ଅଜଣା ରୋଗର ନିଦାନ

ରୋଗ ହେଉଛି ଏକ ଅବସ୍ଥା, ଯାହା ଶରୀରର ଗତାନୁଗତିକ କାର୍ଯ୍ୟରେ ବାଧା ସୃଷ୍ଟି କରି ପୀଡ଼ା ସହ ସ୍ବାସ୍ଥ୍ୟକୁ ଆଘାତ ଦେଇଥାଏ। ଉଭୟ ଉଦ୍ଭିଦ ଓ ପ୍ରାଣୀ ରୋଗରେ ପୀଡ଼ିତ ହୋଇଥାନ୍ତି। ଉଦ୍ଭିଦଗୁଡ଼ିକର ରୋଗକୁ ମଣିଷ ଦେଖେ ଓ ତାହାର ଉପଚାର କରୁଥିବାବେଳେ, ପ୍ରାଣୀମାନଙ୍କ ମଧ୍ୟରେ ମଣିଷ କେବଳ କୌଣସି ରୋଗରେ ଆକ୍ରାନ୍ତ ହେଲେ ଶରୀରର ପୀଡ଼ା ହେତୁ ତାହାକୁ ବ୍ୟକ୍ତ କରିଥାଏ। ମାତ୍ର ଅନ୍ୟ ପ୍ରାଣୀମାନେ ରୋଗରେ ଆକ୍ରାନ୍ତ ହେଲେ ବ୍ୟକ୍ତ କରିପାରି ନ ଥାନ୍ତି। ମଣିଷ ଶରୀରରେ ରୋଗ ସୃଷ୍ଟି ହେଲେ ତାହାର ତୁରନ୍ତ ଉପଚାର କରି ସେଥିରୁ ଆରୋଗ୍ୟ ହେବା ଲାଗି ସେ ସଦା ସର୍ବଦା ଯତ୍ନବାନ ହୋଇଥାଏ। ମଣିଷ ଜାଣିଥାଏ ଯେ ସ୍ବାସ୍ଥ୍ୟ ହିଁ ସମ୍ପଦ। ମାତ୍ର ମଣିଷ କେତେକ କ୍ଷେତ୍ରରେ ଅଜ୍ଞତାରେ ବା ଅବହେଳା ହେତୁ ରୋଗରେ ଆକ୍ରାନ୍ତ ହୋଇଥାଏ ତ ପୁଣି କେତେବେଳେ ପରିବେଶ ଓ ଜଳବାୟୁ ଦ୍ୱାରା ଆକ୍ରାନ୍ତ ହୋଇଥାଏ। ତେବେ ବର୍ତ୍ତମାନ ସଭ୍ୟତାର ଦ୍ରୁତ ଅଭିବୃଦ୍ଧି ସହିତ ମଣିଷର ନୂଆ ନୂଆ ରୋଗ ସୃଷ୍ଟି ହେଉଛି। କେତେବେଳେ ମଣିଷ ରୋଗ ସହ ଲଢ଼େଇ କରି ଜୟ ହେଉଛି ତ ପୁଣି କେତେବେଳେ ପରାଜୟ ବରଣ କରୁଛି। ରୋଗ ସାଧାରଣତଃ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ବର୍ତ୍ତମାନ ଶହ ଶହ ବିଭିନ୍ନ ରୋଗ ମଣିଷ ଶରୀରରେ ବିଦ୍ୟମାନ ଓ ପ୍ରତ୍ୟେକଙ୍କର ନିଜସ୍ବ ଲକ୍ଷଣ ତଥା ଚିହ୍ନର ଏକ ନିର୍ଦ୍ଦିଷ୍ଟ ଅବସ୍ଥିତି ଅଛି, ଯାହା ଡାକ୍ତରଙ୍କୁ ସମସ୍ୟା ନିର୍ଣ୍ଣୟ କରିବାରେ ସକ୍ଷମ କରିଥାଏ। ସାଧାରଣତଃ ଜୀବାଣୁ ସଂକ୍ରମଣ, କୋଷିକା ଜୀବ, କବକ, ପରଜୀବୀ ଆଦି ଦ୍ୱାରା ରୋଗ ସୃଷ୍ଟି ହୋଇଥାଏ, ତାହା ପୁଣି ମଣିଷର ଅଜ୍ଞାତରେ ହୋଇଥାଏ। ଯେତେବେଳେ ମଣିଷକୁ ଅଜଣା ରୋଗ ଆକ୍ରାନ୍ତ କରିଥାଏ, ସେତେବେଳେ ରୋଗୀକୁ ଚିକିତ୍ସା କରିବା ଅତ୍ୟନ୍ତ କଷ୍ଟ ହୋଇଥାଏ। ଶରୀରକୁ ରୋଗ ହେଲେ ତାହା ଚିକିତ୍ସା ପଦ୍ଧତି ଦ୍ୱରା ନିୟନ୍ତ୍ରିତ ହୋଇଥାଏ, ମାତ୍ର ମଣିଷକୁ ଅଜଣା ରୋଗ ଯେତେବେଳେ ମାନସିକ ସ୍ତରରେ ଆକ୍ରାନ୍ତ କରିଥାଏ ତାହାକୁ ନିରୂପଣ କରିବା ଓ ତାହାର ଚିକିତ୍ସା କରି ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ବର୍ତ୍ତମାନର ମଣିଷ ଶାରୀରିକ ରୋଗ ଅପେକ୍ଷା ମାନସିକ ଓ ଅଜଣା ଅନ୍ତର୍ନିହିତ ରୋଗରେ ଅଧିକ ଆକ୍ରାନ୍ତ ହେଉଛି।
ଅଜଣା ରୋଗ ହେଉଛି ଏଭଳି ଏକ ରୋଗ, ତାହା କେବଳ ରୋଗୀଙ୍କୁ ଜଣାଥାଏ ଓ ତାହା ହେଉଛି ନିଜ ମଧ୍ୟରେ ଥିବା ମାନସିକ ବିଷାଦର ପରିପ୍ରକାଶ। ମାନସିକ ରୋଗକୁ ମାନସିକ ସ୍ବାସ୍ଥ୍ୟ ବ୍ୟାଧି ମଧ୍ୟ କୁହାଯାଏ, ଯାହା ମଣିଷର ମନୋବଳ, ଚିନ୍ତା ଓ ଆଚରଣ ଉପରେ ପ୍ରଭାବ ପକାଇଥାଏ। ଏହା ଉଦାସୀନତା, ଅସ୍ବାଭାବିକ ଚିନ୍ତାଧାରା, ଧାରଣା, ଭାବନା, ଆଚରଣ ଏବଂ ଅନ୍ୟମାନଙ୍କ ସହିତ ସମ୍ପର୍ର୍କିିତ। ବର୍ତ୍ତମାନ ମଣିଷ ଘୃଣା, ହିଂସା, ଅହଂକାର, ହୀନମନ୍ୟତା, ଅସୂୟାଭାବ ଆଦିର ଶିକାର ହୋଇ ଅଜଣା ରୋଗରେ ନିଜେ ଆକ୍ରାନ୍ତ ହେଉଛି। ଘୃଣା, ହିଂସା, ଅହଂକାର ଆଦି ମନୁଷ୍ୟର ହୃଦୟ, ପ୍ରାଣ ଓ ଶରୀରର ଏକ ଅଜଣା ରୋଗ। ଘୃଣା, ହୀନମନ୍ୟତା, ଅସହିଷ୍ଣୁତା ଆଦି ସାଧାରଣତଃ ଭୟ, ଅସୁରକ୍ଷିତତା କିମ୍ବା ଅବିଶ୍ୱାସରୁ ଆସିଥାଏ। ନିଜକୁ ଅନ୍ୟମାନଙ୍କ ସହିତ ନକାରାତ୍ମକ ଦୃଷ୍ଟିକୋଣରେ ତୁଳନା କରି ନିଜର କ୍ଷତି ମଣିଷ ନିଜେ ହିଁ କରିଥାଏ। ଉକ୍ତ ନକାରାତ୍ମକ ଶକ୍ତିଗୁଡ଼ିକ ମସ୍ତିଷ୍କର ରସାୟନ ବିଜ୍ଞାନକୁ ପରିବର୍ତ୍ତନ କରେ ଓ ମସ୍ତିଷ୍କରେ ଗତିର ଯୋଜନା ତଥା କାର୍ଯ୍ୟକାରିତା ପାଇଁ ଦାୟୀ କୋଷକୁ ଉତ୍ସାହିତ କରେ। ଅନେକ ସମୟରେ ମଣିଷ ପ୍ରାୟତଃ ଘୃଣାର ଭାବନାକୁ ଅଣଦେଖା କରନ୍ତି ବା ଅନ୍ୟମାନଙ୍କୁ ସେମାନଙ୍କର ଘୃଣା ପାଇଁ ଦୋଷ ଦିଅନ୍ତି। ଅସୂୟାଭାବ, ବିଦ୍ୱେଷ ଏକ ସଂକ୍ରାମକ ରୋଗ ଓ ଜରୁରିକାଳୀନ ସ୍ବାସ୍ଥ୍ୟ ପରିସ୍ଥିତି ବୋଲି ମନେକରାଯାଇଥାଏ। ହିଂସାକୁ ଏକ ସଂକ୍ରାମକ ରୋଗ, ଜନସ୍ବାସ୍ଥ୍ୟ ସମସ୍ୟା ଓ ସ୍ବାସ୍ଥ୍ୟର ଏକ ବିଡ଼ମ୍ବନା ଭାବରେ ସ୍ବୀକୃତି ଦିଆଯିବା ଉଚିତ।
ଏକ ଆକଳନ ଅନୁସାରେ ପ୍ରତିବର୍ଷ ବିଶ୍ୱରେ ୧.୬ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କର ହିଂସାରେ ପ୍ରାଣ ନାଶ ହେଉଛି। ମାନସିକ ବିଭେଦ, ଅସହିଷ୍ଣୁତା, ହିଂସା ଆଦି ଏକ ଏକ ବିଷ, ଯାହା ମଣିଷର ଆତ୍ମାକୁ ପ୍ରଦୂଷିତ କରିଥାଏ ଓ ମଣିଷର ଚତୁଃପାର୍ଶ୍ୱରେ ରହିଥିବା ସମସ୍ତ ସମ୍ପର୍କକୁ ପ୍ରବେଶ କରିପାରେ। ଏହାର ପ୍ରତିଫଳନ ହୋଇଥାଏ ଜଣେ ଅନ୍ୟକୁ ଘୃଣା କରିବା ଓ ଅବିଶ୍ୱାସ କରିବାରେ। ଯେଉଁ ହାତ ଆଘାତ ଦେଇଥାଏ, ସେହି ହାତ ମଧ୍ୟ ସାନ୍ତ୍ୱନା ଦେବାର ସାମର୍ଥ୍ୟ ବହନ କରିଥାଏ। ତାହା କେବଳ ସମ୍ଭବ ହୋଇଥାଏ ମାନସିକ ଭାରସାମ୍ୟ ଓ ସକାରାତ୍ମକ ଚିନ୍ତାଧାରାର ପ୍ରୟୋଗ ହେତୁ। ନିଜ ମଧ୍ୟରେ ଥିବା ଲୁକ୍କାୟିତ କୁଗୁଣଗୁଡ଼ିକ ଯୋଗୁ ମଣିଷ ସହଜରେ ନିଜର ଭୁଲ୍‌କୁ ସ୍ବୀକାର କରିପାରେ ନାହିଁ। କାରଣ ମଣିଷ ସବୁବେଳେ ଭାବିଥାଏ ଭୁଲ୍‌ ସ୍ବୀକାର କରିନେଲେ ନିଜର ସମ୍ମାନ ହାନି ହୋଇଯାଏ ବା କୌଣସି କ୍ଷେତ୍ରରେ ସମର୍ପଣ ବା ସୀକୃତି କରିନେଲେ ସମ୍ମାନରେ ଆଘାତ ଆସିଥାଏ। ମାତ୍ର ତାହା ତାକୁ ସଫଳ କରିବାକୁ ଚେଷ୍ଟା କରିଥାଏ ବୋଲି ମଣିଷ ହୃଦୟଙ୍ଗମ ନ କରି ବରଂ ଅଜଣା ରୋଗରେ ପୀଡ଼ିତ ହୋଇ ନିଜର ବହୁମୂଲ୍ୟ ଜୀବନକୁ ନିଜେ ଧ୍ୱଂସ କରିଥାଏ। ବର୍ତ୍ତମାନ ସମାଜରେ ମଣିଷ ନିକଟରେ ଅନେକ କିଛି ଉପଭୋଗ୍ୟ ବସ୍ତୁ ରହିଛି ଓ ସୁବିଧା ସୁଯୋଗ ମଧ୍ୟ ରହିଛି। ମଣିଷ ତାହାର ସଦ୍‌ବ୍ୟବହାର କରିବା ପାଇଁ ଅନିଚ୍ଛୁକ ଓ ଅସମର୍ଥ। ଫଳତଃ ମଣିଷ କାହାର ଉତ୍କର୍ଷ ବା ପ୍ରତିଷ୍ଠାରେ ଯେତିକି ଆନନ୍ଦ ବା ଖୁସି ନ ହୁଏ, କାହାର କ୍ଷତି ବା ଅସୁବିଧା ହେଲେ ଅଧିକ ଆନନ୍ଦିତ ହୋଇଥାଏ। କାରଣ ବର୍ତ୍ତମାନ ମାନବିକ ଦୃଷ୍ଟିକୋଣ, ମର୍ଯ୍ୟାଦା, ସହନଶୀଳତା, ଧୈଯ୍ୟ ଆଦି ଗୁଣଗୁଡ଼ିକର କ୍ରମଶଃ କମିବା ଜଣାପଡ଼ୁଛି। ମଣିଷକୁ ଯେତେବେଳେ କୌଣସି ଦୁରାରୋଗ୍ୟ ବ୍ୟାଧି ବା ଅଜଣା ରୋଗ ଆକ୍ରାନ୍ତ କରିଥାଏ, ସେତେବେଳେ ତା’ର ମାନସିକ ଅବସ୍ଥା ନିୟନ୍ତ୍ରିତ ନ ଥାଏ। ହେଲେ ବର୍ତ୍ତମାନ ମଣିଷ ନିଜେ ନିଜ ରୋଗ ସୃଷ୍ଟିର କର୍ତ୍ତା। ସନ୍ତୁଳିତ ଆହାର ସହିତ ସୁନିୟନ୍ତ୍ରିତ ଜୀବନଶୈଳୀ ତଥା ସକାରାତ୍ମକ ଦୃଷ୍ଟିକୋଣ ମଣିଷକୁ ଅନେକ କିଛି ପ୍ରଚ୍ଛନ୍ନରେ ପ୍ରଦାନ କରିଥାଏ, ହେଲେ ତାହାର ଗୁରୁତ୍ୱକୁ ଉପଲବ୍ଧି କରିପାରୁନାହିଁ। ତେଣୁ ମଣିଷ ସମାଜ ଶରୀର ରୋଗକୁ ନିୟନ୍ତ୍ରିତ କରିବା ପାଇଁ ଯେଉଁଭଳି ବ୍ୟଗ୍ର ଓ ସଚେତନ, ସେହିଭଳି ନିଜର ମନରୁ, ହୃଦୟରୁ ସୃଷ୍ଟି ହେଉଥିବା ଅଜଣା ରୋଗକୁ ପ୍ରତିହତ ନ କଲେ ସମୟ ଆସିବ ମଣିଷ ସମାଜ ସମ୍ପୂର୍ଣ୍ଣ ଅଜଣା ରୋଗରେ ଆକ୍ରାନ୍ତ ହୋଇଯିବ।
ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର, ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?