Posted inଜାତୀୟ

ଭିତିରି କଥା କହିଲେନି

ନୂଆଦିଲ୍ଲୀ,୨୩ା୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ବିରୋଧୀଙ୍କ ବୈଠକକୁ ଭାଜପାକୁ ଚ୍ୟାଲେଞ୍ଜ ଦେବା ପ୍ରକ୍ରିୟାର ଆରମ୍ଭ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଥିବାବେଳେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନ ଆଲୋଚନାକୁ ବିରୋଧୀ ଖଣ୍ଡନ କରିଛନ୍ତି। ଏଭଳି କୌଣସି ଆଲୋଚନା ହୋଇନାହିଁ ଏବଂ ଏହା ଏକ ଅଣରାଜନୈତିକ ବୈଠକ ବୋଲି ଏଥିରେ ସାମିଲ ହୋଇଥିବା ଦଳଗୁଡ଼ିକ କହିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ୮ ଦଳର ନେତା ସାମିଲ ହୋଇଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ପାଇଁ ରଣନୀତି ନିର୍ଦ୍ଧାରଣ ହେବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିବାବେଳେ
ବୈଠକରେ ପ୍ରକୃତରେ କ’ଣ ଆଲୋଚନା ହୋଇଛି ତାହା ପଦାକୁ ଆସିପାରି ନାହିଁ। ବିରୋଧୀ ଦଳଗୁଡ଼ିକ ବୈଠକର ଭିତିରି କଥା ନେଇ ମୁହଁ ଖୋଲୁ ନ ଥିବାରୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ହ୍ୟାଟ୍ରିକ୍‌ ବିଜୟକୁ ନେଇ ଭାଜପା ବିଚଳିତ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୈରିକ ଦଳ ଏବେ ଘର ସଜାଡ଼ିବାକୁ ଉଦ୍ୟମ କରୁଛି। ବିଶେଷକରି କୋଭିଡ୍‌ ମୁକାବିଲାରେ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ଗୈରିକ ଦଳକୁ ପୁଣି ପରାଜୟର ମୁହଁ ଦେଖିବାକୁ ପଡ଼ିପାରେ ବୋଲି ଭାଜପା ନେତାମାନେ ଚିନ୍ତିତ ଅଛନ୍ତି। ଏଭଳି ସମୟରେ ଭାରତୀୟ ରାଜନୀତିର ଚାଣକ୍ୟ ବୋଲାଯାଉଥିବା ପାଓ୍ବାରଙ୍କୁ ସୋମବାର ଟିଏମ୍‌ସି ବିଜୟର ସୂତ୍ରଧର ତଥା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଭେଟିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍‌ସି ଉପାଧ୍ୟକ୍ଷ ୟଶଓ୍ବନ୍ତ ସିହ୍ନା ୨୦୧୮ରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ନୀତିଗୁଡ଼ିକୁ ବିରୋଧ କରି ଗଢ଼ିଥିବା ରାଷ୍ଟ୍ରୀୟ ମଞ୍ଚ ବ୍ୟାନରରେ ଏହି ବୈଠକ ହୋଇଥିବାରୁ ଏଥିରେ ତୃତୀୟ ସାମ୍ମୁଖ୍ୟର ମୂଳଦୁଆ ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ପାଓ୍ବାରଙ୍କ ନୂଆଦିଲ୍ଲୀସ୍ଥିତ ୬ ଜନପଥ ବାସଭବନରେ ଅନୁଷ୍ଠିତ ବୈଠକରେ ଟିଏମ୍‌ସି, ସମାଜବାଦୀ ପାର୍ଟି (ଏସ୍‌ପି), ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି), ମାର୍କ୍ସବାଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌), ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତାମାନେ ଯୋଗଦେଇଥିଲେ। ବୈଠକ ପରେ ଏହା ସମଭାବପନ୍ନ ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେମାନେ କହିଛନ୍ତି। ସିପିଆଇଏମ୍‌ ନେତା ନିଳୋତ୍ପଳ ବସୁ କହିଛନ୍ତି, ଏହା ରାଜନୈତିକ ବୈଠକ ନ ଥିଲା। ଏଥିରେ ସମଭାବାପନ୍ନ ନେତାଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇଥିଲା। ସମ୍ପ୍ରତି ଦେଶ ସମ୍ମୁଖୀନ ହେଉଥିବା କୋଭିଡ୍‌-୧୯ ମହାମାରୀ, ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣ, ବେରୋଜଗାରୀ ଭଳି ବହୁବିଧ ସମସ୍ୟା ନେଇ ଆଲୋଚନା ହୋଇଥିଲା। ବୈଠକରେ ଏସ୍‌ପିର ଘନଶ୍ୟାମ ତିଓ୍ବାରୀ, ଆରଏଲ୍‌ଡି ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ, ଏଏପିର ସୁଶୀଲ ଗୁପ୍ତା ଏବଂ ସିପିଆଇ ନେତା ବିନୟ ବିଶ୍ୱମ୍‌, ଏନ୍‌ସି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ପୂର୍ବତନ କଂଗ୍ରେସ ନେତା ସଞ୍ଜୟ ଝା, ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ପୂର୍ବତନ ନେତା ପବନ ବର୍ମା ସାମିଲ ହୋଇଥିଲେ। ପାଓ୍ବାରଙ୍କ ଘରକୁ ଆସିଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଜାଭେଦ ଅଖ୍‌ତର ଏବଂ କେ.ସି. ସିଂ ଥିଲେ। ଏହା ପୂର୍ବରୁ ନିଜ ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ଏନ୍‌ସିପି ନେତା କହିଥିଲେ, ରାଷ୍ଟ୍ରୀୟ ମଞ୍ଚ ଆବାହକ ୟଶଓ୍ବନ୍ତ ସିହ୍ନାଙ୍କ ପକ୍ଷରୁ ଆୟୋଜିତ ବୈଠକରେ ପାଓ୍ବାର ଅଧ୍ୟକ୍ଷତା କରିବେ। କଂଗ୍ରେସକୁ ମଧ୍ୟ ଉକ୍ତ ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଆଞ୍ଚଳିକ ଦଳଗୁଡ଼ିକ ପକ୍ଷରୁ ନେତୃତ୍ୱ ନିଆଯାଉଥିବା ଅଭିଯାନରେ ମୁଖ୍ୟ ବିରୋଧୀ ଦଳର କେହି ନେତା ସାମିଲ ହୋଇନାହାନ୍ତି। ସେହିପରି କଂଗ୍ରେସର ଝାଡ଼ଖଣ୍ଡ ସହଯୋଗୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), ତାମିଲନାଡୁରେ ଅଂଶୀଦାର ଦ୍ରାବିଡ଼ ମୁନେତ୍ରା କାଜାଗାମ (ଡିଏମ୍‌କେ) ଏବଂ ମହାରାଷ୍ଟ୍ର ସହଯୋଗୀ ଶିବସେନା ମଧ୍ୟ ପାଓ୍ବାରଙ୍କ ବୈଠକରେ ଅନୁପସ୍ଥିତ ରହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧ ପୂର୍ଣ୍ଣିମାରେ ଲୁମ୍ବିନି ଯିବେ ମୋଦି, ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ହେବ ବାର୍ତ୍ତାଳାପ

ନୂଆଦିଲ୍ଲୀ,୧୬ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି ଗସ୍ତ କରିବେ...

ଦ୍ୱାଦଶ ପରୀକ୍ଷା ନେଇ ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧।୬: ବୋର୍ଡ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଦ୍ୱାଦଶ ଶ୍ରେଣୀର...

ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୪୩ ଲକ୍ଷରୁ ଅଧିକ ଲୋକେ ନେଇଛନ୍ତି କରୋନା ଟିକା

ନୂଆଦିଲ୍ଲୀ,୬।୪: ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଲକ୍ଷରୁ ଅଧିକ ଲୋକଙ୍କୁ ଆଣ୍ଟି-କୋଭିଡ ଟିକା ଦିଆଯାଇଛି। ଏହି ଗୋଟିଏ ଏହା ସର୍ବାଧିକ ବୋଲି ଜଣାପଡିଛି। ମଙ୍ଗଳବାର...

ଆସାମ ବନ୍ୟାରେ ୮ ମୃତ, ୨ ଲକ୍ଷ ପ୍ରଭାବିତ

ଗୁଆହାଟୀ,୧୮।୫: ପ୍ରାକ୍‌ ମୌସୁମୀ ବର୍ଷାରେ ଆସାମର ବିଭିନ୍ନ ନଦୀରେ ପ୍ରବଳ ବନ୍ୟା ଆସି ୨୪ ଜିଲା କ୍ଷତିଗ୍ରସ୍ତ ହୋଇଛି। ବନ୍ୟାଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି। ବନ୍ୟା...

ମଣିପୁରରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୨୪ା୯ : ହିଂସାପ୍ରବଣ ମଣିପୁରରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗିରଫ କରିଛି। ସେ ମ୍ୟାନ୍‌ମାରର ବିଦ୍ରୋହୀ ଗୋଷ୍ଠୀ ସହ ସମ୍ପୃକ୍ତ...

ରାହୁଲଙ୍କ ପରେ ଖର୍ଗେଙ୍କ ଭାଷଣର ହେଲା ‘ସେଂସର’, ବାଜପେୟୀଙ୍କ ଉଦାହରଣ ଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୯ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାର(୯ ଫେବୃୟାରୀ)ରେ ରାଜ୍ୟ ସଭାର ସଭାପତି, ଉପରାଷ୍ଟ୍ରପତି ଜଗଦିପ ଧନଖଡଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ...

ଭାରତର ସବୁଠାରୁ ବୟସ୍କ ହାତୀ ବିଜୁଳି ପ୍ରସାଦର ମୃତ୍ୟୁ

ଗୌହାଟୀ,୨୨।୮: ଆସାମର ଚା ବଗିଚାରେ ସୋମବାର ଭାରତର ସବୁଠାରୁ ବୟସ୍କ ହାତୀ ବିଜୁଳି ପ୍ରସାଦର ମୃତ୍ୟୁ ଘଟିଛି। ତାକୁ ୮୯ ବର୍ଷ ହୋଇଥିଲା। ବୟସାଧିକ କାରଣରୁ...

ସାଂଗଠନିକ ଅଦଳବଦଳ: ୭ ବଡ଼ ରାଜନୈତିକ ସଙ୍କେତକୁ କରୁଛି ସୂଚିତ !

ନୂଆଦିଲ୍ଲୀ, ୧୨।୯: ବିହାର ଏବଂ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରେ ସାଂଗଠନିକ କ୍ଷେତ୍ରରେ ଅଦଳବଦଳ କରାଯାଇଛି। କଂଗ୍ରେସ ଓ୍ବାର୍କିଂ କମିଟିଠାରୁ ଆରମ୍ଭ କରି...

Advertisement
Archives

Model This Week