ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ ଖୋର୍ଦ୍ଧା ପୋଲିସ ଏବଂ ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ବିଶେଷ କରି ଆଗାମୀ ପାର୍ବଣ ଋତୁରେ ଅନ୍ଲାଇନ ଶପିଂ ବୃଦ୍ଧି ପାଉଥିବାରୁ, ନକଲି ଅଫର ଓ ଭୁଆ ଓ୍ବେବ୍ସାଇଟ୍ ମାଧ୍ୟମରେ ଠକେଇ ହେବାର ଅଧିକ ଆଶଙ୍କା ରହିଛି।
ଅଜଣା ଲିଙ୍କ୍ କିମ୍ବା ସନ୍ଦେହଜନକ ଆଟାଚମେଣ୍ଟ ଉପରେ କ୍ଲିକ୍ କରନ୍ତୁ ନାହିଁ। ଗୋଟିଏ ଭୁଲ କ୍ଲିକ୍ ବ୍ୟାଙ୍କ ଖାତା ଖାଲି କରିଦେଇପାରେ।
ନିଜର OTP, PIN, ପାସ୍ଓ୍ବାର୍ଡ କିମ୍ବା ବ୍ୟାଙ୍କିଂ ତଥ୍ୟ କାହା ସହିତ ଶେୟାର କରନ୍ତୁ ନାହିଁ। ଫୋନ ଏବଂ ଆପ୍ଗୁଡ଼ିକୁ ନିୟମିତ ଅପଡେଟ କରନ୍ତୁ ଓ ପ୍ରତ୍ୟେକ ପେମେଣ୍ଟ ଅନୁରୋଧକୁ ଭଲଭାବେ ଯାଞ୍ଚ କରନ୍ତୁ।
ଠକେଇର ଶିକାର ହେଲେ କିମ୍ବା ସନ୍ଦେହଜନକ କାରବାର ଜଣାପଡ଼ିଲେ, ବିଳମ୍ବ ନ କରି ତୁରନ୍ତ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରେ ଅଭିଯୋଗ କରନ୍ତୁ। ସଚେତନ ଓ ସାବଧାନ ରହି ସାଇବର ଠକଙ୍କଠାରୁ ଗୋଟିଏ ପାଦ ଆଗରେ ରୁହନ୍ତୁ।

