ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍ ସବଷ୍ଟେଶନ ଲୋକାର୍ପଣ କରିଛନ୍ତି। ଏହି ଗ୍ରୀଡ୍ ଡିଜିଟାଲ ଏବଂ କୌଣସି ସ୍ଥାନରେ କିଛି ତ୍ରୁଟି ପରିଲକ୍ଷିତ ହେଲେ, ତାହା ତୁରନ୍ତ ଜଣାପଡ଼ିବ ଏବଂ ସେହି ସମସ୍ୟାର ସମାଧାନ ଅତିଶୀଘ୍ର ହୋଇ ପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଥିଲେ।
କାର୍ଯ୍ୟକ୍ରମରେ ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଜିଲାପାଳ ଆଦିତ୍ୟ ଗୋୟଲ, ଏସ୍ପି ରବୀନ୍ଦ୍ରନାଥ ଶତପଥୀ ଏବଂ ଟିପିଡବ୍ଲୁଓଡିଏଲ୍ର ଅଧିକାରୀମାନେ ଉପସ୍ଥିତ ଥିଲେ।

