Posted inଖେଳ

୯ ବର୍ଷ ପରେ ମିଳିଲା ବଲ୍‌; ଛକା ମାରି ହଜାଇଥିଲେ ଧୋନୀ

ମୁମ୍ବାଇ, ୨୩।୯: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୦୧୧ ଆଇସିସି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଛକା ମାରି ଭାରତକୁ ବିଶ୍ୱ ବିଜେତା କରାଇଥିଲେ। ଧୋନୀ ଛକା ମାରି ଜିତାଇଥିବା ବଲ୍‌ଟି ଗ୍ୟାଲେରୀ ମଧ୍ୟରେ ପଡ଼ିଥିଲା। ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ। ତେବେ ଧୋନୀଙ୍କ ସମ୍ମାନାର୍ଥେ ସେହି ବଲ୍‌କୁ ତାଙ୍କୁ ପ୍ରଦାନ କରିବା ଲାଗି ମୁମ୍ବାଇ କ୍ରିକେଟ୍‌ ଆସୋସିଏଶନ (ଏମ୍‌ସିଏ) ଏବେ ସନ୍ଧାନରେ ରହିଛି। ଏହି ସମୟରେ ଏମ୍‌ସିଏକୁ ସହାୟତା କରିବା ଲାଗି ସୁନୀଲ ଗାଭାସ୍କର ଆଗେଇ ଆସିଛନ୍ତି।
କହିଛନ୍ତି, ସେ ସେହି ବ୍ୟକ୍ତିଙ୍କୁ ଜାଣିଛନ୍ତି, ଯାହା ପାଖକୁ ସେହି ବଲ୍‌ଟି ଯାଇ ପଡ଼ିଥିଲା। ଜଣେ ସାଙ୍ଗଙ୍କ ମାଧ୍ୟମରେ ସେ ସେହି ବଲ୍‌ ରଖିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପାଇଛନ୍ତି। ଏମ୍‌ସିଏରୁ ମିଳିଥିବା ସୂଚନା ଅନୁଯାୟୀ, ଧୋନୀଙ୍କ ସେହି ଛକାଟି ‘ଏଲ୍‌’ ବ୍ଲକର ୨୧୦ ନମ୍ବର ସିଟରେ ପଡ଼ିଥିଲା। ଏହା ସହିତ ସେହି ବ୍ୟକ୍ତିଙ୍କ ନାମ ଏବେ ଜଣାପଡ଼ିଛି, ଯାହାଙ୍କ ନାମରେ ଏହି ସିଟ୍‌ ରିଜର୍ଭ ରହିଥିଲା। ଗାଭାସ୍କର ମଧ୍ୟ କହିଛନ୍ତି ଯେ, ବିଶ୍ୱକପ୍‌ ଫାଇନାଲରେ ସେହି ୨୧୦ ନମ୍ବର ସିଟ୍‌ରେ ବସିଥିବା ବ୍ୟକ୍ତିଙ୍କୁ ସେ ଜାଣିଛନ୍ତି। ସେହି ବ୍ୟକ୍ତିଙ୍କ ପାଖରେ ବଲ୍‌ ରହିଛି। ଏମ୍‌ସିଏ ଏବେ ଗାଭାସ୍କରଙ୍କ ସହାୟତାରେ ସେହି ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ମାସରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଏହାପରେ ଏମ୍‌ସିଏ ଧୋନୀଙ୍କ ସମ୍ମାନାର୍ଥେ ସେହି ବଲ୍‌ ଓ ସିଟ୍‌କୁ ଧୋନୀଙ୍କ ନାମରେ କରିବାକୁ ଚିନ୍ତା କରିଛି। କିନ୍ତୁ ବଲ୍‌ଟି ମିଳି ନ ଥିବାରୁ ଏହା ଏମ୍‌ସିଏ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନରାଇଜର୍ସ ଦଳରେ ନୂଆ ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୧୧।୯: ସନରାଇଜର୍ସ ହାଇଦ୍ରାବଦ୍‌ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଜନ୍ନି ବେଆରଷ୍ଟୋ ଚଳିତ ଆଇପିଏଲ୍‌ ସିଜନର ବଳକା ମ୍ୟାଚ୍‌ରୁ ଓହରି ଯାଇଛନ୍ତି। ତାଙ୍କ ବଦଳରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ...

ବ୍ରିସ୍‌ବେନ୍‌ରେ ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ଅଭ୍ୟାସ

ବ୍ରିସ୍‌ବେନ୍‌,୧୪।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ କ୍ରିକେଟ ଦଳ ବୁଧବାର ବ୍ରିସ୍‌ବେନ୍‌ରେ ଅଭ୍ୟାସ କରିଛି। ସ୍ଥାନୀୟ ଗାବା ଗ୍ରାଉଣ୍ଡରେ ଦଳର ପ୍ରଥମ ଟ୍ରେନିଂ ସେସନରେ ଭାରତୀୟ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି…

ବେଙ୍ଗାଲୁରୁ,୧୭।୪: ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ....

ସେରେନା, ନାଡାଲ, ହାଲେପ ବିଜୟୀ

ଆଡିଲେଡ୍‌, ୩୦ା୧(ଏପି)-ଆଡିଲେଡ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ସେରେନା ଓ୍ବିଲିୟମ୍ସ, ରାଫାଲ ନାଡାଲ ଓ ସିମୋନା ହାଲେପ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର କୋଭିଡ୍‌ ନିୟମ...

ଟି-୨୦ରେ ଏହି ଭାରତୀୟ ବୋଲରଙ୍କ ନାଁରେ ଲଜ୍ଜାଜନକ ରେକର୍ଡ ରହିଛି

କ୍ରିକେଟରେ ତ ଅନେକ ରେକର୍ଡ ସୃଷ୍ଟି ହୁଏ ଏବଂ ଅନେକ ରେକର୍ଡ ଭାଙ୍ଗେ, ହେଲେ ଏମିତି କଛି ରେକର୍ଡ ଅଛି ଯାହାକୁ କୌଣସି ଖେଳାଳି କିମ୍ବା...

ଅଷ୍ଟ୍ରେଲିଆ ଟୁର୍‌:ପରାଜୟ ସହ ଭାରତର ଅଭିଯାନ ଶେଷ

ପର୍ଥ, ୧୮।୫-ଅଷ୍ଟ୍ରେଲିଆ ଟୁର୍‌ରେ ପ୍ରାରମ୍ଭିକ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳ ପରାଜୟ ସହ ଏହାର ଅଭିଯାନ ଶେଷ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ...

ଆଇସିସି ପ୍ଲେୟର ଅଫ ଦି ମନ୍ଥ ହେଲେ ବିରାଟ କୋହଲି, ସିକନ୍ଦର ରାଜା, ଡେଭିଡ ମିଲରଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୭ ।୧୧: ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ(ଆଇସିସି) ଅକ୍ଟୋବର ମାସ ପାଇଁ ପ୍ଲେୟାର ଅଫ୍ ଦ ମନ୍ଥ ପାଇଁ ଆୱାର୍ଡର ଘୋଷଣା କରିଛି । ଏଥର ଏହି...

ଇତିହାସ ରଚିଲେ ମିତାଲି

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ ସେମିଫାଇନାଲ୍‌ରୁ ବାଦ୍‌ ପଡିଛି। ଶେଷ ଲିଗ୍‌ ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ...

Advertisement
Archives

Model This Week