ମନ୍ଥରଗତିରେ ଚାଲିଛି ଅଞ୍ଚଳର ବିକାଶ କାର୍ଯ୍ୟ, ଏକାଠି ହୋଇ କାର୍ଯ୍ୟ କରିବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସମିତିର ନବମ ଅଧିବେଶନ ବୈଠକ ସମିତିର ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୈଠକ ଆରମ୍ଭ ପୂର୍ବରୁ ବୈଠକ ସମ୍ପର୍କରେ ବିଡିଓ ପ୍ରୀତିରଞ୍ଜନ ରଥ କହିଥିଲେ। ଏହି ଅଧିବେଶନରେ ଯୋଗଦେଇଥିବା ବିଭିନ୍ନ ପଞ୍ଚାୟତର ସମିତି ସଦସ୍ୟାସଦସ୍ୟ, ସରପଞ୍ଚମାନଙ୍କୁ ବିଡିଓ ରଥ ଅଙ୍ଗବସ୍ତ୍ର ଓ ଡାଏରୀ ପ୍ରଦାନ କରି ସ୍ବାଗତ କରିଥିଲେ। ସେହିପରି ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ, ନିର୍ବାଚନ ପୂର୍ବରୁ ଓ ପରେ ବ୍ଲକ ଅଞ୍ଚଳରେ ବିକାଶ କାର୍ଯ୍ୟ ମନ୍ଥରଗତିରେ ଚାଲିଛି। ଆମେ ବିଭିନ୍ନ ଦଳ, ଜାତି ଧର୍ମ ଓ ସମସ୍ତ ଲୋକପ୍ରତିନିଧିଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ିର ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଅନ୍ୟପକ୍ଷରେ ଜାନୁଆରୀରେ ହେବାକୁ ଥିବା ଶୀତ ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ସହ ଧୂମଧାମ୍‌ରେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି କନ୍ଧମାଳ ଏମ୍‌ପିଙ୍କ ଦାରିଙ୍ଗବାଡି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଜି. ଉଦୟଗିରି ବିଧାୟକଙ୍କ ପ୍ରତିନିଧି ପିଟର ଦିଗାଲ, ୧୦ ନଂ ଜୋନ୍‌ର ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ୧୧ ନଂ ଜୋନର ଜିଲାପରିଷଦ ସଦସ୍ୟା ଦୀପିକା ମାଝୀ ପ୍ରମୁଖ ମଞ୍ଚାସୀନ ରହି ଦାରିଙ୍ଗବାଡ଼ିର ବିକାଶ ପାଇଁ ଆଲୋଚନା କରିଥିଲେ। ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା ପୂର୍ବ ଅଧିବେଶନର ବିବରଣୀ ପଠନ କରିଥିଲେ। ପରେ ସ୍ବାସ୍ଥ୍ୟ ବିଭାଗର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ ବୈଠକରେ କହିଥିଲେ ଯେ, ଯକ୍ଷ୍ମା ରୋଗ ପୁଣି ବୃଦ୍ଧି ପାଇବା ସହ ମ୍ୟାଲେରିଆ, ଫେକେରିଆ ଭଳି ଜ୍ୱର ହେଉଛି। ଏଥିପାଇଁ ସରକାର ଔଷଧୀୟ ମଶାରି ବଣ୍ଟନ କରାଯାଉଛି। ସିମନବାଡ଼ି ସମେତ ଆଉ କିଛି ପଞ୍ଚାୟତରେ ବଣ୍ଟନ ହୋଇପାରି ନ ଥିବା କୁହାଯାଇଛି।

ଏବିଇଓ ଗୋକୁଳାନନ୍ଦ ନାୟକ ବ୍ଲକ ଅଞ୍ଚଳରେ ସରକାରଙ୍କ ଶିକ୍ଷା ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ଚଳିତ ବର୍ଷ ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ। ପୋଷାକ ବଣ୍ଟନ ହୋଇପାରିନି ଜିଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ପୋଷାକ ବଣ୍ଟନ ଦାୟିତ୍ୱ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ନେଇଛନ୍ତି ଅନେକ ସ୍ଥାନରେ ବଣ୍ଟନ ହୋଇନି କି ଯେଉଁଠି ବଣ୍ଟନ ହୋଇଛି। ନିମ୍ନମାନର ପୋଷାକ ବଣ୍ଟନ ନେଇ ସେ ପ୍ରକାଶ କରିଥିଲେ। ଏଥିରେ ବିଡିଓ ରଥ ଉଦ୍‌ବେଗ ପ୍ରକାଶ କରି ଏବିଇଓଙ୍କୁ କହିଥିଲେ ଯେ, ପୋଷାକ ବଣ୍ଟନର ଅଧ୍ୟକ୍ଷ ବିଡିଓ ରହିଥିଲେ ସୁଦ୍ଧା ବିଇଓ କାର୍ଯ୍ୟାଳୟ ପକ୍ଷରୁ କେବେ କହୁ ନ ଥିବା ଉଦ୍‌ବେଗ ପ୍ରକାଶ କରିଥିଲେ। ବିଇଓ କିମ୍ବା ଏବିଇଓମାନେ କେବେ ମଧ୍ୟ କୌଣସି ବିଦ୍ୟାଳୟ ପରିଦର୍ଶନ କରୁ ନ ଥିବା ବେଳେ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷୟିତ୍ରୀଶିକ୍ଷକ ଗୋଟିଏ ସ୍କୁଲରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ବଦଳି କାହିଁକି ହୋଇପାରୁନି ବୋଲି ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ, ତାଜୁଙ୍ଗିଆ ସମିତିସଭ୍ୟ ଅକ୍ଷୟ ନାୟକ ପ୍ରମୁଖ ଅଭିଯୋଗ କରିଥିଲେ। ବିଇଓ କାର୍ଯ୍ୟାଳୟର ଅଧିକାରୀମାନେ କେବଳ ତୋଷରପାତ ପ୍ରତି ଗୁରୁତ୍ୱ ଦେଉଥିବା ଅଭିଯୋଗ ହେବା ସହ ବୈଠକରେ ହଟ୍ଟଗୋଳ ହୋଇଥିଲା। ପରେ ସମନ୍ବିତ ଶିଶୁ ଓ ମହିଳା ବିକାଶ ଯୋଜନାର ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡା ନିଜ ଅଭିଭାଷଣରେ ସୁଭଦ୍ରା ଯୋଜନାରେ ମାର୍ଚ୍ଚ ୮ରେ ତୃତୀୟ କିସ୍ତି ପ୍ରଦାନ କରାଯିବ। ଯେଉଁ ହିତାଧିକାରୀମାନେ ଏହି ଯୋଜନାରେ ବାଦ ପଡ଼ିଛନ୍ତି। ସେମାନଙ୍କ ଇ-କଓ୍ବୋଇସି ଓ ସର୍ଭେ ପରେ ମିଳିବା ସମ୍ଭାବନା ରହିଥିବା କହିଥିଲେ। ବ୍ଲକ ସହକାରୀ କୃଷି ଅଧିକାରୀ ଅସଲେଶା ରଥ ନିଜ ବିଭାଗରେ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇବା ସହ କୃଷି ଓ କୃଷକମାନଙ୍କ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ସମିତିସଭ୍ୟ ଶ୍ୟାମଘନ ପ୍ରଧାନ ଅଭିଯୋଗ କରିଥିଲେ। ଏବେ ଅଞ୍ଚଳରେ ମକା ଚାଷ ପ୍ରବଳ ଭାବେ ହେଉଛି ଚାଷୀ ଫର୍ଟିଲାଇଜର ବ୍ୟବହାର କରି ଜମି ନଷ୍ଟ ହେଉଛି ତେଣୁ ମାଟି ପରୀକ୍ଷା କରି ତୁରନ୍ତ ଜଣାଇବାକୁ ଦାବି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri