ଶାଗୁଆନ କାଠ ଗାଡ଼ି ଛାଡ଼ି ମାଫିଆ ଫେରାର, ପାଟ୍ରୋଲିଂ ସମୟରେ ବନ କର୍ମଚାରୀ ଅଟକାଇବାରୁ…

ମୋହନା,୧୦ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ ପିକଅପ୍‌ ଗାଡ଼ିରୁ ୪୨ ଖଣ୍ଡ ଚୋରା ଶାଗୁଆନ କାଠ ଜବତ ହୋଇଥିବା ବେଳେ ବନ ବିଭାଗର ଚଢ଼ାଉ ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚୋରା ଚାଲାଣକାରୀ ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ରାତ୍ରି ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ନାରଙ୍ଗୀ ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଏକ ପିକଅପ୍‌କୁ ବନ ବିଭାଗର ଟିମ୍‌ ଅଟକାଇଥିଲା। ଗାଡ଼ି ଅଟକିବା ମାତ୍ରେ ଏଥିରେ ଥିବା ଡ୍ରାଇଭରଙ୍କ ସମେତ କିଛି ଯୁବକ ଗାଡ଼ି ଛାଡ଼ି ନିକଟସ୍ଥ ଜଙ୍ଗଲକୁ ଫେରାର ହୋଇଯାଇଥିଲେ।

ପରେ ଗାଡ଼ିଟିକୁ ଯାଞ୍ଚ କରିବାରୁ ସେଥିରୁ ବେଆଇନ ଭାବେ ଚାଲାଣ ହେଉଥିବା ୪୨ ଖଣ୍ଡ ଶାଗୁଆନ କାଠ ଜବତ ହୋଇଥିଲା। ଜବତ କାଠର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବନଖଣ୍ଡ ଅଧିକାରୀ କେ. ନାଗରାଜୁଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଚନ୍ଦ୍ରଗିରି ଫରେଷ୍ଟର ଗଣେଶ ପ୍ରଧାନ, ବନରକ୍ଷୀ ସୂର୍ଯ୍ୟକାନ୍ତ ବାରିକ ଓ ୟୁ. ସୂର୍ଯ୍ୟପ୍ରକାଶଙ୍କ ମିଳିତ ଟିମ୍‌ ଏହି ଚଢ଼ାଉ କରିଥିଲେ। ବନ ବିଭାଗ ପକ୍ଷରୁ ଶାଗୁଆନ କାଠ ସହ ମ୍ୟାକ୍ସ ପିକଅପ (ଓଡି-୦୭ ଏମ୍‌-୧୩୬୨)କୁ ଜବତ କରାଯାଇଛି। ଏହି ଚୋରା ଚାଲାଣ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍‌ ଭିତରେ ଥିବା ସମୟରେ…

ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି।…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

ମାଲିକ ଭଳି ବ୍ୟବହାର କରୁଛନ୍ତି ରାହୁଲ ଦ୍ରାବିଡ଼…ଲଗାତର ୫ ମ୍ୟାଚ୍‌ ହାରିବା ପରେ କୋଚ ଦେଲେ ବଡ଼ ବୟାନ୍‌

ନୂଆଦିଲ୍ଲୀ,୧୧।୯: ୟୁରୋପିଆନ ଟି-୨୦ ପ୍ରିମିୟର ଲିଗ (ETPL) ରେ ରାହୁଲ ଦ୍ରାବିଡ଼ଙ୍କ ଦଳ ‘ଡବ୍ଲିନ ଗାର୍ଡିଆନ୍ସ’ର ଆରମ୍ଭ ଭଲ ହୋଇ ନ ଥିଲା। ଯଦିଓ ଗତ ବୁଧବାର…

ବଡ଼ ପ୍ୟାକେଜ୍‌ ନେଇ ଭାରତ ଆସିଛନ୍ତି ପୁଟିନ: ରୁଷିଆର କେଉଁ ପ୍ରସ୍ତାବକୁ ‘ହଁ’ କହିବ ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପୁଟିନଙ୍କ ଭାରତ ଗସ୍ତ ସମୟରେ ରୁଷିଆର ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଫାଇଟର ଜେଟ…

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

କର୍କଟ ସମେତ ଏହି ରାଶିଙ୍କୁ ଟେନ୍‌ସନ ଦେବେ ମଙ୍ଗଳ: ସମ୍ପର୍କରେ ପଡ଼ିବ ଭଟ୍ଟା! ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି ବୋଲି କୁହାଯାଏ। ସାହସ, ଶକ୍ତି, ଉତ୍ସାହ, କ୍ରୋଧ ଓ ଆକ୍ରମଣାତ୍ମକତାର କାରକ ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଏ। ମଙ୍ଗଳ…

ଉଦ୍ଧାର ଓରାଙ୍ଗଉଟାନଙ୍କୁ ନେଇ PCCFଙ୍କ ବଡ଼ ସୂଚନା, ସ୍ବାସ୍ଥ୍ୟାବସ୍ଥା…

ଭୁବନେଶ୍ୱର,୧୧।୯: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ୫ ଓରାଙ୍ଗଉଟାନ…

ପେନଶନର୍‌ଙ୍କ ପାଇଁ ଖୁସି ଖବର! ଖାତାକୁ ଆସିଲା ୧୨୩୩ କୋଟି ଟଙ୍କା, ଏମିତି ଚେକ୍‌ କରନ୍ତୁ ବାଲାନ୍ସ…

ନୂଆଦିଲ୍‌ଲୀ,୧୧।୯: ପେନଶନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପ୍ରାୟ ୧୦୫.୬୮ ଲକ୍ଷ (୧.୦୫ କୋଟିରୁ ଅଧିକ) ପେନଶନଭୋଗୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri