ବଢ଼ୁଛି ଧାନକିଣା ବିବାଦ

ନୟାଗଡ଼ ଅଫିସ,୨।୧:ନୟାଗଡ଼ ଜିଲାରେ ଧାନକିଣା ଆରମ୍ଭ ହେବାର ଇତିମଧ୍ୟରେ ୧୦ ଦିନ ବିତିଛି। ଜିଲାରେ ୧୬୭ଟି ମଣ୍ଡିରୁ ଏଯାବତ ମାତ୍ର ୫ଟି ମଣ୍ଡି ଖୋଲିଛି ।
ଧାନକିଣାରେ ଚାଷୀର ଅସୁବିଧା ହେବନି ବୋଲି ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ କହୁଥିବାବେଳେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି। ଜଣେ ମିଲରଙ୍କୁ ଦିନକୁ ୮ରୁ ୧୦ଟି ପ୍ୟାକ୍ସରେ ଧାନ କିଣିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜଣେ ମିଲର ଅତିକମ୍‌ରେ ଦିନକୁ ୨ରୁ ୪ଟି ପ୍ୟାକ୍ସରୁ ଧାନ କିଣି ପାରିବ ବୋଲି ମିଲରମାନେ କହୁଛନ୍ତି। ଅଧିକ ଚାପ ଥିବାରୁ ଚାଷୀ ଧାନ ବିକ୍ରି କରିବାରେ ପୁଣି ହଇରାଣ ହେବେ ବୋଲି ଆଗୁଆ ସୂଚନା ମିଳୁଛି ।
ଧାନକିଣା ଶୀଘ୍ର କରିବାକୁ ଦାବି କରି ଚାଷୀମାନେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲୋ ଧାନକିଣାରେ ବିଳମ୍ବ ଓ ଅନ୍ୟାନ୍ୟ ଅସୁବିଧା ହେଲେ ପୁଣିଥରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ ଏଡାଇ ଦିଆଯାଇ ନ ପାରେ। ଅନ୍ୟପକ୍ଷେ କେତେଜଣ ପ୍ୟାକ୍ସ ସମ୍ପାଦକ ମନପସନ୍ଦର ମିଲରଙ୍କୁ ନିଯୁକ୍ତି ଦେବାକୁ ଅଡି ବସିଛନ୍ତି । ଏଣୁ ଧାନକିଣାରେ ପୁଣି ଅସୁବିଧା ମୁଣ୍ଡ ଟେକିବାରେ ଲାଗିଛି । ଜିଲାର ଚଳିତ ଖରିଫ ଋତୁ ୨୦୨୨-୨୩ରେ ଧାନ ମଣ୍ଡିର ଶୁଭାରମ୍ଭ ଗତ ୨୩ ତାରିଖରେ ନୟାଗଡ଼ ଜିଲା ସଦର ମହକୁମାରେ କରାଯାଇ ୬୪.୭୦ କୁଇଣ୍ଟାଲ ଧାନ କିଣା ଯାଇଥିଲା। ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଖଣ୍ଡପଡା ରୋଡର ବହୁବିଧ ପଣ୍ୟଦ୍ରବ୍ୟ ବଜାର ପ୍ରାଙ୍ଗଣରେ ଖୋଲିଥିବା ମଣ୍ଡିକୁ ଉଦ୍‌ଘାଟନ କରିଥିଲେ। ଜିଲାରେ ୧୫୩ ଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ୧୪ଟି ସଂଲଗ୍ନ ମଣ୍ଡିରେ ଧାନ କିଣା ହେବ ବୋଲି କୁହାଯାଇଛି। ଶନିବାର ସୁଦ୍ଧା ୫ଟି ଧାନମଣ୍ଡିରେ ୧୧୯ କୁଇଣ୍ଟାଲ ଧାନ କିଣା ହୋଇଛି ।
୧୪ ଲକ୍ଷ ୨୯ କୁଇଣ୍ଟାଲ
ଧାନ କିଣା ଟାର୍ଗେଟ
ନୟାଗଡ଼ ଜିଲାରେ ଚଳିତ ଖରିଫ ଋତୁରେ ୧୪ ଲକ୍ଷ ୨୯ ହଜାର ୬୩୨.୩୪ କୁଇଣ୍ଟାଲ ଧାନ କିଣା ହେବାକୁ ସରକାର ଟାର୍ଗେଟ କରିଛନ୍ତି ।
ଧାନ କିଣା ଟାର୍ଗେଟ ଜିଲାକୁ ଆସିବା ପରେ ଜିଲାର ୧୭ ମିଲର ଓ ପ୍ୟାକ୍ସ ସମ୍ପାଦକଙ୍କୁ ଧାନ କିଣାର ଟାର୍ଗେଟ ବଣ୍ଟନ କରାଯାଇଛି। ଏଣୁ ଧାନ କିଣାରେ ଚାଷୀ ହଇରାଣ ହେବେ ନାହିଁ ବୋଲି କୁହାଯାଇଛି । ଏନେଇ କୃଷକ ନେତା ରଣଜିତ୍‌ ଦଳବେହେରା କୁହନ୍ତି, ଜିଲାରେ ଧାନ କିଣା ହେଉ ନ ଥିବାରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ କରିଥିଲୁ। ଉପଜିଲାପାଳଙ୍କ ସହ ଆଲୋଚନା ସହ ସ୍ମାରକପତ୍ର ଦେଇଛୁ। ତେବେ ଧାନ କିଣାରେ ଅସୁବିଧା ହେବନି, ପୁଣି ଶୀଘ୍ର ଧାନ କିଣା ହେବ ବୋଲି ପ୍ରତିଶ୍ରୁତି ମିଳିଛି । ପ୍ରତିବର୍ଷ ପ୍ରତିଶ୍ରୁତି ମିଳୁଥିଲେ ହେଁ ଧାନ କିଣାରେ ଅବ୍ୟବସ୍ଥାକୁ ପ୍ରଶାସନ ରୋକି ପାରୁନି। ଚଳିତ ବର୍ଷ କଟ୍‌ନୀଛଟନୀ ବନ୍ଦ ହେବ। ଅଖାବସ୍ତାରେ ଧାନ କିଣା ହେବ। ଟାର୍ଗେଟ ଆସିନି ବୋଲି ଚାଷୀଙ୍କୁ ବାରମ୍ବାର ଦୌଡିବାକୁ ପଡିବ ନାହିଁ ବୋଲି କୁହାଯାଇଛି। ଚାଷୀ ପରିସ୍ଥିତିକୁ ଦେଖି ପଦକ୍ଷେପ ନେବ ବୋଲି ସେ କହିଛନ୍ତି।
ମିଲରଙ୍କ ରହିଛି ସମସ୍ୟା
ମିଲର ସଂଘ ଜିଲା ସଭାପତି ସୁବାସ ପଣ୍ଡା କୁହନ୍ତି, ମିଲର ଧାନ କିଣିବାକୁ ଅରାଜି ନୁହନ୍ତି। ତେବେ ସେମାନଙ୍କ ସମସ୍ୟା ସମାଧାନ ହେବା ଜରୁରୀ।
ଜଣେ ମିଲରଙ୍କୁ ଦିନକୁ ୮ରୁ ୧୦ଟି ପ୍ୟାକ୍ସରୁ ଧାନ କିଣିବାକୁ କୁହାଯାଇଛି । ପୁଣି ଗୋଟିଏ ପ୍ୟାକ୍ସରୁ ଜଣେ ନୁହେଁ ୨ରୁ ୪ ମିଲରଙ୍କୁ ଧାନ କିଣିବାକୁ ନିର୍ଦ୍ଦେଶ ରହିଛି ।
ଜଣେ ମିଲର ଅତି କମରେ ଦିନକୁ ୨ରୁ ୪ଟି ପ୍ୟାକ୍ସରୁ ଧାନ କିଣି ପାରିବ। ଏଣୁ ଆଗକୁ ଏହା ସମସ୍ୟା ହୋଇପାରେ ।
ଯେଉଁ ଚାଷୀ ଅସୁବିଧାରେ ପଡିବେ ସେମାନେ ପ୍ରତିବାଦ କରି ପାରନ୍ତି । ଅନ୍ୟପକ୍ଷେ ଯାନବାହନ ଓ ଡ୍ରାଇଭରଙ୍କ ସମସ୍ୟା ଦେଖା ଦେଇଛି। ଡ୍ରାଇଭରଙ୍କ ଯୋଗୁ ଧାନ କିଣାରେ ଅସୁବିଧା ଦେଖା ଦେଇପାରେ। ଶ୍ରମିକ ସମସ୍ୟା ମଧ୍ୟ ଚିନ୍ତାର କାରଣ ପାଲଟିଛି । ଆମ ପାଖରେ କାମ କରୁଥିବା ଶ୍ରମିକ ଦିନକୁ ୪୦୦ରୁ ୧ ହଜାର ଟଙ୍କା ରୋଜଗାର କରିପାରିବେ ।
ତେବେ ସେତିକି କାମ ବାହାର କଲେ ଦେଢ଼ରୁ ଦୁଇ ଗୁଣା ଟଙ୍କା ବାହାରେ ମିଳୁଛି। ଏଣୁ ଶ୍ରମିକମାନେ ବାହାରକୁ ଚାଲି ଯାଉଛନ୍ତି । ଅପରପକ୍ଷେ ଧାନ ୧ କୁଇଣ୍ଟାଲକୁ ଚାଉଳ କଲେ ସରକାର ଦେଉଛନ୍ତି ୨୦ ଟଙ୍କା । ଏଥିପାଇଁ ବିଦ୍ୟୁତ ଦେୟ ମିଲରକୁ ଦେବାକୁ ପଡୁଛି ୩୫ରୁ ୪୦ ଟଙ୍କା । ଯାହାକି ମିଲରକୁ କଷ୍ଟ ଦେଇଛି । ଏପରି କିଛି ସମସ୍ୟାର ସମାଧାନ ପାଇଁ ଜିଲାପାଳ ଓ ଉପଜିଲାପାଳଙ୍କ ସହ ଆଲୋଚନା କରାଯାଇଛି । ଅଖାବସ୍ତାରେ ଧାନ କିଣିବାକୁ ମିଲର ଅରାଜି ନୁହନ୍ତି। ମିଲରଙ୍କ ସମସ୍ୟା ସମାଧାନ ହେବା ଦରକାର ବୋଲି ସେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ କୁହନ୍ତି, ଚାଷୀ ହଇରାଣ ନ ହେବାକୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।
ଟାର୍ଗେଟ ପାଇଁ ଚାଷୀ ଆଉ ହଇରାଣ ହେବନି । ଅଖା ବସ୍ତାରେ ମିଲର ଧାନ କିଣିବ । କଟନୀ ଛଟନୀ ନ କରିବାକୁ କଡା ତାଗିଦ୍‌ କରାଯାଇଛି । ଜିଲାରେ ଶୀଘ୍ର ଧାନ କିଣିବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି । ଉପଜିଲାପାଳ ଶକ୍ତିକାନ୍ତ ରାୟ କୁହନ୍ତି, ମିଲର କେଉଁ ମଣ୍ଡିରୁ କେତେ ଧାନ କିଣିବେ ସରକାର ନିଷ୍ପତ୍ତି ନେଇଛନ୍ତି । ଧାନ କିଣାକୁ ସ୍ବଚ୍ଛ କରିବାକୁ ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଇଛି ବୋଲି ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?