ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା ଯୋଜନା ଆଣିବ ବଡ଼ ପରିବର୍ତ୍ତନ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଆସି ବୁଧବାର ପ୍ରଥମ ଦିବସରେ ବସନ୍ତପୁର ସ୍ଥିତ ଆଇଆଇଏମ୍ ସମ୍ମିଳନୀ କକ୍ଷରେ ଆୟୋଜିତ ‘ଆଞ୍ଚଳିକ ଶୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପରିଡ଼ା ଏହା କହିଛନ୍ତି।

ଏହି ଅବସରରେ ସେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ସମାଜରେ ବର୍ତ୍ତମାନ ମହିଳାମାନଙ୍କ ବିକାଶର ଆବଶ୍ୟକତା ନାହିଁ, ବରଂ ମହିଳାମାନେ ନିଜେ ହିଁ ବିକାଶର ନେତୃତ୍ୱ ନେଉଛନ୍ତି। ମିଶନ ଶକ୍ତି ଓ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କ ଦକ୍ଷତା, ସଂଚୟ ପ୍ରବୃତ୍ତି ଓ ଅନୁଭବ ବୃଦ୍ଧି ପାଉଛି ଏବଂ ସେମାନେ ଆତ୍ମନିର୍ଭରଶୀଳ ହେଉଛନ୍ତି। ଏଥିରେ ଯୋଡ଼ି ହୋଇଥିବା ୭୦ ଲକ୍ଷ ମା’ମାନେ ହିଁ ମିଶନ ଶକ୍ତି ବିଭାଗକୁ ବଡ଼ କରିଛନ୍ତି। ରାଜ୍ୟରେ ମହିଳାମାନଙ୍କ ଅର୍ଥନୈତିକ ପ୍ରଗତି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଓଡ଼ିଶାର ପ୍ରାୟ ୨୬ ଲକ୍ଷ ୪୦ ହଜାର ମହିଳା ଆଜି ଲକ୍ଷପତି ଦିଦି ଭାବେ ନିଜକୁ ପ୍ରତିଷ୍ଠିତ କରି ସାରିଛନ୍ତି ଏବଂ ଏହି ମାମଲାରେ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୬ ଲକ୍ଷ ୪୦ ହଜାରରୁ ଅଧିକ ମହିଳା ‘ଲକ୍ଷପତି ଦିଦି’ ଶ୍ରେଣୀରେ ପହଞ୍ଚି ସାରିଥିବା ବେଳେ କେବଳ ବିଗତ ବର୍ଷକ ମଧ୍ୟରେ ୧୧ ଲକ୍ଷ ମହିଳା ଏହି ସଫଳତା ହାସଲ କରିଛନ୍ତି। ଯାହା ସାରା ଦେଶରେ ଓଡ଼ିଶାକୁ ପ୍ରଥମ ସ୍ଥାନରେ ପହଞ୍ଚାଇଛି। ସରକାର ୨୦୩୦ ସୁଦ୍ଧା ୨୭ ଲକ୍ଷ ମହିଳାଙ୍କୁ ଲକ୍ଷପତି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ମା’ମାନଙ୍କର ଦକ୍ଷତା ଯୋଗୁଁ ଏହି ଲକ୍ଷ୍ୟ ୨୦୨୬ ସୁଦ୍ଧା ପୂରଣ ହୋଇଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଏବଂ ବଲାଙ୍ଗୀର ଜିଲାର ବ୍ଲକ ସ୍ତରୀୟ ମହାସଂଘ (ବିଏଲଏଫ)ର ପ୍ରତିନିଧି ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ସେ ବିଏଲଏଫ ନେତ୍ରୀମାନଙ୍କର କହିବାର ଭାଷା, ଚାତୁରୀ ଏବଂ ଉପସ୍ଥାପନା ଶୈଳୀକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଆଇଆଇଏମ ସାର୍ଟିଫିକେଟ ସହ ସମାନ ବୋଲି ମତ ଦେଇଥିଲେ। ମହିଳାମାନଙ୍କୁ ନିରାପଦରେ ଏବଂ ସ୍ୱାଭିମାନର ସହ କାମ କରିବାକୁ ପରାମର୍ଶ ଦେଇଥିଲେ। କୌଣସି ପରିସ୍ଥିତିରେ ମଧ୍ଯ କାହାକୁ ଡରିବାର ଆବଶ୍ୟକତା ନାହିଁ । ଯଦ୍ବାରା ମହିଳାମାନେ ନିଜର ପରିଚୟ ସେମାନେ ନିଜେ ସୃଷ୍ଟି କରି ପାରିବେ। ଉପମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ସେମାନଙ୍କ ସଫଳତାର କାହାଣୀ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ଶେୟାର କରିବାକୁ ଅନୁରୋଧ କରିଥିଲେ। ଏହାଦ୍ବାରା ଆତ୍ମନିର୍ଭରଶୀଳତା ପ୍ରତି ଦେଶର ଲକ୍ଷ ଲକ୍ଷ ମହିଳା ଅନୁପ୍ରାଣିତ ହୋଇପାରିବେ। ବ୍ଲକ ସ୍ତରୀୟ ବ୍ୟାଙ୍କିଙ୍ଗ କମିଟି(ବିଏଲବିସି) ବୈଠକରେ ବିଏଲଏଫ ସଦସ୍ୟମାନଙ୍କୁ ସାମିଲ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଏଥିପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ। ସମ୍ମିଳନୀରେ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଏବଂ ଜିଲାପରିଷଦ ମୁଖ୍ଯ ଉନ୍ନୟନ ଓ କାର୍ଯ୍ଯନିର୍ବାହୀ ଅଧିକାରୀ(ସିଡିଓ) ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥିରେ ସମ୍ବଲପୁର ଏମପିଙ୍କ ପ୍ରତିନିଧି ପୂର୍ବତନ ବିଧାୟକ ନାଉରୀ ନାୟକ, ଆଇଆଇଏମ ନିର୍ଦ୍ଦେଶକ ମହାଦେବ ଜୈସୱାଲ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?