Posted inଖେଳ

ଜିତିବା ସତ୍ତ୍ୱେ ବି ରାଗିଗଲେ ରୋହିତ ଶର୍ମା: କହିଦେଲେ ଏମିତି କଥା

କେପଟାଉନ,୫।୧: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟ ମ୍ୟାଚ ଦେଢ ଦିନରେ ଶେଷ ହୋଇଥିଲା। ଏହି ମ୍ୟାଚ୍‌ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍‌ ମ୍ୟାଚ ଥିଲା। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାତ୍ର ୬୪୨ ବଲରେ ଶେଷ ହୋଇଥିଲା। ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପିଚ ସମ୍ପର୍କରେ ଆଇସିସି ମ୍ୟାଚ ରେଫରିଙ୍କୁ ଟାର୍ଗେଟ କରିଛନ୍ତି। ମ୍ୟାଚ ପରେ ଭାରତୀୟ ଅଧିନାୟକ କହିଛନ୍ତି ଯେ, ତାଙ୍କର ଏପରି ପିଚ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ଭାରତରେ ଯେତେବେଳେ ବଲ ପ୍ରଥମ ଦିନରେ ଟର୍ନ ହୁଏ, ସେତେବେଳେ ଲୋକମାନେ ଅଭିଯୋଗ କରିବା ଉଚିତ୍‌ ନୁହେଁ।
ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ ରୋହିତ ଶର୍ମା କହିଛନ୍ତି, ଏହି ଟେଷ୍ଟରେ କ’ଣ ଘଟିଛି ଏବଂ ପିଚ କିପରି ଖେଳୁଛି ଆମେ ସମସ୍ତେ ଦେଖିଛୁ। ସତ କହିବାକୁ ଗଲେ ଏଭଳି ପଚ୍‌ରେ ଖେଳିବାକୁ ମୋର କୌଣସି ଆପତ୍ତି ନାହିଁ। କିନ୍ତୁ ଯେପର୍ଯ୍ୟନ୍ତ ସମସ୍ତେ ଭାରତ ଆସିବେ ସେତେବେଳେ ମୁହଁ ବନ୍ଦ କରି ରଖିବେ। ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଉଇକେଟ୍‌ ସବୁଠୁ ଭଲ ବୋଲି କୁହାଯାଏ କିନ୍ତୁ ଆମେ ଯାହାଘଟିଲା ତାହା ଦେଖିଲେ। ଭାରତରେ ପ୍ରଥମ ଦିନରେ ପିଚ ଟର୍ନ ଆରମ୍ଭ କଲେ ସମସ୍ତେ ଧୂଳି ଉଡିଲା ବୋଲି ଜପ କରନ୍ତି। ତାହା କରିବା ଉଚିତ୍‌ ନୁହେଁ।
ରୋହିତ କହିଛନ୍ତି, ଯଦି ବଲ ପ୍ରଥମ ବଲରୁ ସିମ ହୁଏ ତେବେ ଏହା ଠିକ କିନ୍ତୁ ଯଦି ବଲ ଟର୍ନ ଆରମ୍ଭ ହୁଏ ତେବେ ସେମାନେ ଏହାକୁ ପସନ୍ଦ କରନ୍ତି ନାହିଁ ଏହା ସମ୍ପୂର୍ଣ୍ଣ ଭୁଲ।


Enter your email to get our daily news in your inbox.

All Right Reserved By Dharitri.Com

କରାଚୀରେ ବଡ଼ ଆତଙ୍କବାଦୀ ଆକ୍ରମଣ: ୬ ଆତଙ୍କବାଦୀଙ୍କ ସହ ୪ ରେଞ୍ଜର୍ସ ନିହତ

କରାଚୀ,୨୮।୬: ଶନିବାର ରାତିରେ ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ସିନ୍ଧ ରେଞ୍ଜର୍ସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ।…

ତେହରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ଚେତାବନୀ ଦେଲେ ଟ୍ରମ୍ପ, କହିଲେ, ‘ଆମେରିକା ଏପର୍ଯ୍ୟନ୍ତ ସଂଯମତା ଅବଲମ୍ବନ କରିଛି..’

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଇରାନ…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ସକାଳୁ ସକାଳୁ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨୮।୬: ରବିବାର ସକାଳେ ଉତ୍ତର-ପୂର୍ବ ଜାପାନରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା; କିନ୍ତୁ, କୌଣସି ସୁନାମି ଚେତାବନୀ ଜାରି…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

୨୪ ଘଣ୍ଟାରେ ଦ୍ୱିତୀୟ ଥର ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା

ତେହରାନ,୨୮।୬: ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଶନିବାର ଇରାନ ବିରୁଦ୍ଧରେ ଆଉ ଏକ ସାମରିକ ଆକ୍ରମଣ କରିଛି। ହର୍ମୁଜ ପ୍ରଣାଳୀ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri