ବିଭାଗୀୟ ଅଧିକାରୀଙ୍କ ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ

ଗଞ୍ଜାମ,୧୯ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଋଷିକୁଲ୍ୟା ନଦୀ କୂଳରେ ଆରମ୍ଭ ହେଉଥିବା ନଦୀବନ୍ଧ ସୁଦୃଢ଼ିକରଣ ପ୍ରକଳ୍ପ ବିଭାଗୀୟ ଅଧିକାରୀ ଶୁକ୍ରବାର ପରିଦର୍ଶନ କରିଛନ୍ତି। କ୍ୱାଲିଟି ଆନ୍ସୁରାନ୍ସ ଚି଼ଫ ଇଞ୍ଜିନିୟର ବ୍ରଜ କିଶୋର ପରିଡା, କ୍ୱାଲିଟି ଆନ୍ସୁରାନ୍ସ ଆଡିସନାଲ ଚି଼ଫ ଇଞ୍ଜିନିୟର ଉଦୟ ନାଥ ସାହୁ, ଅଧିକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ନାଥ ଦାଶ, ବ୍ରହ୍ମପୁର ଜଳ ସେଚନ ବିଭାଗ ଅଧିକ୍ଷକ ଯନ୍ତ୍ରୀ ଜୟଦୀପ ପଣ୍ଡା, ହୁମ୍ମା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ହୁମ୍ମା କନିଷ୍ଟ ଯନ୍ତ୍ରୀ ରବୀନ୍ଦ୍ର ନାହାକ ପ୍ରମୁଖ ବିଭଗୀୟ ଅଧିକାରୀ ଋଷିକୁଲ୍ୟା କୂଳରେ ହେବାକୁ ଥିବା ପ୍ରକଳ୍ପର ପ୍ରାକ କାର୍ଯ୍ୟର ପରିଦର୍ଶନ କରିବା ସହ ସ୍ଥାନୀୟ ଦାମୋଦରପୁରବାସୀଙ୍କ ସହ ପ୍ରକଳ୍ପ ଆରମ୍ଭ ସହଯୋଗ ପାଇଁ ଏକ ସଚେତନତା ସୃଷ୍ଟି କରିଥିଲେ। ବର୍ତ୍ତମାନ ନଦୀ କୂଳ ସଫା କାର୍ଯ୍ୟ ଚାଲୁ ରହିଥିବା ବେଳେ ପ୍ରକଳ୍ପର ରୂପରେଖ ଉପରେ ଚି଼ଫ ଇଞ୍ଜିନିୟର ପରିଡା ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଞ୍ଚଳବାସୀଙ୍କ ସହଯୋଗ କରିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ୧୨ ନମ୍ବର ୱାର୍ଡ କାଉନସିଲର ଚନ୍ଦ୍ର ଶେଖର ରେଡ୍ଡୀ, ପି. ରାଜୁ ରେଡ୍ଡୀ, ଇସ୍ପିତ ବେହେରା, ସୀମାଞ୍ଚଳ ବେହେରା, ନିରଞ୍ଜନ ବେହେରା, ଗ୍ରାମବାସୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଥାଉକି, ୮୪୦ ମିଟର ନଦୀବନ୍ଧ ସୁଦୃଢ଼ିକରଣ, ମୋରମ ରୋଡ଼ ୬୧୨ ମିଟର ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କରିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri