଡ଼ିକୁ ନ୍ୟାୟୋଚିତ ଭାବେ ବଣ୍ଟନ କରିଥିଲେ। ସମାନ ପ୍ରକାର କାହାଣୀ ମଧ୍ୟ ଚାଇନାରେ ଅଛି। ମିଙ୍ଗ ସମ୍ରାଟ ତାଙ୍କ ସାମ୍ରାଜ୍ୟର ସବୁଆଡ଼େ ବୁଦ୍ଧଙ୍କ ଦେହାବଶେଷ ଓ ଭାରତର ପ୍ରତିିମୂର୍ତ୍ତିଗୁଡ଼ିକୁ ବଣ୍ଟନ କରିଥିଲେ। ଥାଇଲାଣ୍ଡରେ ମଧ୍ୟ ଏଭଳି ଏକ କାହାଣୀ ରହିଛି। ଏକ ପ୍ରକୃତ ଅବଶେଷ ଆଣିବା ଲାଗି ଅଶୋକ କିଭଳି ଦକ୍ଷିଣପୂର୍ବ ଏସିଆ ଗସ୍ତ କରିଛନ୍ତି ତାହା ଏଥିରେ ବର୍ଣ୍ଣନା କରାଯାଇଛି। ବୁଦ୍ଧଙ୍କ କାହାଣୀ ଦକ୍ଷିଣ ପୂର୍ବ, ପୂର୍ବ ଏବଂ କେନ୍ଦ୍ର ଏସିଆର ସବୁଆଡ଼େ ବ୍ୟାପିଥିବାରୁ ଏହାର କ୍ରମବିକାଶ ଅନେକ ଉପାୟରେ ହୋଇଥିଲା। କର୍ମକୁ ବୁଝାଇବା ଲାଗି ଗୋଟିଏ ସେଟ୍‌ର କାହାଣୀ ସୃଷ୍ଟି କରାଯାଇଥିଲା। ଶାକ୍ୟ ବଂଶର ରାଜକୁମାର ସିଦ୍ଧାର୍ଥ ଗୌତମଙ୍କ ଜୀବନ କିଭଳି ପୂର୍ବ ୫୫୦ ଜନ୍ମର ଶେଷ ଥିଲା , ସେ ସମ୍ପର୍କରେ ଜାଟକଗୁଡ଼ିକରେ ବର୍ଣ୍ଣନା କରାଯାଇଛି। ବୁଦ୍ଧ ଭାବେ ଜନ୍ମ ହେବା ପୂର୍ବରୁ ତାଙ୍କୁ ପଶୁ, ପକ୍ଷୀ, ରାଜା,ବଣିକ ଏବଂ ଧର୍ମଯାଜକ ଅନେକ ରୂପ ନେବାକୁ ପଡ଼ିଥିଲା ବୋଲି ଏଥିରେ ଉଲ୍ଲେଖ ଅଛି। ଏହି ୫୫୦ ପୂର୍ବଜୀବନରେ ସେ କେବଳ ଏକ ପୁରୁଷ ରୂପରେ ଜନ୍ମ ନେଇଛନ୍ତି, ଯାହା ଲିଙ୍ଗଗତ ପକ୍ଷପାତକୁ ପ୍ରକାଶ କରେ।
ବୁଦ୍ଧଙ୍କ ପୂର୍ବଜନ୍ମ ସମ୍ପର୍କିତ କାହାଣୀ ସବୁ ଅଛି। ସେଥିରେ ସେ ଜୀବନର ସବୁ କ୍ଷେତ୍ରରେ ବିଶ୍ୱାସଯୋଗ୍ୟ ହେବା ଭଳି ତୁସିତ ସ୍ବର୍ଗ (ଏକ ଦିବ୍ୟ କ୍ଷେତ୍ର ଯେଉଁଠି ବୋଧିସତ୍ତ୍ୱ ଓ ଈଶ୍ୱର ବାସ କରିଥାନ୍ତି)ର ନିଷ୍ପତ୍ତି ନେଇଛନ୍ତି। ଚାଇନିଜ୍‌ ଏବଂ ଜାପାନିଜ୍‌ ଇତିହାସରେ ବୁଦ୍ଧଙ୍କ ମାତା ମାୟା ଏବଂ ତାଙ୍କ (ମାୟା) ଭଉଣୀ ଗୌତମୀଙ୍କୁ ନେଇ ବିବାଦୀୟ କାହାଣୀଗୁଡ଼ିକ ଅଛି, ଯିଏ ଶେଷରେ ତାଙ୍କର ସାବତ ମାଆ ହୋଇଛନ୍ତି। ତାଙ୍କ ସମ୍ପର୍କୀୟ ଭାଇ ଦେବଦତ୍ତଙ୍କ ସହ ତାଙ୍କର ଶତ୍ରୁତାର କାହାଣୀ ମଧ୍ୟ ଅଛି। ଦେବଦତ୍ତ ବୁଦ୍ଧଙ୍କ ଅନୁଗାମୀ ହୋଇ ବୁଦ୍ଧଙ୍କ ପରେ ବୌଦ୍ଧ ସଂଗଠନର ନେତୃତ୍ୱ ସେ ନେବାକୁ ଚାହିଁଛନ୍ତି, କିନ୍ତୁ ତାହା କରିବାକୁ ତାଙ୍କୁ ବାରଣ କରାଯାଇଥିଲା। ଲୋକଙ୍କୁ ଅଧିକ ଉତ୍ତମ ଏବଂ ଶାକାହାରୀ ହେବା ପାଇଁ ଆଶ୍ରମର ଆଦେଶ ଦରକାର ବୋଲି ଦେବଦତ୍ତ ଚାହାନ୍ତି, ଯାହାକୁ ବୁଦ୍ଧ ଅସ୍ବୀକାର କରିଛନ୍ତି। ଦେବଦତ୍ତ ବୁଦ୍ଧଙ୍କୁ ହତ୍ୟାକରିବାକୁ ଚେଷ୍ଟାକରି ନର୍କରେ ନିକ୍ଷେପିତ ହେବା ସହ ସେଠାରେ ସେ ଅସୀମ ଯନ୍ତ୍ରଣା ଭୋଗିଥିବା କଥା ଉଲ୍ଲେଖ ରହିଛି। ଚାଇନିଜ୍‌ ଇତିହାସରେ ବୁଦ୍ଧ ଜଙ୍ଗଲରେ ନୁହେଁ ବରଂ ପର୍ବତ ଉପରେ ଭ୍ରମଣ କରୁଥିବା ବର୍ଣ୍ଣନା କରାଯାଇଛି। ସେଥିପାଇଁ ଚାଇନା ଓ ଜାପାନ ପରମ୍ପରାରେ ପାହାଡ଼ଗୁଡ଼ିକୁ ଜ୍ଞାନର ମହତ୍ତ୍ୱପୂର୍ଣ୍ଣ ସ୍ଥଳୀ ଭାବେ ଦେଖାଯାଏ। ଜାପାନୀ ପରମ୍ପରାରେ ବୁଦ୍ଧଙ୍କ ମୃତ୍ୟୁ ମହାମାରୀର ଏକ ସିଣ୍ଟୋ ଦେବତା ସହ ଜଡ଼ିତ, ଯିଏ ବୁଦ୍ଧଙ୍କ କରୁଣାର ସୁଯୋଗ ନେଇ ତାଙ୍କୁ ମରିବାକୁ ଯୋଜନା କରିଥିଲେ। ବୁଦ୍ଧ ନେଉଥିବା ପ୍ରତ୍ୟେକ ନିଃଶ୍ୱାସ ପାଇଁ ସେ ୧ ହଜାର ମଣିଷକୁ ମାରିଦେବାକୁ ଧମକ ଦେଇଛନ୍ତି। ତେଣୁ ବୁଦ୍ଧ ନିର୍ବାଣ ଚାହିଁଛନ୍ତି । ଏହିପରି, ଆମେ ବୁଦ୍ଧଙ୍କ କାହାଣୀକୁ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ନାଟକୀୟ ଢଙ୍ଗରେ ବ୍ୟାପକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ପାଉ।
ମହାଯାନ ବୌଦ୍ଧଧର୍ମରେ, ଅନେକ ହଜାର ବୁଦ୍ଧଙ୍କ ମଧ୍ୟରେ ଜଣେ ଶାକ୍ୟମୁନି ରହିଛନ୍ତି। ଚାଇନା ଓ ଜାପାନରେ ସବୁଠୁ ଲୋକପ୍ରିୟ ବୁଦ୍ଧ ହେଉଛନ୍ତି ବିରୋଚନ ଏବଂ ଅମିତାଭ। ଅମିତାଭ ବୁଦ୍ଧଙ୍କ ନାମ ସାରା ଜୀବନ ଜପ କରିବା ଦ୍ୱାରା ସେ ଆପଣଙ୍କୁ ତାଙ୍କର ସ୍ବତନ୍ତ୍ର ପବିତ୍ର ଭୂମି ସ୍ବର୍ଗ (ସୁଖାବତୀ)କୁ ନେଇପାରିବେ ଯେଉଁଠାରେ ଜଣେ ମହିଳାଙ୍କ ଗର୍ଭରୁ ନୁହେଁ, ବରଂ ପଦ୍ମଫୁଲରୁ ଜନ୍ମହୁଏ । ଲକ୍ଷ୍ୟକଲେ ଜଣାଯାଏ, ଆଶ୍ରମ ବ୍ୟବସ୍ଥାରେ ଲିଙ୍ଗଗତ ପକ୍ଷପାତ ଥିଲା। ଦେଖିବାକୁ ଗଲେ ମହାଯାନ ବୌଦ୍ଧଧର୍ମରେ କୌଣସି ଧ୍ୟାନ କିମ୍ବା ରୀତିନୀତିର ଆବଶ୍ୟକତା ନାହିଁ, କେବଳ ଅମିତାଭଙ୍କ ନାମ ଜପ ଦରକାର। କିନ୍ତୁ ଜେନବା ଜାପାନର ବୌଦ୍ଧଧର୍ମରେ ନାମ ଜପ କରିବାକୁ ପଡ଼ିବ ନାହିଁ, କେବଳ ତୁମକୁ ଧ୍ୟାନକରିବାକୁ ହେବ ଏବଂ ନିଜକୁ ବୁଦ୍ଧ ହେବା ପାଇଁ ବିଚାର କରିବକୁ ପଡ଼ିବ। ବୌଦ୍ଧଧର୍ମର ବିଶ୍ୱାସ ଓ କାହାଣୀଗୁଡ଼ିକରେ ଥିବା ବ୍ୟାପକ ବିବିଧତା ଆମ ମନରେ ପ୍ରଶ୍ନ ସୃଷ୍ଟିକରେ ଯେ ପ୍ରକୃତରେ କ’ଣ କେବଳ ଗୋଟିଏ ବୌଦ୍ଧଧର୍ମ ଅଛି।

-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?