Posted inଖେଳ

ବୋଲରଙ୍କୁ ପ୍ରଥମେ ନିୟନ୍ତ୍ରଣ କରୁୁଥିଲେ ଧୋନୀ

ନୂଆଦିଲ୍ଲୀ, ୨୯ା୬ (ପି.ଟି.)-ଭାରତର ପୂର୍ବତନ ପେସ୍‌ ବୋଲର ଇର୍ଫାନ ପଠାନ ବିଶ୍ୱକପ୍‌ ବିଜୟୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ଏକ ନୂଆ କଥା କହିଛନ୍ତି। ସେ କହିଛନ୍ତି ୨୦୦୭ରେ ଧୋନୀ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ସେ ତାଙ୍କ ବୋଲରଙ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। କିନ୍ତୁ ପରେ ୨୦୧୩ ବେଳକୁ ସେମାନଙ୍କ ଉପରେ ଭରସା ରଖିବା ଆରମ୍ଭ କରିଥିଲେ। ୩୫ ବର୍ଷୀୟ ପଠାନ ଧୋନୀଙ୍କ ଅଧୀନରେ ୨୦୦୭ ବିଶ୍ୱକପ୍‌ ବିଜୟୀ ଏବଂ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଦଳର ଅନ୍ୟତମ ସଦସ୍ୟ ଥିଲେ। ଏହି ଦୁଇଟି ଟୁର୍ନାମେଣ୍ଟରେ ଟିମ୍‌ର ବୈଠକ ମାତ୍ର ୫ ମିନିଟ ସମୟରେ ସୀମିତ ରହିଥିଲା ବୋଲି ଚଳିତ ବର୍ଷ ଆରମ୍ଭରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଏହି ବୋଲର ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ଧୋନୀଙ୍କ ମଧ୍ୟରେ କ’ଣ ଏକ ପରିବର୍ତ୍ତନ ସେ ଦେଖିବାକୁ ପାଇଛନ୍ତି ବୋଲି ପଚରାଯିବାରେ ପଠାନ କହିଥିଲେ, ଯୁବ ମହେନ୍ଦ୍ର ସିଂ ଧୋନୀ ୨୦୦୭ରେ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ଉଇକେଟ-କିପିଂ ଏଣ୍ଡ୍‌ରୁ ଉତ୍ସାହ ଓ ଉଦ୍ଦୀପନାର ସହ ଦୌଡ଼ି ଆସି ବୋଲରମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ। ମାତ୍ର ୨୦୧୩ ବେଳକୁ ସେ ବୋଲରମାନଙ୍କୁ ନିୟନ୍ତ୍ରଣ ନ କରି ସେମାନଙ୍କ ସାମର୍ଥ୍ୟ ଉପରେ ଭରସା ରଖିବା ଆରମ୍ଭ କରିଥିଲେ। ସେ ନିଜେ ମଧ୍ୟ ଧୀରସ୍ଥିର ଏବଂ ଶାନ୍ତ ସ୍ବଭାବର ହୋଇଯାଇଥିଲେ। ମ୍ୟାଚ ଜିତିବା ଲାଗି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ ସ୍ପିନରମାନଙ୍କୁ ବୋଲିଂରେ ଲଗାଉଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରୁ ଭାରତର ବିଦାୟ ପରେ ଧୋନୀ କ୍ରିକେଟରୁ ଦୂରେଇ ରହିଛନ୍ତି। ତାଙ୍କୁ ବର୍ତ୍ତମାନ ୩୮ବର୍ଷ ବୟସ। ଆଇସିସିର ସମସ୍ତ ଟ୍ରଫି ଜିତିବାରେ ସେ ହେଉଛନ୍ତି ଏକ ମାତ୍ର ଅଧିନାୟକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri