Posted inUncategorized

୨ଜି ଜୈବ ଇଥାନଲ ବିଶୋଧନାଗାର କାମର ଫଟୋ ପୋଷ୍ଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର,୩ା୨(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ଠାରେ ବିପିସିଏଲ୍‌ ଦ୍ୱାରା ପ୍ରତିଷ୍ଠା ହେଉଥିବା ୨ଜି ଜୈବ ଇଥାନଲ ବିଶୋଧନାଗାରର ଅଗ୍ରଗତି କାର୍ଯ୍ୟର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଧର୍ମେନ୍ଦ୍ର ଟୁଇଟ୍‌ରେ ଉଲ୍ଲେଖକରି କହିଛନ୍ତି, ଜୈବ ବିଶୋଧନାଗାରର ନିର୍ମାଣ କାମ ଅଗ୍ରଗତି ହେଉଛି। ଏହି ପ୍ଲାଣ୍ଟ ଆରମ୍ଭ ହେଲେ ପଶ୍ଚିମ ଓଡ଼ିଶାର ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ। ବରଗଡ଼ ୨ଜି ଜୈବ ବିଶୋଧନାଗାର ୱେଷ୍ଟ ଟୁ ୱେଲ୍‌ଥକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବ। ରୋଜଗାର ଏବଂ ସ୍ବରୋଜଗାରର ସୁଯୋଗ ସୃଷ୍ଟି ହେବ। ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ସବୁଜ ଇନ୍ଧନକୁ ପ୍ରୋତ୍ସାହନ ଦେବା ସଙ୍ଗେ ସଙ୍ଗେ ଓଡ଼ିଶାକୁ ଆତ୍ମନିର୍ଭର କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାକୁ ସାକାର କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri