ପ୍ରଶାସନର ନିର୍ଦ୍ଦେଶ ମାନୁନାହାନ୍ତି ପରିମଳ ଠିକାଦାର

ଗଞ୍ଜାମ,୫ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନବଜାରଠାରୁ ବଡ଼ ବଜାର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବୁଲା ଗାଈଗୋରୁ ପାଇଁ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଲେଣି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଏନଏସି ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରିବା ପରେ ଇଓ ଦାୟିତ୍ୱରେ ଥିବା ତହସିଲଦାର ଅରୁଣ କୁମାର ନାୟକ ସହର ମଧ୍ୟରେ ରହୁଥିବା ଗାଈଗୋରୁଙ୍କୁ ହଟାଯାଇ ସେମାନଙ୍କୁ ସୁଇପରଙ୍କ ଦ୍ୱାରା ଷ୍ଟାଡିୟମ ଭିତରେ ଭର୍ତ୍ତି କରିବାକୁ ନିର୍ଦେଶ ଦେଇଥିଲେ। ତାହା ମାତ୍ର ଗୋଟିଏ ଦିନ କାର୍ଯ୍ୟକାରୀ ହୋଇଥିଲା। ତହସିଲଦାରଙ୍କ ନିର୍ଦ୍ଦେଶକୁ ପରିମଳ ନେଇଥିବା ଠିକାଦାର ମାନୁ ନାହାନ୍ତି। ପୂର୍ବରୁ ଯେମିତି ବୁଲା ଶହ ଶହ ଗୋରୁ ସହର ମୁଖ୍ୟ ରାସ୍ତା ଅବରୋଧ କରୁଥିଲେ ଏବେ ମଧ୍ୟ ସେମାନଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି l ଏ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଦ୍ରପୁର ଗୋଷ୍ଠୀ ସଂଘର୍ଷ ଘଟଣା: ପୋଲିସର କାର୍ଯ୍ୟଧାରାକୁ ନେଇ ଥାନା ଘେରିଲା ଭାଜପା ମହିଳା ମୋର୍ଚ୍ଚା

ବିଞ୍ଝାରପୁର,୫ା୧୨(ଡି.ଏନ୍‌.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମରେ ସୋମବାର ସନ୍ଧ୍ୟାରେ ରାଜନୈତିକ ବିବାଦରୁ ସଂଘଠିତ ଗୋଷ୍ଠୀ ସଂର୍ଘଷ ଘଟଣାରେ ପୋଲିସର କାର୍ଯ୍ୟଧାରାକୁ ନେଇ...

କଳାହାଣ୍ଡିରେ ପୁଣି ମାତିଲେ ଲାଲବାହିନୀ: ଗଛ କାଟି ରାସ୍ତା ଅବରୋଧ

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନଂ. ରାଜ୍ୟ ରାଜପଥ ଯାଖମ ନିକଟରେ ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଏହା...

ପଞ୍ଚଭୂତରେ ବିଲୀନ ହେଲେ ନବ କିଶୋର

ଝାରସୁଗୁଡ଼ା ଅଫିସ,୩୦।୧: ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ସ୍ବାସ୍ଥ୍ୟ ମନ୍ତ୍ରୀ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ...

ପ୍ରଥମ ସୋମବାରରେ କାଉଡ଼ିଆଙ୍କ ଜଳଲାଗି

ଆରଡ଼ି,୨୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ହଜାର ହଜାର କାଉଡ଼ିଆ ଶ୍ରାବଣ ମାସର ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳଲାଗି କରିଛନ୍ତି। ରବିବାର ରାତି ୧୧ଟାରୁ...

ନୂଆ ଷ୍ଟାଇଲରେ ମାଲିକଙ୍କ ଆଖି ଆଗରେ ଲୁଟ୍‌

ଝାରସୁଗୁଡା ଅଫିସ୍‌,୪।୪: ନିଜକୁ ଆୟକର ବିଭାଗ ଅଧିକାରୀ ପରିଚୟ ଦେଇ ଝାରସୁଗୁଡା ସହରରେ ଥିବା ଓମ୍‌ ସାଇରାମ ଜୁଏଲେରୀରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌...

ନଗଡ଼ାରେ ପୋଡୁଚାଷ ପାଇଁ ଜଙ୍ଗଲ କଟା ଆରମ୍ଭ

କାଳିଆପାଣି,୫ା୫(ଡି.ଏନ.ଏ.):ସୁକିନ୍ଦା ବନାଞ୍ଚଳ ଅଧୀନ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଜଙ୍ଗଲକୁ ଜୁଆଙ୍ଗମାନେ ପୋଡୁଚାଷ ପାଇଁ ବ୍ୟବହାର କରୁଛନ୍ତି। ସେଥିପାଇଁ ନଗଡ଼ାରେ ଆରମ୍ଭ ହେଲାଣି ଜଙ୍ଗଲ କଟା। ବର୍ଷା...

ରାସ୍ତା ମରାମତି ନ ହେଲେ ଧାରଣା

ଭଦ୍ରକ ଅଫିସ, ୧୦ା୧୦: ଭଦ୍ରକ ସଦର ବ୍ଲକର ଚାରିତିରା-କାଜିପୋଖରୀ ଓ ବରପଦା ପଖିଆଗୁଡ଼ି ହନୁମାନ ଛକଠାରୁ ମିଟୁଆଣି ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତାର ମରାମତି ଦାବିରେ ଆସନ୍ତା...

ଖୋଲିଲା ୨୮ ଗେଟ୍‌

ସମ୍ବଲପୁର,୧୫।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍‌...

Advertisement
Archives

Model This Week