ଜବାବ ଦେବ ୟୁକ୍ରେନ୍‌

କିଭ୍‌, ୩ା୧୦: ମସ୍କୋର ରେଡ୍‌ ସ୍କୋୟାରରେ ବିଜୟ ବ୍ୟାନର ଲଗାଇଥିଲା ରୁଷିଆ। ଏଥିରେ ଲେଖାଥିଲା ଡୋନେସ୍କ, ଲୁହାନ୍‌ସ୍କ, ଜାପୋରିଝିଆ, ଖେରସୋନ୍‌, ରୁଷିଆ! ସବୁଦିନ ପାଇଁ ଏକାଠି ହେଲେ। ଗତ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ର ଏହି ୪ ଅଞ୍ଚଳକୁ ଗଣଭୋଟ ପରେ ମସ୍କୋ ସହ ମିଶାଯାଇଥିବା ଘୋଷଣା କଲେ। ହେଲେ ପୁଟିନ୍‌ଙ୍କ ଏହି ଘୋଷଣାର ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ ଡୋନେସ୍କର ଏକ ପ୍ରମୁଖ ସହର ଲାଇମେନ୍‌ରୁ ରୁଷିଆ ସୈନ୍ୟଙ୍କୁ ଫେରିଯିବାକୁ ବାଧ୍ୟ କରିଛି। ଏହାସହ ଏହି ସହରକୁ ମସ୍କୋ କବଳରୁ ମୁକ୍ତ କରି ନିଜ ସମସ୍ତ ଅଞ୍ଚଳକୁ ସ୍ବାଧୀନ କରିବାକୁ କିଭ୍‌ ପ୍ରତିଆକ୍ରମଣର ଯୋଜନା ପ୍ରସ୍ତୁତ କରିଛି। ଫଳରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଯୁଦ୍ଧ ଶେଷ ହେବା ବଦଳରେ ଏବେ ନୂଆ ରୂପ ନେଇଛି।

ୟୁକ୍ରେନ୍‌ର ସହର ଲାଇମେନ୍‌କୁ ରୁଷିଆ ପରିବହନ ଏବଂ ଲଜିଷ୍ଟିକ୍ସ ହବ୍‌ ଭାବେ ବ୍ୟବହାର କରୁଥିଲା। ଏବେ ତାହାକୁ କିଭ୍‌ ମୁକ୍ତ କରିବା ପରେ କ୍ରେମଲିନ୍‌ ଉପରେ ଚାପ ବଢ଼ିଛି। ଏଥିସହ ୟୁକ୍ରେନ୍‌ ନାଟୋ ସଦସ୍ୟତା ପାଇଁ ପୁଣି ଦାବି ଉଠାଯାଇଛି। ଏଥିଯୋଗୁ ରୁଷିଆ ୟୁକ୍ରେନ୍‌ ଉପରେ ଆଣବିକ ଆକ୍ରମଣ ଭୟ ବଢ଼ିଥିବାବେଳେ ମଧ୍ୟ ଏବଂ ପୂର୍ବ ୟୁରୋପୀୟ ନାଟୋ ଦେଶକୁ ମଧ୍ୟ ମସ୍କୋ ଟାର୍ଗେଟ କରିପାରେ ବୋଲି ଆଶଙ୍କା ଉପୁଜିଛି। ଅନ୍ୟପକ୍ଷେ ଆମେରିକା ୟୁକ୍ରେନ୍‌କୁ ଅଧିକ ସାମରିକ ସହାୟତା ଦେବାକୁ ଘୋଷଣା କରିଛି।

ରୁଷିଆ ଆମକୁ ଡରାଇପାରିବ ନାହିଁ ବୋଲି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିବା ସହ ବେଆଇନ ଭାବେ ୟୁକ୍ରେନ୍‌ ଅଞ୍ଚଳ ଦଖଲର ଭୟଙ୍କର ପରିଣାମ ଭୋଗିବ ବୋଲି ଚେତାବନୀ ଦେଇଥିଲେ। ଆମେରିକା କଂଗ୍ରେସ ୟୁକ୍ରେନ୍‌କୁ ୧୨.୩ ବିଲିୟନ ଡଲାରର ସାମରିକ ସହାୟତା ବିଲ୍‌କୁ ମଞ୍ଜୁରୀ ଦେଇଛି। ଏଥିରେ ହିମାର୍ସ ମଲ୍ଟିପଲ ରକେଟ ସିଷ୍ଟମ୍‌ ସହ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ସେହିପରି ଜର୍ମାନୀ, ନରଓ୍ବେ, ଡେନ୍‌ମାର୍କ ମଧ୍ୟ ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଦେବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରହୁଥିବା ସହର କ୍ରିଭି ରିହ୍‌ରେ ରୁଷିଆ ସୁଇସାଇଡ୍‌ ଡ୍ରୋନ୍‌ରେ ଆକ୍ରମଣ କରିଛି। ଏଥିରେ ଏକ ସ୍କୁଲ ଘର ନଷ୍ଟ ହୋଇଯାଇଛି। ମସ୍କୋ ଇରାନୀୟ ଡ୍ରୋନ୍‌ ବ୍ୟବହାର କରି ଆକ୍ରମଣ କରୁଥିବା କିଭ୍‌ କହିଛି। ସେଥିମଧ୍ୟରୁ ୫ଟିକୁ ୟୁକ୍ରେନ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ନଷ୍ଟ କରିଦେଇଥିବାବେଳେ ୨ଟି ଖସି ପଳାଇବାରେ ସକ୍ଷମ ହୋଇଥିବା ୟୁକ୍ରେନ୍‌ ସେନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?