୨ ବଲରେ ୨୭ ରନ ବ୍ୟୟ କଲେ ଏହି ବୋଲର୍‌

ଶାରଜା, ୨୩।୯: ଶାରଜା, ୨୩।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ତମ ସଂସ୍କରଣର ୪ର୍ଥ ମୁକାବିଲାରେ ମଙ୍ଗଳବାର ଗତଥରର ରନର୍ସଅପ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଛକାର ବର୍ଷା ଦେଖିବାକୁ ମିଳିଥିଲା। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍‌ ହରାଇ ୨୧୬ ରନ୍‌ ସଂଗ୍ରହ କରିଥିଲା। ଜବାବରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୦୦ ରନ୍‌ କରିପାରିଥିଲା। ତେବେ ଏହି ମ୍ୟାଚ୍‌ରେ ଚେନ୍ନାଇ ହାରିବାର କାରଣ ଲୁନ୍‌ଗୀ ଏନ୍‌ଗିଡି ରହିଥିଲେ। ସେ ନିଜ କୋଟାର ଅନ୍ତିମ ତଥା ୪ର୍ଥ ଓଭରରେ ମାତ୍ର ୨ଟି ବଲରେ ୨୭ ରନ୍‌ ବ୍ୟୟ କରିଥିଲେ।
ବ୍ୟାଟିଂ କରିଥିବା ରାଜସ୍ଥାନ ୧୯ ଓଭର ସୁଦ୍ଧା ୭ ଉଇକେଟ୍‌ ହରାଇ ୧୮୭ ରନ୍‌ କରିଥିଲା। ଅନ୍ତିମ ଓଭର ବଳକା ଥିବାରୁ ଦଳ ୨୦୦ ରନ୍‌ ଛୁଇଁପାରିବା ନେଇ ଆଶଙ୍କା ରହିଥିଲା। ଅଧିନାୟକ ଧୋନୀ ଏହି ସମୟରେ ଅନ୍ତିମ ଓଭର ବୋଲିଂ ଲାଗି ଏନ୍‌ଗିଡିଙ୍କ ଉପରେ ଭରସା କରିଥିଲେ। ଏହି ଦକ୍ଷିଣ ଆଫ୍ରିକା ବୋଲର ନିଜର ପୂର୍ବ ୩ ଓଭରରେ ୨୫ ରନ୍‌ ବ୍ୟୟ କରିଥିବାରୁ ଧୋନୀ ତାଙ୍କୁ ୨୦ତମ ଓଭର ବୋଲିଂ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ତେବେ ଏନ୍‌ଗିଡିଙ୍କ ପ୍ରଥମ ବଲ୍‌କୁ ରାଜସ୍ଥାନ ବ୍ୟାଟ୍ସମ୍ୟାନ ଜୋଫ୍ରା ଆର୍ଚର ୬ ମାରିଥିଲେ। ସେହିଭଳି ଆର୍ଚରଙ୍କ ୨ୟ ବଲ୍‌କୁ ମଧ୍ୟ ଜୋଫ୍ରା ଛକା ମାରି ବାଉଣ୍ଡରୀ ପାର୍‌ କରାଇଥିଲେ। ଏହାପରେ ଏନ୍‌ଗିଡ଼ି ଲଗାତର ୨ଟି ନୋ ବଲ୍‌ ପକାଇଥିଲେ। ଆର୍ଚର ମଧ୍ୟ ଏହାର ଭରପୂର ଫାଇଦା ଉଠାଇ ୨ଟି ଛକା ହାସଲ କରିଥିଲେ। ଏହାପରେ ଏନ୍‌ଗିଡି ଏକ ଓ୍ବାଇଡ୍‌ ବଲ ପକାଇଥିଲେ। ଫଳରେ ଏହିଭଳି ଭାବେ ସେ ନିଜର ପ୍ରଥମ ୨ଟି ବଲରେ ୨୭ ରନ୍‌ ବ୍ୟୟ କରିଥିଲେ। ଲୁନ୍‌ଗୀଙ୍କ ପରବର୍ତ୍ତୀ ୪ ବଲ୍‌ରୁ ୩ ରନ୍‌ ସଂଗୃହିତ ହୋଇଥିଲା। ଫଳରେ ଏହି ଓଭରରେ ରାଜସ୍ଥାନ ୩୦ ରନ୍‌ ସଂଗ୍ରହ କରିପାରିଥିଲା। ଏଥିସହ ଏନ୍‌ଗିଡି ଆଇପିଏଲ୍‌ ଇତିହାସରେ ୨୦ତମ ଓଭରରେ ସର୍ବାଧିକ ରନ୍‌ ବ୍ୟୟ କରିଥିବା ବୋଲର ଭାବେ ଅଶୋକ ଦିଣ୍ଡାଙ୍କ ସହ ସାମିଲ ହୋଇଛନ୍ତି। ଦିଣ୍ଡା ୨୦୧୭ରେ ୨୦ତମ ଓଭର ବୋଲିଂ କରୁଥିବାବେଳେ ୩୦ ରନ୍‌ ବ୍ୟୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?