ଉଜୁଡ଼ିଯାଉଛି ଚନ୍ଦିର ବଣ

ଖଇରା, ୧୧।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ବେଗୁନିଆ ଗ୍ରାମ ନିକଟରେ ଥିବା ଘଞ୍ଚ ଚନ୍ଦିର ବଣ ଦିନେ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଶିଆଳ ହେଟା ଭଳି ଜୀବଜନ୍ତୁ ବାସ କରୁଥିବା ଏହି ଜଙ୍ଗଲରେ ପଶିବାକୁ ଗ୍ରାମବାସୀ ଭୟ କରୁଥିଲେ। ୫୦ବର୍ଷ ତଳର ଘଞ୍ଚ ଜଙ୍ଗଲ ଆଜି ଉଜୁଡିଯିବାକୁ ବସିଛି। ଏହାର ଶ୍ରୀହୀନ ଅବସ୍ଥାକୁ ଦେଖିଲେ କୌଣସି ପରିବେଶବିତ୍‌ଙ୍କ ମନକୁ ଆନ୍ଦୋଳିତ କରିବ। ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ପୃଥିବୀ ଚିନ୍ତାରେ ପଡିଥିବା ବେଳେ ଏହି ଉଜୁଡା ଜଙ୍ଗଲ ସମୂହ ଗ୍ରାମବାସୀ ଏବଂ ଏହି ଗ୍ରାମରେ ଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ବ୍ୟଥିତ କରିଛି। ପୁଣିଥରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି।
ସ୍ଥାନୀୟ ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ଜିଲା ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ଲେଙ୍କା ଓ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ପରିବେଶବିତ୍‌ ପୂର୍ଣ୍ଣଚନ୍ଦ୍ର ସେଣ୍ଡଙ୍କ ନେତୃତ୍ୱରେ ଗ୍ରାମବାସୀ ଓ ସ୍ଥାନୀୟ ଉ.ପ୍ରା. ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏକଜୁଟ ହୋଇ ଏହି ପରିତ୍ୟକ୍ତ ପଡିଆରେ ପୁଣିଥରେ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଗ୍ରାମମୁଖିଆ ସୁରେନ୍ଦ୍ର ପ୍ରସାଦ ସେଣ୍ଡ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମସେର ସାହା, ପ୍ରଧାନଶିକ୍ଷକ ମୁକେଶ କୁମାର ସାହୁ, ସହକାରୀ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଦେଇ ଓ ପ୍ରତିଭା ମହାନ୍ତି, ସହକାରୀ ଶିକ୍ଷକ ପୈରୁଦ୍ଧିନ ଖାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରୀଛାତ୍ରମାନେ ଉକ୍ତ ପଡିଆରେ ୫ଶହରୁ ଊର୍ଦ୍ଧ୍ୱ ଗଛ ଲଗାଇବା ସହ ତାକୁ ଆବଦ୍ଧ କରିଛନ୍ତି। ପିଲାଦିନେ ଯେଉଁ ସ୍ଥାନକୁ ଯିବା ପାଇଁ ଭୟ ଲାଗୁଥିଲା ଆଜି ସେ ସ୍ଥାନ ବୃକ୍ଷଶୂନ୍ୟ ହୋଇ ଖାଁ ଖାଁ ଲାଗୁଛି। ପୂର୍ବରୁ ଯେତେ ଜାଗା ଥିଲା ତାର ସୀମା ମଧ୍ୟ ଯଥେଷ୍ଟ କମିଯାଇଛି।
ଏଣୁ ଯେତିକି ପ୍ରାନ୍ତର ରହିଛି ପୁଣି ଥରେ ତାର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବନବିଭାଗ ଏଥିରେ ସହଯୋଗ କଲେ ପୁଣିଥରେ ଜଙ୍ଗଲ ସୃଷ୍ଟି ହୋଇପାରିବ ବୋଲି ପ୍ରାକ୍ତନ ଅଧିକାରୀ ଲେଙ୍କା କହିଛନ୍ତି। ଚନ୍ଦିର ବଣ ଭାବେ ପରିଚିତ ଏହି ଗଛଗୁଡିକର ରକ୍ଷଣାବେକ୍ଷଣ ପାଇଁ ସେ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବେ ବୋଲି ପୂର୍ବରୁ ବିଭିନ୍ନ ସ୍ଥାନରେ ଶହ ଶହ ଗଛ ଲଗାଇ ଚର୍ଚ୍ଚାରେ ରହିଥିବା ପ୍ରକୃତି ମିତ୍ର ପୁରସ୍କୃତ ପୂର୍ଣ୍ଣଚନ୍ଦ୍ର ସେଣ୍ଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri