ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓଙ୍କ ସମ୍ପର୍କ ନାହିଁ : ଏସ୍‌ପି

ପାରଳାଖେମୁଣ୍ଡି,୨୪ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି। ସୌମ୍ୟଙ୍କୁ ଷଡ଼ଯନ୍ତ୍ର କରି ପୋଡ଼ି ହତ୍ୟା କରାଯାଇଛି ଓ ଏଥିରେ ଡିଏଫ୍‌ଓଙ୍କ ସମ୍ପୃକ୍ତି ଥିବା ପରିବାର ଲୋକେ ପ୍ରଥମରୁ ଅଭିଯୋଗ କରି ଆସୁଥିଲେ। ଶୁକ୍ରବାର ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍‌ଚିଟ ଦେଇଛନ୍ତି। ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ସହ ଡିଏଫ୍‌ଓଙ୍କର ସମ୍ପୃକ୍ତି ନାହିଁ। ଏପରିକି ଏସିଏଫ୍‌ଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓ ଯୋଗାଯୋଗ କରୁ ନ ଥିବା କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌)ରୁ ଜଣାପଡ଼ିଛି। ସୌମ୍ୟଙ୍କ ରୋଷେୟା ସହ ଡିଏଫ୍‌ଓଙ୍କର କୌଣସି ସମ୍ବନ୍ଧ ନାହିଁ ବୋଲି ସିଡିଆର୍‌ରୁ ଜଣାପଡ଼ିଛି। ପୋଡିହୋଇଥିବା ସୌମ୍ୟଙ୍କୁ ମେଡିକାଲ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଘଟଣାଦିନ ରାତିରେ ଡିଏଫ୍‌ଓ ଆସିଥିଲେ ବୋଲି ଏସ୍‌ପି କହିଛନ୍ତି। ଅନ୍ୟପକ୍ଷରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ହେଉଛନ୍ତି ବିଦ୍ୟାଭରତୀଙ୍କ ଦୂର ସମ୍ପର୍କୀୟା। ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କଠାରୁ ଖବରପାଇ ମାନବିକତା ଦୃଷ୍ଟିରୁ ସେ ସେଠାକୁ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଅଧିକ ତଦନ୍ତ ଆବଶ୍ୟକ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ କୋଭିଡ୍‌ ଚିକିତ୍ସା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ...

ପୂର୍ବତନ ବିଧାୟକଙ୍କ ଦ୍ୱାରା ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଖଣ୍ଡପଡ଼ା,୧୦ା୬(ସ୍ବ.ପ୍ର.): ଚଳିତ ଶିକ୍ଷାବର୍ଷ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାରେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରଙ୍କୁ ଶନିବାର ଖଣ୍ଡପଡ଼ା ପୂର୍ବତନ ବିଧାୟକ...

ଗାୟତ୍ରୀ କମ୍ପାନୀ ଅଫିସ ସମ୍ମୁଖରେ ଆନ୍ଦୋଳନ: ବାହାର ଜିଲାର ଶ୍ରମିକ ନିୟୋଜିତ ଅଭିଯୋଗ

ଛେଣ୍ଡିପଦା, ୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା କତଡ଼ା ପଞ୍ଚାୟତସ୍ଥିତ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ କମ୍ପାନୀ କରୋନା ସଂକ୍ରମିତ ଜିଲାରୁ ଶ୍ରମିକଙ୍କୁ ଆଣି...

ଆଜି ରାଜ୍ୟରେ ୬୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସବୁଠୁ ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୬,୧୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ବଜ୍ରପାତରେ ୨ ମୃତ , ୨ ଗୁରୁତର

ଆନନ୍ଦପୁର, ୬। ୧୦(ସ୍ବ.ପ୍ର.)- ଆନନ୍ଦପୁର ପୌରପରିଷଦ ପଦ୍ମପୁର ଠାରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ...

ନୋଟ୍‌ ଦେଲେ ନେଗେଟିଭ୍‌

ଅନୁଗୋଳ ଅଫିସ, ୨୦।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ପରୀକ୍ଷାରେ ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ...

ବ୍ରଜରାଜନଗରରେ କିଶୋର ମହାନ୍ତି ଆଗୁଆ

ବ୍ରଜରାଜନଗର,୨୩।୫: ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ ରହିଛନ୍ତି। କିଶୋର ୧୦୬୬୩ ଭୋଟ ପାଇଥିବାବେଳେ...

ନିଖୋଜ ପୁଅର ପତ୍ତା ମିଳୁନି: ପରିବାରବର୍ଗଙ୍କ ରାସ୍ତା ଅବରୋଧ

ରାଇକିଆ,୩।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ଅଲିମାହା ସାହିର ଶୁଭେନ୍ଦୁ ମଲିକ ଗତ ଜାନୁୟାରୀରୁ ନିଖୋଜ ହୋଇଯାଇଛନ୍ତି। ୧୮ ଦିନ ବିତି ଯାଇଥିଲେ ମଧ୍ୟ ନିଖୋଜ...

Advertisement
Archives

Model This Week