ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶଲ କରି ଭୁଲ କରିଦେଲେ କି ଶହବାଜ? ପାକିସ୍ତାନରେ ହୋଇପାରେ ନେତୃତ୍ୱ ପରିବର୍ତ୍ତନ, ଯାଇପାରେ ରାଷ୍ଟ୍ରପତିଙ୍କ ପଦ

ଇସଲାମାବାଦ,୯।୭: ପାକିସ୍ତାନର ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି। ଦେଶର ସେନା ଏବଂ ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏକ ବଡ଼ ଖେଳ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି।
ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କୁ ହଟାଇ ଫିଲ୍ଡ ମାର୍ଶାଲ ଅସୀମ ମୁନିର କ୍ଷମତା ହାତକୁ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି। କିନ୍ତୁ ପାକିସ୍ତାନ କ’ଣ ଆଉ ଏକ ସାମରିକ ବିଦ୍ରୋହର ଦ୍ୱାରଦେଶରେ ଅଛି ବୋଲି ଏବେ ପ୍ରଶ୍ନ ଉଠୁଛି।
ଗତ କିଛି ସପ୍ତାହ ମଧ୍ୟରେ ଏପରି ଅନେକ ଘଟଣା ଘଟିଛି, ଯାହା ଏହି ଗୁଜବକୁ ଆହୁରି ବଢାଇ ଦେଇଛି। ଦେଶର ବାତାବରଣରେ ଉତ୍ତେଜନା ଏବଂ ରାଜନୈତିକ ବୟାନବାଜି ଏହି ଆଲୋଚନାକୁ ଆହୁରି ତୀବ୍ର କରିଛି। ଏହି ରାଜନୈତିକ ଝଡ଼ ପଛରେ ସତ୍ୟ କ’ଣ? ଭାରତର ପଡ଼ୋଶୀ ଦେଶ ପୁଣି ଥରେ କ୍ଷମତାର ଏକ ନୂତନ ଯୁଗରେ ପାଦ ଦେବାକୁ ଯାଉଛି କି?
ପାକିସ୍ତାନ ସରକାର ମେ’ ମାସରେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲା। ଜେନେରାଲ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ଦିଆଯାଇଥିଲା। ପାକିସ୍ତାନର ଇତିହାସରେ ଏହା ଦ୍ୱିତୀୟ ଥର, ଯେତେବେଳେ ଜଣେ ସାମରିକ ଅଧିକାରୀ ଏହି ପଦବୀ ପାଇଛନ୍ତି। ପୂର୍ବରୁ, ଜେନେରାଲ ଆୟୁବ ଖାନ ୧୯୫୯ରେ ନିଜକୁ ଫିଲ୍ଡ ମାର୍ଶାଲ କରିଥିଲେ। ସେହି ସମୟରେ ପାକିସ୍ତାନ ସେନା ଦ୍ୱାରା ଶାସିତ ହେଉଥିଲା।
ମୁନିରଙ୍କ ପଦୋନ୍ନତି ଉପରେ ପ୍ରଶ୍ନ ଉଠିଥିଲା। ଭାରତର ‘ଅପରେଶନ ସିନ୍ଦୂର’ ପରେ ଏହି ଘୋଷଣା ହୋଇଥିଲା। ଜୁନ ମାସରେ ଜେନେରାଲ ମୁନିର ଆମେରିକା ଗସ୍ତ କରିଥିଲେ ଏବଂ ସେଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ବୈଠକ ଅନନ୍ୟ ଥିଲା, କାରଣ ପ୍ରଥମ ଥର ପାଇଁ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ହ୍ବାଇଟ ହାଉସକୁ ନିମନ୍ତ୍ରଣ କରାଯାଇଥିଲା।
ଏହି ବୈଠକ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଥିଲା। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏହି ବୈଠକ ମୁନିରଙ୍କ ବର୍ଦ୍ଧିତ ଶକ୍ତି ଏବଂ ରାଜନୈତିକ ମହତ୍ତ୍ୱାକାଂକ୍ଷାର ପ୍ରମାଣ। ଏହା ପରେ, ମୁନିର ଏକ ବିଦ୍ରୋହ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଅଧିକ ତୀବ୍ର ହୋଇଗଲା।
ପାକିସ୍ତାନୀ ସାମ୍ବାଦିକ ଏଜାଜ ସଇଦ କହିଛନ୍ତି, ‘ରାଷ୍ଟ୍ରପତି ଜରଦାରୀଙ୍କୁ ହଟାଇବା ପାଇଁ ପ୍ରୟାସ ତୀବ୍ର ହେଉଛି। ଅନେକ ଲୋକ ଚାହାଁନ୍ତି ଯେ ଜରଦାରୀ ନିଜେ ଇସ୍ତଫା ଦିଅନ୍ତୁ। ଏଥିପାଇଁ ରାଜନୈତିକ ହେରଫେର ଆରମ୍ଭ ହୋଇଛି।’
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ଏପରି ଖବର ଭାଇରାଲ ହେଉଛି। ଜଣେ ୟୁଜର ଲେଖିଛନ୍ତି, ‘ସୂତ୍ର କହୁଛି ଯେ ମୁନିର ଜରଦାରୀଙ୍କ ବିରୁଦ୍ଧରେ ‘ନୀରବ ବିଦ୍ରୋହ’ ଯୋଜନା କରୁଛନ୍ତି। ଜରଦାରୀ ତାଇୱାନରେ ଚାଇନାକୁ ସମର୍ଥନ କରନ୍ତି, ଯେତେବେଳେ ମୁନିରଙ୍କର ଆମେରିକା ସହିତ ଏକ ଗୁପ୍ତ ଚୁକ୍ତି ଅଛି। ତାଙ୍କର ଲକ୍ଷ୍ୟ ହେଉଛି CPECକୁ ଶେଷ କରିବା, ଯାହା ବି ହେଉ।’
ପାକିସ୍ତାନ ରାଜନୀତିରେ ଏହି ଅସ୍ଥିରତା ନୂଆ ନୁହେଁ। ଦେଶର ଅତୀତ ଅନେକ ବିଦ୍ରୋହ ଏବଂ ରାଜନୈତିକ ପରିବର୍ତ୍ତନରେ ପରିପୂର୍ଣ୍ଣ। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଜେନେରାଲ ମୁନିରଙ୍କ ପଦୋନ୍ନତି, ତାଙ୍କର ଆମେରିକା ଗସ୍ତ ଏବଂ ବିଲାୱଲଙ୍କ ବୟାନ ରାଜନୈତିକ ପରିବେଶକୁ ଆହୁରି ଉଷ୍ମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?