ଫାଟୁସିନେରି ନିକଟରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପଟ୍ଟାଙ୍ଗୀ,୨୭ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ପଡ଼ୋଶୀ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମ ନିକଟରେ ଆନ୍ଧ୍ର ସୀମାରେ ଥିବା ସ୍ଥାନରେ ଏକ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ ଦୋରା ଭୂମିପୂଜା କରିଛନ୍ତି। ଏହାକୁ ଗୁରୁତର ସହ ନେଇ ଓଡ଼ିଶା ପକ୍ଷରୁ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆନ୍ଧ୍ରର ଅଧିକାରୀ ଅବା ଉପ ମୁଖ୍ୟମନ୍ତ୍ରୀ ଯେପରି ଓଡ଼ିଶା ସୀମାରେ ଅନୁପ୍ରବେଶ ନ କରନ୍ତି, ସେଥିପ୍ରତି ପୋଲିସ ସଜାଗ ଥିଲା।
ଖବରରୁ ଜଣାପଡିଛି, ୨୦୨୧ ଅଗଷ୍ଟ ୧୬ରେ ଆନ୍ଧ୍ରର ସାଲୁର ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଦୋରା ଓଡ଼ିଶାର ଫାଟୁସିନେରି ଏବଂ ପଗୁଣସିନେରି ଗ୍ରାମରେ ପହଞ୍ଚତ୍ ନିଜ ରାଜ୍ୟର ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ସେ ସମୟରେ ଓଡ଼ିଶାର କୋରାପୁଟ ଜିଲା ପ୍ରଶାସନ ଓ ଜିଲାର ୫ ବିଧାୟକ ମିଳିତ ଭାବେ ବିରୋଧ କରିଥିଲେ। ଏହି ସମୟରେ ଆନ୍ଧ୍ର ବିଧାୟକ ଓ ସରକାରୀ ଅଧିକାରୀମାନେ ଆସୁଥିବା ଖବର ପାଇ ସାଲୁର ବ୍ଲକର କୋଡମା ପଞ୍ଚାୟତର ୧୮ଟି ଗ୍ରାମର ଗ୍ରାମବାସୀ ଫାଟୁସିନେରିରେ ପହଞ୍ଚତ୍ ଗ୍ରାମକୁ ରାସ୍ତା ନିର୍ମାଣ ଲାଗି ଜଣାଇବାକୁ ଉପ ମୁଖ୍ୟମନ୍ତ୍ରୀ ଦୋରା ଓ ଅଧିକାରୀମାନଙ୍କୁ ଅପେକ୍ଷା କରିଥିଲେ। ମାତ୍ର କୋରାପୁଟ ଜିଲା ପ୍ରଶାସନ ଏବଂ ୫ ବିଧାୟକ ଏହାକୁ ଭଣ୍ଡୁର କରି ଦେଇଥିଲେ। ଫଳରେ ଏହି ପଞ୍ଚାୟତବାସୀ ନିଜ ସମସ୍ୟା ଜଣାଇ ପାରି ନ ଥିଲେ। ଏହି ସମୟରେ ଓଡ଼ିଶାର ବିଧାୟକମାନେ ନିଜ ହାତରୁ ୧ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରି ଉକ୍ତ ପଞ୍ଚାୟତବାସୀଙ୍କ ପାଇଁ ରାସ୍ତା ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଗତ ୧୭ ତାରିଖରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଉକ୍ତ ପଞ୍ଚାୟତରେ ପହଞ୍ଚତ୍ ରାସ୍ତା ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରି ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ। ୧୮ ତାରିଖରେ ଆନ୍ଧ୍ରର ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚତ୍ ଏହା ଜଙ୍ଗଲ ବିଭାଗ ଅଧୀନ ଜାଗା କହି ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଥିଲେ। ସେବେଠାରୁ ଉକ୍ତ ରାସ୍ତା ନିର୍ମାଣ ବନ୍ଦ ରହିଥିଲା। ବର୍ତ୍ତମାନ ଉକ୍ତ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ରର ନୂତନ ଜିଲା ମାନ୍ୟାମ ପାର୍ବତୀପୁରମ ପ୍ରଶାସନ ହାତକୁ ନେଇ ୧୦ କିଲୋମିଟର ପାଇଁ ୧୧ କୋଟି ୩୨ଲକ୍ଷ ୫୮ହଜାର ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ଦୋରା। ଏହି ସମୟରେ ନୂତନ ଜିଲାର ଜିଲା ପରିଷଦ ଅଧ୍ୟକ୍ଷ ଏମ. ଶ୍ରୀନିବାସ ରାଓ ଓ ଜିଲାପାଳ ନିଶାନ୍ତ କୁମାରଙ୍କ ସମେତ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଉକ୍ତ ରାସ୍ତା ନିର୍ମାଣ ପାଇଁ କୋଡମା ପଞ୍ଚାୟତବାସୀ ଅନେକ ଥର ଆନ୍ଧ୍ର ସରକାରଙ୍କୁ ଜଣାଇଥିଲେ ମଧ୍ୟ ଆନ୍ଧ୍ର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri