Posted inଜାତୀୟ

ଭିତିରି କଥା କହିଲେନି

ନୂଆଦିଲ୍ଲୀ,୨୩ା୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ବିରୋଧୀଙ୍କ ବୈଠକକୁ ଭାଜପାକୁ ଚ୍ୟାଲେଞ୍ଜ ଦେବା ପ୍ରକ୍ରିୟାର ଆରମ୍ଭ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଥିବାବେଳେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନ ଆଲୋଚନାକୁ ବିରୋଧୀ ଖଣ୍ଡନ କରିଛନ୍ତି। ଏଭଳି କୌଣସି ଆଲୋଚନା ହୋଇନାହିଁ ଏବଂ ଏହା ଏକ ଅଣରାଜନୈତିକ ବୈଠକ ବୋଲି ଏଥିରେ ସାମିଲ ହୋଇଥିବା ଦଳଗୁଡ଼ିକ କହିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ୮ ଦଳର ନେତା ସାମିଲ ହୋଇଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ପାଇଁ ରଣନୀତି ନିର୍ଦ୍ଧାରଣ ହେବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିବାବେଳେ
ବୈଠକରେ ପ୍ରକୃତରେ କ’ଣ ଆଲୋଚନା ହୋଇଛି ତାହା ପଦାକୁ ଆସିପାରି ନାହିଁ। ବିରୋଧୀ ଦଳଗୁଡ଼ିକ ବୈଠକର ଭିତିରି କଥା ନେଇ ମୁହଁ ଖୋଲୁ ନ ଥିବାରୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ହ୍ୟାଟ୍ରିକ୍‌ ବିଜୟକୁ ନେଇ ଭାଜପା ବିଚଳିତ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୈରିକ ଦଳ ଏବେ ଘର ସଜାଡ଼ିବାକୁ ଉଦ୍ୟମ କରୁଛି। ବିଶେଷକରି କୋଭିଡ୍‌ ମୁକାବିଲାରେ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ଗୈରିକ ଦଳକୁ ପୁଣି ପରାଜୟର ମୁହଁ ଦେଖିବାକୁ ପଡ଼ିପାରେ ବୋଲି ଭାଜପା ନେତାମାନେ ଚିନ୍ତିତ ଅଛନ୍ତି। ଏଭଳି ସମୟରେ ଭାରତୀୟ ରାଜନୀତିର ଚାଣକ୍ୟ ବୋଲାଯାଉଥିବା ପାଓ୍ବାରଙ୍କୁ ସୋମବାର ଟିଏମ୍‌ସି ବିଜୟର ସୂତ୍ରଧର ତଥା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଭେଟିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍‌ସି ଉପାଧ୍ୟକ୍ଷ ୟଶଓ୍ବନ୍ତ ସିହ୍ନା ୨୦୧୮ରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ନୀତିଗୁଡ଼ିକୁ ବିରୋଧ କରି ଗଢ଼ିଥିବା ରାଷ୍ଟ୍ରୀୟ ମଞ୍ଚ ବ୍ୟାନରରେ ଏହି ବୈଠକ ହୋଇଥିବାରୁ ଏଥିରେ ତୃତୀୟ ସାମ୍ମୁଖ୍ୟର ମୂଳଦୁଆ ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ପାଓ୍ବାରଙ୍କ ନୂଆଦିଲ୍ଲୀସ୍ଥିତ ୬ ଜନପଥ ବାସଭବନରେ ଅନୁଷ୍ଠିତ ବୈଠକରେ ଟିଏମ୍‌ସି, ସମାଜବାଦୀ ପାର୍ଟି (ଏସ୍‌ପି), ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି), ମାର୍କ୍ସବାଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌), ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତାମାନେ ଯୋଗଦେଇଥିଲେ। ବୈଠକ ପରେ ଏହା ସମଭାବପନ୍ନ ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେମାନେ କହିଛନ୍ତି। ସିପିଆଇଏମ୍‌ ନେତା ନିଳୋତ୍ପଳ ବସୁ କହିଛନ୍ତି, ଏହା ରାଜନୈତିକ ବୈଠକ ନ ଥିଲା। ଏଥିରେ ସମଭାବାପନ୍ନ ନେତାଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇଥିଲା। ସମ୍ପ୍ରତି ଦେଶ ସମ୍ମୁଖୀନ ହେଉଥିବା କୋଭିଡ୍‌-୧୯ ମହାମାରୀ, ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣ, ବେରୋଜଗାରୀ ଭଳି ବହୁବିଧ ସମସ୍ୟା ନେଇ ଆଲୋଚନା ହୋଇଥିଲା। ବୈଠକରେ ଏସ୍‌ପିର ଘନଶ୍ୟାମ ତିଓ୍ବାରୀ, ଆରଏଲ୍‌ଡି ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ, ଏଏପିର ସୁଶୀଲ ଗୁପ୍ତା ଏବଂ ସିପିଆଇ ନେତା ବିନୟ ବିଶ୍ୱମ୍‌, ଏନ୍‌ସି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ପୂର୍ବତନ କଂଗ୍ରେସ ନେତା ସଞ୍ଜୟ ଝା, ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ପୂର୍ବତନ ନେତା ପବନ ବର୍ମା ସାମିଲ ହୋଇଥିଲେ। ପାଓ୍ବାରଙ୍କ ଘରକୁ ଆସିଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଜାଭେଦ ଅଖ୍‌ତର ଏବଂ କେ.ସି. ସିଂ ଥିଲେ। ଏହା ପୂର୍ବରୁ ନିଜ ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ଏନ୍‌ସିପି ନେତା କହିଥିଲେ, ରାଷ୍ଟ୍ରୀୟ ମଞ୍ଚ ଆବାହକ ୟଶଓ୍ବନ୍ତ ସିହ୍ନାଙ୍କ ପକ୍ଷରୁ ଆୟୋଜିତ ବୈଠକରେ ପାଓ୍ବାର ଅଧ୍ୟକ୍ଷତା କରିବେ। କଂଗ୍ରେସକୁ ମଧ୍ୟ ଉକ୍ତ ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଆଞ୍ଚଳିକ ଦଳଗୁଡ଼ିକ ପକ୍ଷରୁ ନେତୃତ୍ୱ ନିଆଯାଉଥିବା ଅଭିଯାନରେ ମୁଖ୍ୟ ବିରୋଧୀ ଦଳର କେହି ନେତା ସାମିଲ ହୋଇନାହାନ୍ତି। ସେହିପରି କଂଗ୍ରେସର ଝାଡ଼ଖଣ୍ଡ ସହଯୋଗୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), ତାମିଲନାଡୁରେ ଅଂଶୀଦାର ଦ୍ରାବିଡ଼ ମୁନେତ୍ରା କାଜାଗାମ (ଡିଏମ୍‌କେ) ଏବଂ ମହାରାଷ୍ଟ୍ର ସହଯୋଗୀ ଶିବସେନା ମଧ୍ୟ ପାଓ୍ବାରଙ୍କ ବୈଠକରେ ଅନୁପସ୍ଥିତ ରହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?