Posted inTrending, ଖେଳ

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, BCCIକୁ ଇସ୍ତଫା ପତ୍ର ପଠାଇଲେ….

ନୂଆଦିଲ୍ଲୀ,୧୧ା୯: ଆଫଗାନିସ୍ତାନ ବିପକ୍ଷ T୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ସପୋର୍ଟ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର ଫିଜିଓ କମଲେଶ ଜୈନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ BCCI ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ଔପଚାରିକ ଭାବେ ଗ୍ରହଣ କରିନାହିଁ । କ୍ରିକ୍‌ବଜ୍‌ ଅନୁସାରେ, ଜୈନ ବର୍ତ୍ତମାନ ୩ ମାସର ନୋଟିସ୍ ପିରିୟଡ୍‌ରେ ଅଛନ୍ତି ।

କମଲେଶ ଜୈନ ବର୍ତ୍ତମାନ ଦିଲ୍ଲୀରେ ଟିମ୍ ଇଣ୍ଡିଆ ସହ ଅଛନ୍ତି । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆସନ୍ତା ସେପ୍ଟେମ୍ବର ୧୩, ୧୫ ଓ ୧୭ ତାରିଖରେ ୩ଟି T20I ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ତିନୋଟି ମ୍ୟାଚ୍‌ର ସ୍ଥାନ ଦିଲ୍ଲୀ ରହିଛି । କମଲେଶ ଜୈନଙ୍କ ଇସ୍ତଫା ଗତ କିଛି ଦିନ ମଧ୍ୟରେ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍‌ରେ ତୃତୀୟ ବଡ଼ ପରିବର୍ତ୍ତନ ବୋଲି ଦେଖାଯାଉଛି। ତାଙ୍କ ପୂର୍ବରୁ ସହକାରୀ କୋଚ୍ ରାୟନ୍ ଟେନ୍ ଡୋଇଶେ ଏବଂ ଫିଲ୍ଡିଂ କୋଚ୍ ଟି. ଦିଲୀପ ମଧ୍ୟ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ଛାଡ଼ିଛନ୍ତି । ରାୟନ୍ ଟେନ୍ ଡୋଇଶେ ପରେ କୋଲକାତା ନାଇଟ୍ ରାଇଡର୍ସ ସହ ଯୋଡ଼ି ହୋଇଥିବା ରିପୋର୍ଟ ରହିଛି।

ରିପୋର୍ଟ ଅନୁସାରେ, ଅଧିକ ଯାତ୍ରା ଏବଂ ପାରିବାରିକ ଦାୟିତ୍ୱ ଯୋଗୁଁ କମଲେଶ ଜୈନ ଟିମ୍ ଇଣ୍ଡିଆର ଫିଜିଓ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ଏନେଇ BCCI ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । କମଲେଶ ଜୈନ ଜୁନ୍ ୨୦୨୨ରେ ଟିମ୍ ଇଣ୍ଡିଆର ଫିଜିଓ ଭାବେ ସାମିଲ ହୋଇଥିଲେ। ସେ ସମୟରେ ରାହୁଲ ଦ୍ରାବିଡ୍ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିଲେ। ଏହା ପୂର୍ବରୁ ଜୈନ ପ୍ରାୟ ୧୦ ବର୍ଷ କୋଲକାତା ନାଇଟ୍ ରାଇଡର୍ସର ସପୋର୍ଟ ଷ୍ଟାଫ୍‌ର ଅଂଶ ଥିଲେ ଏବଂ ୨୦୨୦ରେ ଦଳର ହେଡ୍ ଫିଜିଓ ହୋଇଥିଲେ।

ଟିମ୍ ଇଣ୍ଡିଆ ସହ ପ୍ରାୟ ସାଢ଼େ ୪ ବର୍ଷ କାମ କରିବା ପରେ ଏବେ ସେ ବିଦାୟ ନେବାକୁ ଯାଉଛନ୍ତି। ତାଙ୍କ ନୋଟିସ୍ ପିରିୟଡ୍ ଶେଷ ହେବା ପରେ ହିଁ ଟିମ୍ ଇଣ୍ଡିଆରୁ ତାଙ୍କ ଔପଚାରିକ ବିଦାୟ ହେବ ବୋଲି ଜଣାପଡ଼ିଛି। ଆଫଗାନିସ୍ତାନ ବିପକ୍ଷ ଆଗାମୀ T20 ସିରିଜ୍‌ ପୂର୍ବରୁ ସପୋର୍ଟ ଷ୍ଟାଫ୍‌ରେ ଲଗାତାର ଏହି ପରିବର୍ତ୍ତନ ଟିମ୍ ଇଣ୍ଡିଆକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ବଢ଼ାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ଜିତିବା ପରେ ଖୁସିରେ ଗଦ୍‌ଗଦ୍‌ ହୋଇଗଲେ ବୈଭବ, ଶାମିଙ୍କୁ ଦେଲେ ବଡ଼ ଉପହାର: ଦେଖିକି ଭାବପୂର୍ଣ୍ଣ ହୋଇଗଲେ…

ନୂଆଦିଲ୍ଲୀ , ୧୧।୯: ମ୍ୟାଚ ଜିତିବା ପରେ ପଡ଼ିଆରେ ହେଉଥିବା ସେଲିବ୍ରେଶନ ଯେତିକି ଖାସ, ତାଠାରୁ ଅଧିକ ସ୍ମରଣୀୟ ହୋଇଥାଏ ଡ୍ରେସିଂ ରୁମ୍‌ର ଖୁସିର ମୁହୂର୍ତ୍ତ। ଦୀର୍ଘ…

ବଡ଼ ସଫଳତା, ନାଗ-ଅହିରାଜ ବିଷକୁ ମାତ୍‌ ଦେବ ଲାବ୍‌ର ଆଣ୍ଟିଭେନମ୍‌!

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ନାଗ, ଅହିରାଜ ଭଳି ସାପ ବିଷ ବିରୋଧରେ ସଂଗ୍ରାମ ପାଇଁ ଗବେଷକମାନେ ଏକ ନୂତନ ଲାବ୍‌-ନିର୍ମିିତ ‘ରିକମ୍ବିନାଣ୍ଟ ଆଣ୍ଟିଭେନମ୍‌’ ପ୍ରସ୍ତୁତ କରିଛନ୍ତି। ମୂଷାଙ୍କ…

ଗଠନ ହେଲା ବଡ଼ ବଡ଼ ରାଜଯୋଗ: ଆଜିଠୁ ୫ ରାଶିଙ୍କ ସୁବର୍ଣ୍ଣ ସମୟ, ନିବେଶରୁ ମିଳିବ ଆଶାଠାରୁ ଅଧିକ ଲାଭ

ଭୁବନେଶ୍ୱର: ସେପ୍ଟେମ୍ବର ୧୧, ୨୦୨୬ ଶୁକ୍ରବାର ଭାଦ୍ରବ ଅମାବାସ୍ୟା। ପଞ୍ଚାଙ୍ଗ ଅନୁସାରେ ଏହି ଦିନ ବୃଷଭୋତ୍ସବ ପାଳନ କରାଯାଏ। ଏଥିସହ ଦ୍ୱିତୀୟ ଚାତୁର୍ମାସର ୧୯ତମ ଦିନ ମଧ୍ୟ…

ପ୍ରବଳ ବର୍ଷା-ବିଦ୍ୟୁତ କାଟ ସତ୍ତ୍ୱେ ଭୀମଭୋଇ ଭିନ୍ନକ୍ଷମ ଶିବିର: ଟର୍ଚ୍ଚ ଆଲୁଅରେ ସେବା ଯୋଗାଇଲେ ଡାକ୍ତର

ଥୁଆମୂଳ ରାମପୁର,୧୧।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଲଗାଣ ବର୍ଷା ସତ୍ତ୍ୱେ ୧୭୪…

ଧର୍ମଶାଳାରେ ଅବକାରୀ ବିଭାଗ ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ମିଳିତ ଚଢ଼ାଉ: ଟ୍ୟୁବ୍‌ ଭିତରୁ ୪୦୦ ଲିଟର ଦେଶୀ ମଦ ଜବତ

ଧର୍ମଶାଳା,୧୧ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅବକାରୀ ବିଭାଗ ଅନ୍ତର୍ଗତ ଦେଓଦା ଗାଁରେ ଶୁକ୍ରବାର ସକାଳୁ ଅଚାନକ ଚଢ଼ାଉ କରାଯାଇଛି । ଅବକାରୀ ବିଭାଗ ଓ…

କୋରାପୁଟ ଜିଲାରେ ୪୭୭ ମିମି ବର୍ଷା: କୁନ୍ଦ୍ରାରେ ସର୍ବାଧିକ ୫୯ ମିମି

କୋରାପୁଟ,୧୧ା୯(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବ୍ଲକ୍‌ରେ ଶୁକ୍ରବାର ୪୭୭ ମିମି ବର୍ଷା ରେକର୍ଡ ହୋଇଛି । ଜିଲାର କୁନ୍ଦ୍ରା ବ୍ଲକ୍‌ରେ ସର୍ବାଧିକ ୫୯ ମିମି ବର୍ଷା…

ଫାଇନାଲରେ ଭାରତ: ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ

ଦୁବାଇ,୧୧/୯: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ବାଂଲାଦେଶକୁ ୪୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ…

ମାନବିକତାର ପରିଚୟ ଦେଲେ ଜିଲାପାଳ: ବଢୁଛି ଚର୍ଚ୍ଚା

ନୂଆପଡ଼ା,୧୧ା୯ (ମକାରୁ ବେମାଲ):ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ମେଡିକାଲ ପଠାଇ ମାନବିକତାର ପରିଚୟ ଦେଇଛନ୍ତି ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ। ଗୁରୁବାର ଅପରାହ୍ନରେ ଜିଲା ଅଦାଲତ ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri