Posted inଖେଳ

ହିନ୍ଦୁ ଶରଣାର୍ଥୀଙ୍କୁ ସହଯୋଗର ହାତ ବଢ଼ାଇଲେ ଧାଓ୍ବନ

ନୂଆଦିଲ୍ଲୀ, ୪।୭- ମହାମାରୀ କରୋନା ଭାଇରସ ସମୟରେ ଭାରତର ଅନେକ କ୍ରୀଡ଼ାବିତ୍‌ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବାର ଦେଖିବାକୁ ମିଳିଛି। ବହୁପୂର୍ବତନ କ୍ରିକେଟର ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିଂ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଂକୁ ବିପୁଳ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହିକ୍ରମରେ ଭାରାତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଓପନର୍‌ ଶିଖର ଧାଓ୍ବନ ମଧ୍ୟ ପଛରେ ପଡ଼ିନାହାନ୍ତି। ଶନିବାର ଧାଓ୍ବନ କିଛି ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଜାତୀୟ ରାଜଧାନୀର ଆଦର୍ଶ ନଗରଠାରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କ ଏକ କ୍ୟାମ୍ପ୍‌ ରହିଛି। ଧାଓ୍ବନ ଏହି କ୍ୟାମ୍ପ୍‌କୁ ଯାଇ ଲୋକଙ୍କୁ ଶୋଇବା ଲାଗି ବିଭିନ୍ନ ସାମଗ୍ରୀ ଓ ଟଏଲେଟ ସମେତ ଛୋଟ ପିଲାଙ୍କୁ କ୍ରିକେଟ୍‌ କିଟ୍‌ ପ୍ରଦାନ କରିଥିଲେ। ସେହିଭଳି କରୋନା ସମୟରେ କେଉଁଭଳି ସାମାଜିକ ଦୂରତ୍ୱ ଅବଲମ୍ବନ କରାଯିବ ସେ ବିଷୟରେ ମଧ୍ୟ ଲୋକଙ୍କୁ ବୁଝାଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଧାଓ୍ବନଙ୍କୁ ବେଶ୍‌ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗ୍ରାଣ୍ଟ ଇଲିଅଟଙ୍କ ଛକା ସ୍ମୃତିରେ ସବୁଜ ରଙ୍ଗର ଚେୟାର

ନ୍ୟୁଜିଲାଣ୍ଡର ଐତିହାସିକ ଇଡେନ ପାର୍କରେ ରହିଛି ଏକ ଭିନ୍ନ ରଙ୍ଗର ଚେୟାର। ଷ୍ଟାଡିୟମର ସମସ୍ତ ଚେୟାର ରଙ୍ଗ ଧୂସର ହୋଇଥିବାବେଳେ ଗୋଟିଏ ଚେୟାରକୁ ସବୁଜ ରଙ୍ଗ...

ଚତୁଃରାଷ୍ଟ୍ରୀୟ ମହିଳା ହକି: ସ୍କଟ୍‌ଲାଣ୍ଡକୁ ହରାଇଲା ଭାରତ

ଡବ୍‌ଲିନ୍‌, ୩ା୬ (ପି.ଟି.)-ଏଠାରେ ଚାଲିଥିବା ୨୧ବର୍ଷରୁ କମ୍‌ କ୍ୟାଣ୍ଟର ଫିଜରଲାଡ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସୋମବାର ମ୍ୟାଚ୍‌ରେ ସ୍କଟଲାଣ୍ଡକୁ...

ବିଜୟ ହଜାରେ ଟ୍ରଫି: ସଞ୍ଜୁ ସାମସନଙ୍କ ଦ୍ୱିଶତକ

ଅଲୁର,୧୩।୧୦- ଏଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିର ଦିନିକିଆ ଟୁର୍ନାମେଣ୍ଟରେ ଗୋଆ ବିପକ୍ଷ ମ୍ୟାଚ୍‌ରେ କେରଳର ସଞ୍ଜୁ ସାମସନ ଦ୍ୱିଶତକ ହାସଲ କରିଛନ୍ତି। ସେ ୧୨୯...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଉଦ୍‌ଘାଟିତ

ଗୁଆହାଟୀ, ୧୧ା୧ : ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଆକର୍ଷଣୀୟ ଉଦ୍‌ଘଟନୀ ଉତ୍ସବକୁ ଷ୍ଟାଡିୟମରେ ଉପସ୍ଥିତ...

ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶ୍‌ବୀ

କାଡପା (ଆନ୍ଧ୍ର ପ୍ରଦେଶ),୨୬ା୨-ସ୍ଥାନୀୟ କେଏସ୍‌ଆର୍‌ଏମ୍‌ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ଅରୁଣାଚଳ ପ୍ରଦେଶ ବିପକ୍ଷ ୧୯ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ ଟ୍ରଫିର ଏକ ମ୍ୟାଚରେ ଚଣ୍ଡିଗଡ...

ସ୍ମିଥ୍‌ଙ୍କୁ ତୃତୀୟ ଆଲାନ ବର୍ଡର ପଦକ

ମେଲବୋର୍ନ, ୭ା୨(ପି.ଟି.)-ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ତୃତୀୟ ଥର ଆଲାନ ବର୍ଡର ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବିଭାଗରେ ବେଥ୍‌ ମୁନି ପ୍ରଥମ ଥର ପାଇଁ...

୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ସ ମେଡାଲ

ଟୋକିଓ,୫।୮: ଦୀର୍ଘ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ହକିରେ ପୁଣି ପଦକ ଜିତିଛି। ପୁରୁଷ ହକିରେ ଭାରତକୁ ଐତିହାସିକ ବିଜୟ ହୋଇଛି। ଜର୍ମାନୀକୁ ହରାଇ...

‘ଆଶା କରୁଛି, ଚେନ୍ନାଇରେ ଅନ୍ତିମ ଟି୨୦ ଖେଳିବି’

ଚେନ୍ନାଇ,୨୦।୧୧: ଚେନ୍ନାଇରେ ଅନ୍ତିମ ଟି୨୦ ଖେଳିବାକୁ ଚାହେଁ। କିନ୍ତୁ ଏଥିଲାଗି ବର୍ଷେ ଲାଗିବ କି ୫ ବର୍ଷ ସମୟ ଲାଗିବ କହିହେବ ନାହିଁ। ଆଇପିଏଲ ଭବିଷ୍ୟତ...

Advertisement
Archives

Model This Week