ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି ବା ସଂକଳ୍ପ ନିଆଯାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସେହିଦିନ ୪୧ ଡିଗ୍ରୀ ତାପମାତ୍ରା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ହେଲେ ଯେଭଳି ତାତି ଅନୁଭୂତ ହୋଇଥିଲା ତାହା ୫୦ ଡିଗ୍ରୀ ସେଲସିୟସ ବୋଲି କୁହାଗଲା। ଏପରି ତାତି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଲକ୍ଷ୍ୟ କରାଯାଉଛି। ପାଣିପାଗ ଭାଷାରେ ତାହାକୁ ‘ହିଟ୍‌ ଇଣ୍ଡେକ୍ସ’ ବା ତାତି ସୂଚକାଙ୍କ ଦର୍ଶାଯାଉଛି। ବିଶେଷକରି ଏବର୍ଷ ଭାରତବର୍ଷରେ ବିପଜ୍ଜନକ ଗରମ ସ୍ଥିତି ରହିବ ବୋଲି ସତର୍କବାଣୀ ମିଳିଛି, ଯାହାକି ପ୍ରାଣିଜଗତକୁ ଅସ୍ତବ୍ୟସ୍ତ କରିଦେଲାଣି। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଏସବୁ ଘଟୁଛି ବୋଲି କୁହାଯାଉଛି। କୌଣସି ଅଞ୍ଚଳରେ ସବୁଜ ବଳୟ ହ୍ରାସ ପାଇଲେ ସେଠାରେ ଅତ୍ୟଧିକ ଗରମ ଅନୁଭୂତ ହେବା ବିଷୟରେ ସମସ୍ତେ ଜାଣିଛନ୍ତି। ତାହା ସତ୍ତ୍ୱେ ବିକାଶ ନାମରେ ଅବିଚାରିତ ଭାବେ ଗଛକଟା ଜାରି ରହିଛି। ଭାରତର ବିଭିନ୍ନ ରାଜ୍ୟରେ ବଡ଼ ଭିତ୍ତିଭୂମି, ଜାତୀୟ ରାଜପଥ ଏବଂ ଖଣି ପ୍ରକଳ୍ପ ପାଇଁ ବହୁ ପରିମାଣରେ ଗଛ କଟାଯାଉଥିବାରୁ ଜନସାଧାରଣଙ୍କ ଆନ୍ଦୋଳନ ଓ ଆଇନଗତ ଲଢ଼େଇ ବଢ଼ିବାରେ ଲାଗିଛି। କେତେକ ଦୃଷ୍ଟାନ୍ତ ଅବତାରଣା କରାଯାଇପାରେ।
ନିକଟରେ ଓଡ଼ିଶାର ରାୟଗଡ଼ା ଜିଲା ସିଜିମାଳିରେ ବ୍ୟାପକ ବୃକ୍ଷ ଛେଦନ ହେବାରୁ ଆଦିବାସୀମାନେ ତାହାର ପ୍ରତିବାଦ କିଭଳି ଭାବେ କଲେ ତାହା ସମସ୍ତେ ଦେଖିଥିବେ। ସେହିପରି ପଡ଼ୋଶୀ ତେଲଙ୍ଗାନାର ହାଇଦ୍ରାବାଦରେ ମଲ୍ଟି-ଲେଭଲ ‘ଏଚ୍‌-ସିଟି’ ଫ୍ଲାଏଓଭର ପ୍ରକଳ୍ପ ପାଇଁ ରାସ୍ତା ପ୍ରସ୍ତୁତ କରିବାକୁ କାସୁ ବ୍ରହ୍ମାନନ୍ଦ ରେଡ୍ଡୀ (କେ.ବି.ଆର.) ଜାତୀୟ ଉଦ୍ୟାନ ଆଖପାଖରେ ୧,୫୦୦ରୁ ଅଧିକ ଗଛ କଟାଯାଇଥିବା ଖବର ମିଳିଛି। ହାଇଦ୍ରାବାଦର ସବୁଜ ଫୁସ୍‌ଫୁସ୍‌ କୁହାଯାଉଥିବା ଏହି ଅଞ୍ଚଳ ପାଇଁ ନାଗରିକ, ପରିବେଶ ସଙ୍ଗଠନ ଏବଂ ସ୍ଥାନୀୟ ସେଲିବ୍ରିଟିମାନେ ନିକଟରେ ମାନବ ଶୃଙ୍ଖଳ କରିଥିଲେ। ସେଠାରେ କ୍ୟାଣ୍ଡେଲ ଲାଇଟ୍‌ ଶୋଭାଯାତ୍ରା କରାଯିବା ସହ କଟାଯାଇଥିବା ଗଛଗୁଡ଼ିକର ପ୍ରତୀକାତ୍ମକ ଶେଷକୃତ୍ୟ ମଧ୍ୟ କରିଛନ୍ତି। ସାମାଜିକ କର୍ମୀମାନେ ନିକଟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହା ପରେ କୋର୍ଟ ଉଦ୍ୟାନର ସମ୍ବେଦନଶୀଳ ଅଞ୍ଚଳ ଭିତରେ ଗଛ କାଟିବା ଉପରେ ରହିତାଦେଶ ଜାରି କରିଛନ୍ତି। ଅନୁରୂପ ଭାବେ ହିମାଳୟର ପାଦଦେଶ ଉତ୍ତରାଖଣ୍ଡର ଡେରାଡୁନ ଓ ମସୌରୀର ବିକାଶ ନାଁରେ ରାଜ୍ୟରେ ଅନେକ ହଜାର ପୁରୁଣା ଗଛ କଟାଯାଉଛି, ଯେଉଁଥିରେ ଡେରାଡୁନ-ଋଷିକେଶ ରାସ୍ତା ପ୍ରଶସ୍ତୀକରଣ ପାଇଁ ୪,୪୦୦ ଏବଂ କିମାଡି-ମସୌରୀ ରାସ୍ତା ପ୍ରକଳ୍ପ ପାଇଁ ୭୦୦ ରୁ ଅଧିକ ବହୁ ପୁରୁଣା ଗଛ ଅନ୍ତର୍ଭୁକ୍ତ। ପରିବେଶ ସଙ୍ଗଠନଗୁଡ଼ିକର କହିବା ଅନୁଯାୟୀ, ଏହି ଅଞ୍ଚଳରେ ୧୮,୦୦୦ରୁ ଅଧିକ ଗଛ ବଳି ପଡ଼ିସାରିଲାଣି। ଏଠାରେ ମନେପଡ଼େ ଉତ୍ତରାଖଣ୍ଡରୁ ଆରମ୍ଭ ହୋଇଥିବା ଐତିହାସିକ ‘ଚିପ୍‌କୋ ଆନ୍ଦୋଳନ’ କଥା। ସେହି ଭାବନାକୁ ଜାଗ୍ରତ କରି ସ୍ଥାନୀୟ ଅଧିବାସୀମାନେ କଟାହୋଇ ପଡ଼ିରହିଥିବା ଗଛର ଡାଳ ଧରି ମୌନ ପ୍ରତିବାଦର ଆୟୋଜନ କରିଛନ୍ତି। ମହାରାଷ୍ଟ୍ରର ନାସିକ ଏବଂ ପୁଣେରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ନାସିକରେ ୨୦୨୭ କୁମ୍ଭମେଳା ପୂର୍ବରୁ ରାସ୍ତା ପ୍ରଶସ୍ତ କରିବା ପାଇଁ ଗଙ୍ଗାପୁର ରୋଡ୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରାୟ ୫,୦୦୦ରୁ ୬,୦୦୦ ଗଛ କାଟିବାକୁ ଚିହ୍ନଟ କରାଯାଇଛି। ପୁଣେରେ ଗଣେଶଖିଣ୍ଡ ରାସ୍ତା ସମ୍ପ୍ରସାରଣ ପାଇଁ ୫୦୦ରୁ ଅଧିକ ଦେଶୀ ସ୍ଥାନୀୟ ଗଛ କାଟିବା ପାଇଁ ଚିହ୍ନଟ ହୋଇଛି। ନାସିକରେ ପୋଲିସ ଦ୍ୱାରା ଅଟକ ହେବା ପୂର୍ବରୁ ନାଗରିକମାନେ ଗଛ କଟାକୁ ରୋକିବା ପାଇଁ ପୁରୁଣା ବର ଏବଂ ଅଶ୍ୱତ୍ଥ ଗଛ ଉପରକୁ ଚଢ଼ିଯାଇଥିବା ଦେଖିବା ମିଳିଥିଲା । ସେହିପରି ବମ୍ବେରେ ଭରସୋଭା-ଭାୟାନ୍ଦର କୋଷ୍ଟାଲ ଜୋନ୍‌ ପ୍ରୋଜେକ୍ଟ ପାଇଁ ୪୫,୦୦୦ ହେନ୍ତାଳ କଟାଯିବାକୁ ନେଇ ପ୍ରତିବାଦ ଜାରି ରହିଛି। ବନ୍ୟା ରୋକିବାରେ ପ୍ରାକୃତିକ ସୁରକ୍ଷା ପାଚେରି ଭାବେ ଦଣ୍ଡାୟମାନ ଏହି ଗଛଗୁଡ଼ିକ ବିଶେଷ ସହାୟକ ହୋଇଥାଏ। ଏଗୁଡ଼ିକ କଟା ହେଲେ ସେହି ଅଞ୍ଚଳ ଅସୁରକ୍ଷିତ ହୋଇପଡ଼ିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରୁଛନ୍ତି। ଅନୁରୂପ ଭାବେ ଗୋଆ ଟାଉନ୍‌ ଆଣ୍ଡ୍‌ କଣ୍ଟ୍ରି ପ୍ଲାନିଂ (ଟିସିପି) ଆକ୍ଟର ୨୦୨୪ ସଂଶୋଧନ ଯୋଗୁ ସେକ୍ସନ ‘୩୯ଏ’କୁ ବର୍ତ୍ତମାନ ସେହି ରାଜ୍ୟରେ ବ୍ୟାପକ ବିରୋଧ କରାଯାଉଛି। ଗୋଆରେ ନିର୍ମାଣ କାର୍ଯ୍ୟକୁ ବଢ଼ାଇବା ଲାଗି ଜଙ୍ଗଲ ଓ କୃଷିଜମିଗୁଡ଼ିକର ବହୁମାତ୍ରାରେ କିସମ ବଦଳାଇ ଦିଆଯାଉଥିବାରୁ ପରିବେଶ ଘୋର କ୍ଷତି ହେବା ଆଶଙ୍କା ନେଇ ବିକ୍ଷୋଭ ଓ ଆନ୍ଦୋଳନ ଲାଗିରହିଛି। ରାଜସ୍ଥାନ ଥର ମରୁଭୂମିରେ ବ୍ୟାପକ ବାଣିଜି୍ୟକ ସୌର ଶକ୍ତି ପାର୍କ ନିର୍ମାଣ ପାଇଁ ପବିତ୍ର କୁହାଯାଉଥିବା ଖେଜ୍ରି ଗଛଗୁଡ଼ିକୁ ବଡ଼ ଆକାରରେ କଟାଯାଉଥିବାରୁ ଏହା ବିରୋଧରେ ସ୍ଥାନୀୟ ଲୋକ ଏବଂ ପରିବେଶ କର୍ମୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଗ୍ରେଟ୍‌ ନିକୋବର ଦ୍ୱୀପଠାରେ ହେବାକୁ ଥିବା ମେଗା ଟ୍ରାନ୍ସସିପ୍‌ମେଣ୍ଟ ବନ୍ଦର ପ୍ରକଳ୍ପକୁ ବିରୋଧ କରି ସାରା ଦେଶରେ ବ୍ୟାପକ ଜନଅସନ୍ତୋଷ ଏବଂ ରାଜନୈତିକ ଭିଡ଼ାଓଟରା ଚାଲିଛି। ପରିବେଶବିତ୍‌ କହିଛନ୍ତି ଯେ, ଏହି ପ୍ରକଳ୍ପ ଯୋଗୁ ଦ୍ୱୀପର ପ୍ରାୟ ୧୦ ଲକ୍ଷ ପ୍ରାକୃତିକ ଓ ପୁରାତନ ଗଛ ନଷ୍ଟ ହୋଇଯିବ। ଏଥିସହିତ ଆରାବଳିର ସଙ୍କଟ ବିଷୟରେ ଅନେକ ଆଲୋଚନା ଜାରି ରହିଛି। ଆରାବଳି ପ୍ରାୟ ଦୁଇ ଶହ କୋଟି ବର୍ଷର ପ୍ରାକୃତିକ ପାହାଡ଼ ପର୍ବତ ଘେରା ଅଞ୍ଚଳ। ଖଣି ଓ ପଥର ଖନନ ସହ ନିର୍ମାଣ କାର୍ଯ୍ୟକୁ ସୁରୁଖୁରୁରେ କରିବା ଲାଗି ତାହାର ସଂଜ୍ଞା ବଦଳାଇ ଦିଆଯାଇଥିଲା। ବ୍ୟାପକ ପ୍ରତିବାଦ ଓ ଆଇନଗତ ନିର୍ଦ୍ଦେଶକୁ ନେଇ ବହୁ ପ୍ରତିବାଦ ହେଉଛି।
ଦେଶବ୍ୟାପୀ ଜନସାଧାରଣ ପରିବେଶ ସୁରକ୍ଷାକୁ ନେଇ ସ୍ବର ଉତ୍ତୋଳନ କରିବା ସହ ବିଭିନ୍ନ ଶୈଳୀରେ ପ୍ରତିବାଦ ଜାରି ରଖିଛନ୍ତି। ତଥାପି ଜନଅସନ୍ତୋଷକୁ ବେଖାତିର କରି କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ତଥାକଥିତ ବିକାଶ ଓ ଶିଳ୍ପ ପ୍ରତିଷ୍ଠା ନାଁରେ ଜଙ୍ଗଲ ଓ ପରିବେଶକୁ ନଷ୍ଟ କରିବା ଦିଗରେ ଦ୍ରୁତଗତିରେ ମାଡ଼ି ଚାଲିଛନ୍ତି। ତାହାର ଭୟଙ୍କର ପରିଣାମ ଯାହା ଏବେ ସମସ୍ତେ ଅନୁଭବ କରୁଛନ୍ତି ତାହା ହେଲା ଅସହ୍ୟ ଗୀଷ୍ମପ୍ରବାହ, ବୃଦ୍ଧି ପାଉଥିବା ପ୍ରଦୂଷଣ ଏବଂ ବିଭିନ୍ନ ସ୍ଥାନରେ ଜଳର ଘୋର ଅଭାବ। ନୀତି ନିର୍ଦ୍ଧାରକମାନେ ବୁଝିଯିବା ଦରକାର ଯେ, ଜନସାଧାରଣଙ୍କ ଏ ଦିଗରେ ସଚେତନତା ବଢ଼ିଲାଣି। ପରିସ୍ଥିତିର ଗମ୍ଭୀରତାକୁ ବୁଝି ସରକାର ସବୁ ନୀତିରେ ପରିବେଶ ଚିନ୍ତାକୁ ମୂଳରେ ରଖିବାର ସମୟ ଆସିଲାଣି। ନଚେତ୍‌ ବିକାଶ କଥା ଚିନ୍ତା କଲା ବେଳକୁ ଭବିଷ୍ୟତ ଧୂଳିସାତ୍‌ ହୋଇଯାଇଥିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

ଛାତ୍ରମାନଙ୍କୁ ପିଟିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଅମିତ ଶାହାଙ୍କୁ ଚିଠି ଲେଖି ରାହୁଲ ପଚାରିଲେ ଏମିତି ତୀକ୍ଷ୍ଣ ପ୍ରଶ୍ନ

ନୂଆଦିଲ୍ଲୀ,୨୬ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ,…

ସୌରମଣ୍ଡଳ ବାହାରେ ଚନ୍ଦ୍ର: ପ୍ରଥମ ଥର ପାଇଁ ମିଳିଲା ସମ୍ଭାବ୍ୟ ବାହ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ

ନୂଆଦିଲ୍ଲୀ,୨୬ା୭(ପି.ଟି.): ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ସୌରମଣ୍ଡଳ ବାହାରେ ସମ୍ଭାବ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ ପାଇଛନ୍ତି। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ଗବେଷଣା ତଥ୍ୟରୁ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଇସ୍ତଫା ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୬ା୭ (ପି.ଟି.) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା…

ଦୁଇ ଦିନ ପୂର୍ବରୁ ହିଁ ନିଶ୍ଚିତ ହୋଇ ସାରିଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା! ଜାଣନ୍ତୁ କିଭଳି ଲେଖାଯାଇଥିଲା…

ନୂଆଦିଲ୍ଲୀ,୨୫।୭: NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କ ସହ ଆଲୋଚନା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ‘କକ୍ରୋଚ୍ ଜନତା ପାର୍ଟି’ (CJP)…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ବଡ଼ ଖବର: ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ,୨୫।୭: ବଡ଼ ଘୋଷଣା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଶିକ୍ଷାମନ୍ତ୍ରୀ ଘୋଷଣା କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ସହିତ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri