ଅଭିଯୁକ୍ତଙ୍କ ସହପାଠୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ପଚରାଉଚରା

ବ୍ରହ୍ମପୁର ଅଫିସ,୩ା୨:ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ବ୍ରହ୍ମପୁର ପୈତୃକ ବାସଭବନ, ଭଡ଼ା ଘର ଓ ତାଙ୍କ ସହପାଠୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗତ ତିନିଧରି ପର୍ଯ୍ୟାୟକ୍ରମେ ପଚରାଉଚରା ଜାରି ରଖିଛି। ଗୋପାଳକୃଷ୍ଣଙ୍କ ବଡ ଭାଇ ସତ୍ୟନାରାୟଣ ୪୮ ଘଣ୍ଟା ହେଲା କ୍ରାଇମ୍‌ବ୍ରାଞ୍ଚ ହେପାଜତରେ ରହିଛନ୍ତି। ଗୁରୁବାର କ୍ରାଇମ୍‌ବ୍ରାଞ୍ଚ ସର୍କିଟ୍‌ ହାଉସ୍‌ରେ ରହି ଅଭିଯୁକ୍ତ ଏଏସ୍‌ଆଇ ଗୋପାଳଙ୍କ ସାଙ୍ଗ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଜେରା କରିଛି। ଗୋପାଳଙ୍କ ସହପାଠୀ ଆଇନଜୀବୀ ପ୍ରଦୀପ ବେହେରାଙ୍କୁ ଡାକି ପଚରାଉଚରା କରିଥିଲା। କେବେ ଏବଂ କେଉଁଠି ମିଶି ପାଠ ପଢୁଥିଲେ। ପଢ଼ିବା ସମୟରେ ଗୋପାଳଙ୍କ ବ୍ୟବହାର ଓ ଆଚରଣ କେମିତି ଥିଲା। ସେ କ’ଣ କରିବାକୁ ଭଲ ପାଉଥିଲେ ଏବଂ ତାଙ୍କର ଲକ୍ଷ୍ୟ କ’ଣ ଥିଲା ବୋଲି ପ୍ରଶ୍ନ କରିଥିଲେ। କେବେ କାହାକୁ କିଛି କହିଛନ୍ତି କି ବୋଲି କ୍ରାଇମ୍‌ବ୍ରାଞ୍ଚ ପଚାରିଥିଲା।
୧୯୮୫ରେ ଖଲ୍ଲିକୋଟ କଲେଜରେ ଗୋପାଳ ମୋ ସହିତ ପଢ଼ୁଥିଲେ। ସେ ଜଣେ ପୋଲିସ ଇନ୍ସପେକ୍ଟର ହେବା ସହ ଭଲ କ୍ରୀଡ଼ାବିତ୍‌ ହେବେ ବୋଲି କହୁଥିବା ସହପାଠୀ ବେହେରା କହିଛନ୍ତି। ଗୋପାଳଙ୍କର ଆଉ କେଉଁଥିରେ ରୁଚି ଥିଲା କି ନାହିଁ ସେ ଉପରେ ମଧ୍ୟ ପ୍ରଶ୍ନ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ତେବେ ଏଏସ୍‌ଆଇ ପଦୋନ୍ନତି ପାଇବା ପରଠୁ ଗୋପାଳଙ୍କର ଏଠାରେ ସେତେଟା ଦେଖାମିଳୁ ନ ଥିଲା। ଅନ୍ୟପକ୍ଷରେ ତାଙ୍କର ବନ୍ଧୁ କହୁଥିବା ଅଭୟ ପାଢୀଙ୍କୁ ମଧ୍ୟ ସର୍କିଟ ହାଉସରେ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଛି । ଏପରିକି ଆଙ୍କୁଲିରେ ଆଉ କିଛି ସମ୍ପର୍କୀୟ ଏବଂ ତାଙ୍କ ଜଣାଶୁଣା ଲୋକଙ୍କୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି। ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଗଠିତ କ୍ରାଇମବ୍ରାଞ୍ଚ ଟିମ୍‌ ଗତ ଦୁଇଦିନ ତଳେ ଅଭିଯୁକ୍ତ ଗୋପାଳଙ୍କ ଆଙ୍କୁଲି ଶିଳ୍ପାଞ୍ଚଳ ଘର ଏବଂ ଜଳେଶ୍ୱରଖଣ୍ଡିରେ ଥିବା ଗୋପାଳଙ୍କ ପୈତୃକ ଘରେ ତଦନ୍ତ କରିବା ପରେ ପରିବାର ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ ମଧ୍ୟ ଉଠାଇ ନେଇଥିଲା କ୍ରାଇମ୍‌ବ୍ରାଞ୍ଚ। ସତ୍ୟଙ୍କଠାରୁ କିଛି ତଥ୍ୟ ପାଇବା ପରେ ପୁଣି ବ୍ରହ୍ମପୁରରେ କ୍ରାଇମ୍‌ବ୍ରାଞ୍ଚର ଜଣେ ଇନ୍ସପେକ୍ଟର ରହି ତଦନ୍ତ ଜାରି ରଖିଛନ୍ତି। ଏମିତିକି ଗୋପାଳ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ଅଛି। ସେଥିରେ କେତେ ଟଙ୍କା ରହିଛି ଏବଂ ବ୍ୟାଙ୍କ୍‌ ଖାତା ଷ୍ଟେଟ୍‌ମେଣ୍ଟ ମଧ୍ୟ ବାହାର କରାଯାଇଛି। ଗୋପାଳଙ୍କ ପରିବାର ଲୋକ ତାଙ୍କୁ ଜଣେ ମାନସିକ ରୋଗୀ କହୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁନି କ୍ରାଇମ୍‌ବ୍ରାଞ୍ଚ। ଫଳରେ ଗୋପାଳ ଚିକିତ୍ସିତ ହେଉଥିବା ପୁରୁଣା ପ୍ରେସ୍‌କ୍ରିପ୍‌ଶନକୁ ମଧ୍ୟ ଯାଞ୍ଚ କରିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚରାଉଚରା କରିଛି। ପରିବାର ଲୋକଙ୍କ ମୋବାଇଲ୍‌ ରେକର୍ଡ ମଧ୍ୟ ଯାଞ୍ଚ ହୋଇଛି। ମନ୍ତ୍ରୀଙ୍କ ହତ୍ୟା ପୂର୍ବରୁ ଏବଂ ପରେ ସେମାନେ କାହା ସହିତ କେତେ ସମୟ କଥା ହୋଇଛନ୍ତି, ସେମାନଙ୍କ ସହ ଏମାନଙ୍କ ସମ୍ପର୍କ କ’ଣ ରହିଛି। ବିଶେଷ କରି ଗୋପାଳଙ୍କ ମୋବାଇଲରୁ କାହା କାହାକୁ ଫୋନ୍‌ ଆସିଛି ଏମିତି ଅନେକ ବିଷୟକୁ ନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଗକୁ ବଢ଼ାଇଛି। ପରିବାର ଲୋକଙ୍କୁ ଗଣମାଧ୍ୟମ ଏବଂ ବାହାରେ କୌଣସି ତଥ୍ୟ ଦେବାକୁ ମନା କରାଯାଇଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri